ଜୀବନରେ ଉନ୍ନତି ଓ ଅଧିକରୁ ଅଧିକ ଅର୍ଥ ଉପାର୍ଜନର ସ୍ୱପ୍ନ ପ୍ରାୟ ସମସ୍ତେ ଦେଖିନ୍ତି। ଏହି ସ୍ୱପ୍ନ ପୂରଣ ପାଇଁ ସମସ୍ତେ ଯଥାସମ୍ଭବ ପ୍ରୟାସ ମଧ୍ୟ କରନ୍ତି। ତେବେ ବେଳେ ବେଳେ ଅନେକ ଚେଷ୍ଟା ସତ୍ତ୍ୱେ ସଫଳତା ମିଳିନାହିଁ। ଏହା ପଛରେ ଅନେକ କାରଣ ଥାଇପାରେ। ତେବେ ଉକ୍ତ କାରଣଗୁଡ଼ିକ ମଧ୍ୟରୁ ବାସ୍ତୁଦୋଷ ବି ଗୋଟିଏ ହୋଇପାରେ। ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ ଅଛନ୍ତି ଓ ବ୍ୟବସାୟ ଭଲ ଚାଲି ନଥିବାରୁ ଚିନ୍ତିତ ଅଛନ୍ତି,ତା’ହେଲେ ବାସ୍ତୁ ଅନୁଯାୟୀ କିଛି ଉପାୟ ଆପଣାଇ ପାରିବେ। ତା’ହେଲେ ଆସନ୍ତୁ ଜାଣିବା କେଉଁ ବ୍ୟବସାୟ ପାଇଁ ବାସ୍ତୁର କେଉଁ ଉପାୟ ଆପଣାଇଲେ ବ୍ୟବସାୟ ବଢ଼ିବ।
୧- ଆପଣଙ୍କର ଯଦି ହୋଟେଲ ଅବା ରେଷ୍ଟୁରାଣ୍ଟ ଆଦି ଅଛି, ତା’ହେଲେ ସେଠାରେ ଗାଈ କିମ୍ବା ବାଛୁରୀର ପ୍ରତିମୂର୍ତ୍ତି ରଖନ୍ତୁ। ଏମିତି କଲେ ବ୍ୟବସାୟରେ ନିଶ୍ଚିତ ଭଲ ଚାଲିବ ବୋଲି କୁହାଯାଏ।
୨- ସୁନା, ରୁପା ତଥା ଗହଣା ସହ ଜଡ଼ିତ ବ୍ୟବସାୟ କରୁଥିଲେ ଘରେ ବେଡ୍ ରୁମ୍ରେ ମୟୂରପୁଚ୍ଛ ଟାଙ୍ଗନ୍ତୁ।
୩- ଗାଡ଼ି ସମ୍ବନ୍ଧୀୟ ବ୍ୟବସାୟ କରୁଥିଲେ ଦୋକାନରେ ଥିବା ଠାକୁର ଘରେ ଏକ ପିରାମିଡ୍ ରଖନ୍ତୁ। ଏହା ଶୁଭ ଫଳ ଦେଇଥାଏ।
୪- କପଡ଼ା ବ୍ୟବସାୟ କରୁଥିଲେ ଦୋକାନର ମୁଖ୍ୟ ଦ୍ୱାରରେ ଲାଲ୍ ରଙ୍ଗର କପଡ଼ା ଟାଙ୍ଗି ଦିଅନ୍ତୁ। ଏପରି କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।