ଭଲ ଦରମାର ଚାକିରି ଚାହୁଁଥିବା ମହିଳାମାନେ ଭାଗ୍ୟ ପରୀକ୍ଷା କରନ୍ତୁ ଏହି କ୍ଷେତ୍ରରେ

ଯୁଗ ବଦଳିଛି। ପୁଅମାନଙ୍କ ପରି ଝିଅମାନେ ମଧ୍ୟ ଏବେ ସବୁ କ୍ଷେତ୍ରରେ କ୍ୟାରିୟର କରିଛନ୍ତି। ଚାକିରି କ୍ଷେତ୍ରରେ ଝିଅମାନଙ୍କ ପାଇଁ ସୁଯୋଗ ମଧ୍ୟ ଅଧିକ ସୃଷ୍ଟି ହୋଇଛି। ଏପରି କିଛି ଚାକିରି ଅଛି ଯେଉଁଠି ଝିଅମାନେ ୫ରୁ ୮ ବର୍ଷ କାମ କରି ଦକ୍ଷତା ହାସଲ କରିବା ପରେ ମୋଟା ଅଙ୍କର ଅର୍ଥ ରୋଜଗାର ରକିପାରିବେ। ଆସନ୍ତୁ ଜାଣିବା ଏପରି କିଛି ଚାକିରି ସମ୍ପର୍କରେ ଯେଉଁଥିରୁ ଝିଅମାନେ ପାଇ ପାରିବେ ଭଲ ଦରମା। ଫିଜିସିୟାନ୍ ଆସିଷ୍ଟାଣ୍ଡ: ଲାଇସେନ୍ସ […]

employ

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 02:52 PM IST

ଯୁଗ ବଦଳିଛି। ପୁଅମାନଙ୍କ ପରି ଝିଅମାନେ ମଧ୍ୟ ଏବେ ସବୁ କ୍ଷେତ୍ରରେ କ୍ୟାରିୟର କରିଛନ୍ତି। ଚାକିରି କ୍ଷେତ୍ରରେ ଝିଅମାନଙ୍କ ପାଇଁ ସୁଯୋଗ ମଧ୍ୟ ଅଧିକ ସୃଷ୍ଟି ହୋଇଛି। ଏପରି କିଛି ଚାକିରି ଅଛି ଯେଉଁଠି ଝିଅମାନେ ୫ରୁ ୮ ବର୍ଷ କାମ କରି ଦକ୍ଷତା ହାସଲ କରିବା ପରେ ମୋଟା ଅଙ୍କର ଅର୍ଥ ରୋଜଗାର ରକିପାରିବେ। ଆସନ୍ତୁ ଜାଣିବା ଏପରି କିଛି ଚାକିରି ସମ୍ପର୍କରେ ଯେଉଁଥିରୁ ଝିଅମାନେ ପାଇ ପାରିବେ ଭଲ ଦରମା।

ଫିଜିସିୟାନ୍ ଆସିଷ୍ଟାଣ୍ଡ: ଲାଇସେନ୍ସ ପ୍ରାପ୍ତ ମେଡିକାଲ ପ୍ରୋଫେସନାଲ ମାନେ କ୍ଲିନକ୍ କିମ୍ବା ନର୍ସିଂହୋମ୍‌ ଖୋଲି ପାରିବେ। ଏହି ଫିଲ୍ଡରେ କାମ କରୁଥିବା ଝିଅମାନେ ବାର୍ଷିକ ୬୪ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ରୋଜଗାର କରିପାରିବେ।

ଷ୍ଟାଟ୍ରେଜି ମ୍ୟାନେଜର: ସବୁ କମ୍ପାନୀଙ୍କର କିଛି ନିର୍ଦ୍ଧାରିତ ଲକ୍ଷ୍ୟ ଥାଏ। ଏହି ଲକ୍ଷ୍ୟ ହାସଲ କରିବାକୁ ସେମାନେ ସବୁ ପ୍ରକାର ଉପାୟ ଆପଣାଇଥାନ୍ତି। ଏଥିରେ ସାହାଯ୍ୟ କରିବା କାମ ହେଲା ଷ୍ଟାଟ୍ରେଜି ମ୍ୟାନେଜରଙ୍କର। ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ବୁଝାଇବାର ଶକ୍ତି ଓ ମ୍ୟାନେଜମେଣ୍ଟରେ ଅଧିକ ଦକ୍ଷତା ଥିବାରୁ ସେମାନଙ୍କୁ ଏହି କ୍ଷେତ୍ରରେ ଅଗ୍ରାଧିକାର ମିଳୁଛି। ଏହି କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବାର୍ଷିକ ୬୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରୁଛନ୍ତି।

ନର୍ସ ପ୍ରୋକ୍ଟିସନର: ଏହି ନର୍ସଙ୍କ ପାଖରେ ଲାଇସେନ୍ସ ଅଛି। ଏମାନେ ଜଣେ ଫିଜିସିୟାନଙ୍କ ଭଳି କାମ କରିପାରିବେ। ଏମାନେ ରୋଗୀଙ୍କ ଚେକ୍‌ଅପ୍‌ କରିବା ସହ ପ୍ରେସକିପସନ ମଧ୍ୟ କରିପାରିବେ। ଏହି ଲାଇନ୍‌ରେ ଗଲଷ ବାର୍ଷିକ ୬୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରିବେ।

ସିନିୟର ଅପରେସନ୍‌ ପ୍ରୋଜେକ୍ଟ ମ୍ୟାନେଜର: ବଡ଼ ବଡ଼ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାମ କରୁଥିବା ୪୨ ପ୍ରତିଶତ ପ୍ରୋଜେକ୍ଟର ମ୍ୟାନେଜର ମହିଳା। ଏହି କ୍ଷେତ୍ରରେ କାମ କଲେ ବାର୍ଷିକ ୬୦ ଲକ୍ଷ ଟଙ୍କା ରୋଜଗାର କରିହେବ।

ଶିକ୍ଷକ: ଭାରତ ଭଳି ବିଦେଶରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧିକାଂଶ ମହିଳା ଶିକ୍ଷକତା କରନ୍ତି। ଭାରତରେ ମହିଳାଙ୍କ ପାଇଁ ଶିକ୍ଷକତା ଠାରୁ ଭଲ ଚାକିରି କିଛି ନାହିଁ। ଶିକ୍ଷକତା କରି ଜଣେ ମହିଳା ବାର୍ଷିକ ୨୪ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରିବ।

Related story