ହୃଦ୍‌ଘାତର ଲକ୍ଷଣ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ହୃଦ୍‌ଘାତ ଯୋଗୁ ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଶିରା ପ୍ରଶିରା ଫାଟି ଯାଇ ରକ୍ତ ବାହାରିବା ଆରମ୍ଭ ହୋଇଥାଏ ଏବଂ ଏହି କାରଣରୁ ରକ୍ତ ଧମନୀ ବନ୍ଦ ହୋଇଯାଏ। ଫଳରେ ମସ୍ତିଷ୍କର କିଛି ଅଂଶକୁ ରକ୍ତ ଓ ଅକ୍ସିଜେନ୍‌ ସଠିକ୍‌ ସମୟରେ ପହଞ୍ଚିପାରେ ନାହିଁ। ହୃଦ୍‌ଘାତ ସମୟରେ ଯଦି ପୀଡ଼ିତଙ୍କୁ ତୁରନ୍ତ ଚିକିତ୍ସା କରା ନ ଯାଏ, ତେବେ ସେହି ବ୍ୟକ୍ତି କୋମା ଅବସ୍ଥାକୁ ଚାଲିଯା’ନ୍ତି କିମ୍ୱା ତାଙ୍କର ମୃତ୍ୟୁ ହୋଇଯାଏ। ସାଧାରଣତଃ ଭାରତୀୟମାନେ […]

po90

po90

Puspanjali Panda
  • Published: Sunday, 23 December 2018
  • Updated: 23 December 2018, 07:08 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ହୃଦ୍‌ଘାତ ଯୋଗୁ ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଶିରା ପ୍ରଶିରା ଫାଟି ଯାଇ ରକ୍ତ ବାହାରିବା ଆରମ୍ଭ ହୋଇଥାଏ ଏବଂ ଏହି କାରଣରୁ ରକ୍ତ ଧମନୀ ବନ୍ଦ ହୋଇଯାଏ। ଫଳରେ ମସ୍ତିଷ୍କର କିଛି ଅଂଶକୁ ରକ୍ତ ଓ ଅକ୍ସିଜେନ୍‌ ସଠିକ୍‌ ସମୟରେ ପହଞ୍ଚିପାରେ ନାହିଁ।
ହୃଦ୍‌ଘାତ ସମୟରେ ଯଦି ପୀଡ଼ିତଙ୍କୁ ତୁରନ୍ତ ଚିକିତ୍ସା କରା ନ ଯାଏ, ତେବେ ସେହି ବ୍ୟକ୍ତି କୋମା ଅବସ୍ଥାକୁ ଚାଲିଯା'ନ୍ତି କିମ୍ୱା ତାଙ୍କର ମୃତ୍ୟୁ ହୋଇଯାଏ।
ସାଧାରଣତଃ ଭାରତୀୟମାନେ ଅଧିକ ହୃଦ୍‌ଘାତର ଶିକାର ହୋଇଥା'ନ୍ତି। ଏହାର କାରଣ ଓଜନ ବୃଦ୍ଧି, ନିଶାଦ୍ରବ୍ୟ ସେବନ, ଫାଷ୍ଟ୍‌ ଫୁଡ୍‌ ଏବଂ ରକ୍ତଚାପ ଓ କୋଲେଷ୍ଟ୍ରଲ୍‌ ସମସ୍ୟା।

ତେବେ ଯଦି ଆପଣ କୌଣସି ବ୍ୟକ୍ତିଙ୍କ ପାଖରେ ହୃଦ୍‌ଘାତର ଲକ୍ଷଣ ଦେଖୁଛନ୍ତି, ତେବେ କ'ଣ କରିବେ ଜାଣି ରଖନ୍ତୁ। ମନେ ରଖନ୍ତୁ, ଆପଣଙ୍କ ସମୟୋପଯୋଗୀ ସାହାଯ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରି ଦେଇପାରେ।

 ଲକ୍ଷଣ ଜାଣନ୍ତୁ

- ସାଧାରଣତଃ ହୃଦ୍‌ଘାତର ପ୍ରଥମ ଲକ୍ଷଣ ହେଉଛି ବ୍ୟକ୍ତିଙ୍କ ଶରୀରର ବାଲାନ୍ସ ବିଗିଡ଼ି ଯିବା। ହୃଦ୍‌ଘାତ ହେଲେ, ବ୍ୟକ୍ତି ଛିଡ଼ା କିମ୍ୱା ବସିବା ସମୟରେ ପଡ଼ି ଯାଇଥା'ନ୍ତି।
- ହୃଦ୍‌ଘାତ ହେଲେ ବ୍ୟକ୍ତିଙ୍କ ମୁଣ୍ଡରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ ଓ ମୁଣ୍ଡ ବୁଲାଇବା ପରି ଅନୁଭବ ହୋଇଥାଏ।
- ହୃଦ୍‌ଘାତ ସମୟରେ ମସ୍ତିଷ୍କକୁ ଠିକ୍‌ ଭାବରେ ରକ୍ତ ପ୍ରବାହ ନ ହେବାରୁ ବ୍ୟକ୍ତିଙ୍କୁ ଠିକ୍‌ ଭାବରେ କିଛି ଦେଖାଯାଇ ନ ଥାଏ, ସବୁକିଛି ଝାପ୍‌ସା ଦେଖାଯାଏ।
- ଶରୀରର କୌଣସି ଅଙ୍ଗ ଅଚଳ କିମ୍ୱା ପାରାଲାଇଜଡ୍‌ ହେବା ଭଳି ଲକ୍ଷଣ ମଧ୍ୟ ଦେଖାଯାଇଥାଏ।
- କଥା କହିବାରେ ଅସୁବିଧା ହୋଇଥାଏ।

 ଲକ୍ଷଣ ଦେଖାଯିବାର ସମୟ ନୋଟ୍‌ କରନ୍ତୁ
ଯଦି ଆପଣ ନିଜ ଆଖପାଖରେ କୌଣସି ବ୍ୟକ୍ତିଙ୍କ ପାଖରେ ହୃଦ୍‌ଘାତର ଲକ୍ଷଣ ଦେଖୁଛନ୍ତି, ତେବେ ଏହି ସମୟକୁ ନୋଟ୍‌ କରନ୍ତୁ। ପରେ ଆପଣ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ ନେଲେ, ଡାକ୍ତର ଷ୍ଟ୍ରୋକ୍‌ର ସମୟ ଜାଣି ପାରିଲେ ଚିକିତ୍ସା ସହଜ ହୋଇପାରିବ।
ଚିକିତ୍ସକଙ୍କ ସହ ସମ୍ପର୍କ କରନ୍ତୁ
ହୃଦ୍‌ଘାତର ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସକଙ୍କ ସହ ସମ୍ପର୍କ କରନ୍ତୁ। ସଠିକ୍‌ ସମୟରେ ଚିକିତ୍ସା କରାଗଲେ, ବିପଦ ଟଳି ଯାଇପାରେ। ଏହା ସହିତ ହୃଦ୍‌ଘାତ ଯୋଗୁ ବ୍ୟକ୍ତିଙ୍କ  ମସ୍ତିଷ୍କରେ ହେବାକୁ ଥିବା କ୍ଷତିକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଯେଉଁ ପର୍ଯ୍ୟନ୍ତ ରୋଗୀ ହସ୍ପିଟାଲ୍‌ରେ ପହଞ୍ଚି ନାହିଁ, ତାଙ୍କ ଶରୀରକୁ ହଲାନ୍ତୁ। ତାଙ୍କ ସହ କଥାବାର୍ତ୍ତା ଜାରି ରଖନ୍ତୁ। ରୋଗୀକୁ ହସିବାକୁ କୁହନ୍ତୁ କିମ୍ୱା କୌଣସି ମଜାଳିଆ କଥା କହି ତାଙ୍କୁ ହସାଇବାକୁ ଚେଷ୍ଟା କରନ୍ତୁ।

ରୋଗୀକୁ ଶୋଇବାକୁ ଦିଅନ୍ତୁ ନାହିଁ
ହୃଦ୍‌ଘାତ ଆସିଲେ ରୋଗୀର ଆଖିକୁ କିଛି ଦେଖା ଯାଇ ନଥାଏ ଏବଂ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥାଏ। ଏହି ସମୟରେ ଲୋକ ରୋଗୀଙ୍କୁ ଶୁଆଇବାକୁ ଚେଷ୍ଟା କରିଥା'ନ୍ତି। କିନ୍ତୁ ମନେ ରଖନ୍ତୁ, ଭୁଲ୍‌ରେ ବି ରୋଗୀକୁ ଶୁଆଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଏପରି କଲେ ଷ୍ଟ୍ରୋକ୍‌ର ଲକ୍ଷଣ ବଢ଼ିବା ସହିତ ସମସ୍ୟା ଗମ୍ଭୀର ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story