ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଏ ହେଙ୍ଗୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ମୁହଁର ତ୍ୱଚାକୁ ନେଇ ଆମେ ଚିନ୍ତିତ ଥାଉ। ବୟସ ବଢିଲେ ଏହା ଯେପରି ରୁକ୍ଷ ହୋଇ ନ ଯାଏ ସେଥିପାଇଁ ଯତ୍ନବାନ୍‌ ଥାଆନ୍ତି ଅନେକ ଲୋକ। ଏଥିପାଇଁ ସାଧାରଣତଃ ଝିଅମାନେ ବିୟୁଟି ପାର୍ଲର୍‌ରେ ବିଭିନ୍ନ ପ୍ରକାରର ଫେସିଆଲ୍ କରିଥାନ୍ତି। ହେଲେ ଜାଣିଛନ୍ତି, ଆପଣ ରୋଷେଇ ଘରେ ହିଁ ଏପରି ଜିନିଷ ରହିଛି, ଯାହା ଆପଣଙ୍କୁ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ଉପକାରୀ। ଏଥିପାଇଁ ଆପଣଙ୍କୁ ପାର୍ଲର୍‌ ଯିବା ପାଇଁ ପଡ଼ିବ ନାହିଁ। ତ୍ୱଚାକୁ ସୁନ୍ଦର କରିବା ପାଇଁ […]

hengu3

hengu3

Puspanjali Panda
  • Published: Sunday, 03 February 2019
  • Updated: 03 February 2019, 08:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ମୁହଁର ତ୍ୱଚାକୁ ନେଇ ଆମେ ଚିନ୍ତିତ ଥାଉ। ବୟସ ବଢିଲେ ଏହା ଯେପରି ରୁକ୍ଷ ହୋଇ ନ ଯାଏ ସେଥିପାଇଁ ଯତ୍ନବାନ୍‌ ଥାଆନ୍ତି ଅନେକ ଲୋକ। ଏଥିପାଇଁ ସାଧାରଣତଃ ଝିଅମାନେ ବିୟୁଟି ପାର୍ଲର୍‌ରେ ବିଭିନ୍ନ ପ୍ରକାରର ଫେସିଆଲ୍ କରିଥାନ୍ତି।

ହେଲେ ଜାଣିଛନ୍ତି, ଆପଣ ରୋଷେଇ ଘରେ ହିଁ ଏପରି ଜିନିଷ ରହିଛି, ଯାହା ଆପଣଙ୍କୁ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ଉପକାରୀ। ଏଥିପାଇଁ ଆପଣଙ୍କୁ ପାର୍ଲର୍‌ ଯିବା ପାଇଁ ପଡ଼ିବ ନାହିଁ। ତ୍ୱଚାକୁ ସୁନ୍ଦର କରିବା ପାଇଁ ଆପଣ ରୋଷେଇ ଘରେ ଥିବା ହେଙ୍ଗୁର ବ୍ୟବହାର କରିପାରିବେ। ହେଙ୍ଗୁ ଏକ ଔଷଧ । ଯାହାର ଅନେକ ଲାଭ ଦେଇଥାଏ।

ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଆପଣ ଏହାର ବ୍ୟବହାର କରିଥାନ୍ତି।

କ‘ଣ ଅଛି ହେଙ୍ଗୁରେ: ହେଙ୍ଗୁରେ ଆଣ୍ଟି-ଇଫ୍ଲେମେଟରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହାର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର ଇତ୍ୟାଦିରୁ ମୁକ୍ତି ମିଳିଥାଏ। ଏହାସହ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା, ରକ୍ତଚାପ, ଆଜମା ଓ ଚର୍ମ ରୋଗରୁ ରକ୍ଷା ମିଳିଥାଏ।  

ମୁହଁକୁ ଆକର୍ଷଣୀୟ କରେ : ହେଙ୍ଗୁକୁ ପାଣି କିମ୍ବା ଗୋଲାପ ଜଳରେ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁ ଅଧିକ ଆକର୍ଷଣୀୟ ଦେଖାଯାଇଥାଏ। ଆଖି ତଳ କଳା ପଡିଥିଲେ ମଧ୍ୟ ଦାଗ ଲିଭିଯାଏ।
ମୁହଁକୁ କୋମଳ କରେ: କ୍ଷୀର, ଗୋଲାପ ଜଳ ଓ ମହୁକୁ ମିଶାଇ ସେଥିରେ ହେଙ୍ଗୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାହାକୁ ମୁହଁରେ ଲଗାନ୍ତୁ। ଏପରି ନିୟମିତ ରୂପେ ଲଗାଇବା ଦ୍ୱାରା ମୁହଁ କୋମଳ ହୋଇଥାଏ।
ମୁହଁ ସଂକ୍ରମଣରୁ ରକ୍ଷା କରେ : ମୁହଁରେ କୌଣସି ସଂକ୍ରମଣ ଜନିତ ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବା ପାଇଁ ହେଙ୍ଗୁର ବ୍ୟବହାର କରିପାରିବା। ପାଣିରେ ଅଳ୍ପ ହେଙ୍ଗୁ ମିଶାଇ ମୁହଁକୁ ପୋଛନ୍ତୁ। ହେଙ୍ଗୁର ପେଷ୍ଟ ପ୍ରସ୍ତୁତ କରି ମଧ୍ୟ ମୁହଁରେ ଲଗାଇ ପାରିବେ। ଏପରି କରିବା ଦ୍ୱାରା ମୁହଁ ସଂକ୍ରମଣ ଜନିତ ସମସ୍ୟାରୁ ରକ୍ଷା ପାଇପାରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos