Advertisment

ଥଣ୍ଡା, ଜ୍ୱର ରୋଗପ୍ରତିରୋଧକ କ୍ଷମତା କମିବାର କାରଣ

ଭୁବନେଶ୍ୱର: ରୋଗପ୍ରତିରୋଧକ ଶକ୍ତି କମିଲେ ଆମ ଶରୀର ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୁଏ। ଯେମିତିକି ଥଣ୍ଡା, ଜ୍ୱର, ଚର୍ମ ଆଲର୍ଜି ଏବଂ ଜଳୀୟ ଅଂଶ ଇତ୍ୟାଦି ସମସ୍ୟା ଦେଖାଯାଏ। ତେବେ ଏସବୁ ପୂର୍ବରୁ ଶରୀରରେ ରୋଗପ୍ରତିରୋଧକ କ୍ଷମତା କମୁଛି ବୋଲି କିପରି ଜାଣିବେ ଜାଣନ୍ତୁ ସେ ସଂପର୍କିତ କିଛି ଖାସ୍‌ ଟିପ୍ସ। ଅଳ୍ପ କାମରେ ଦର୍ବୁଳ ଅନୁଭବ କରିବା: କଠିନ ପରିଶ୍ରମ କରିବା ପରେ ସାଧାରଣତଃ ଆମେ ଦୁର୍ବଳ ଅନୁଭବ କରୁ। କିନ୍ତୁ ଯଦି ଆପଣ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଥଣ୍ଡା, ଜ୍ୱର ରୋଗପ୍ରତିରୋଧକ କ୍ଷମତା କମିବାର କାରଣ

10-Amazing-Facts-About-Your-Immune-System-

ଭୁବନେଶ୍ୱର: ରୋଗପ୍ରତିରୋଧକ ଶକ୍ତି କମିଲେ ଆମ ଶରୀର ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୁଏ। ଯେମିତିକି ଥଣ୍ଡା, ଜ୍ୱର, ଚର୍ମ ଆଲର୍ଜି ଏବଂ ଜଳୀୟ ଅଂଶ ଇତ୍ୟାଦି ସମସ୍ୟା ଦେଖାଯାଏ। ତେବେ ଏସବୁ ପୂର୍ବରୁ ଶରୀରରେ ରୋଗପ୍ରତିରୋଧକ କ୍ଷମତା କମୁଛି ବୋଲି କିପରି ଜାଣିବେ ଜାଣନ୍ତୁ ସେ ସଂପର୍କିତ କିଛି ଖାସ୍‌ ଟିପ୍ସ।

Advertisment

ଅଳ୍ପ କାମରେ ଦର୍ବୁଳ ଅନୁଭବ କରିବା: କଠିନ ପରିଶ୍ରମ କରିବା ପରେ ସାଧାରଣତଃ ଆମେ ଦୁର୍ବଳ ଅନୁଭବ କରୁ। କିନ୍ତୁ ଯଦି ଆପଣ କମ୍‌ ସମୟ କାମ କରିବା ପରେ ଦୁର୍ବଳ ଅନୁଭବ କରୁଥାନ୍ତି ତେବେ ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ କ୍ଷମତା କମ୍‌ ରହୁଛି।

ବାରମ୍ବାର ଥଣ୍ଡା ହେଉଥିଲେ: ସାଧାରଣତଃ ପାଣିପାଗ ବଦଳିଲେ ଅନେକଙ୍କୁ ଥଣ୍ଡା ସମସ୍ୟା ହୁଏ। କିନ୍ତୁ ଯଦି ଥଣ୍ଡା କାଷ ବାରମ୍ବାର ହୁଏ ବା ଅନେକ ଦିନ ଧରି ଲାଗି ରୁହେ ତେବେ ଜାଣନ୍ତୁ ଆପଣଙ୍କ ଶରୀରର ରୋଗପ୍ରତିରୋଧକ କ୍ଷମତା କମ୍‌ ରହିଛି।

Advertisment

ଆଲର୍ଜି: ଆଲର୍ଜି ବା ସଂକ୍ରମଣ ଅନେକଙ୍କୁ କିଛି ଖାଇବାରୁ ହେବାର ଦେଖାଯାଇଥାଏ। କିନ୍ତୁ ଯଦି ଧୂଳି ଓ ପାଣିର ସଂସ୍ପର୍ଶରେ ଆସିଲେ ଆପଣଙ୍କୁ ଚର୍ମ କିମ୍ବା ଅନ୍ୟ କିଛି ଶାରିରୀକ ସଂକ୍ରମଣ ବାରମ୍ବାର ହେଉଛି ତେବେ ଆପଣଙ୍କ ରୋଗପ୍ରତିରୋଧକ କ୍ଷମତା କମ୍‌ ରହିଛି।

ଗଳାର ଗ୍ଲାଣ୍ଡ୍‌ ଫୁଲିବା: ଶରୀରରେ ରୋଗପ୍ରତିରୋଧକ କ୍ଷମତା କମିଲେ ଏହାର ପ୍ରଭାବ ଗଳାର ଗ୍ଲାଣ୍ଡ୍‌ ଉପରେ ପଡ଼େ। ରୋଗପ୍ରତିରୋଧକ କ୍ଷମତା କମିଲା ବେକର ଗ୍ଲାଣ୍ଡ ଫୁଲିବାକୁ ଲାଗେ।

ହଠାତ୍‌ ଓଜନ କମିବା ଓ ବଢ଼ିଲେ: ରୋଗପ୍ରତିରୋଧକ କ୍ଷମତା କମିଲେ ଶରୀର ଓଚନ ହଠାତ୍‌ ବଢ଼ିବାକୁ ଲାଗେ ନଚେତ୍‌ କମିବାକୁ ଲାଗେ।

ଚର୍ମ ଶୁଷ୍କ ଏବଂ କୁଣ୍ଡାଇ ହୁଏ: ଶରୀରରେ ରୋଗପ୍ରତିରୋଧକ କ୍ଷମତା କମିଲେ ଚର୍ମ ଶୁଷ୍କ ହେବା ସହ କୁଣ୍ଡାଇ ହୁଏ।