ପାଦ ଛୁଇଁ ମୁଣ୍ଡିଆ ମାରିବାରେ କ’ଣ ମିଳେ ଉପକାର, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସଂସ୍କୃତି ଓ ପରମ୍ପରା ଅନୁସାରେ ସମସ୍ତ ଗୁରୁଜନ ବା ବଡ଼ ଲୋକମାନଙ୍କର ପାଦ ଛୁଆଁ ଯାଇଥାଏ। ଏମିତି କରିବା ଦ୍ଵାରା ବଡ଼ ଲୋକଙ୍କୁ ସମ୍ମାନ ମିଳିଥାଏ ଓ ପାଦ ଛୁଉଁଥିବା ଲୋକଙ୍କୁ ଅଶିର୍ବାଦ। ଯେଉଁ ଲୋକମାନଙ୍କ ପାଦ ଛୁଇଁ ଆଶିର୍ବାଦ ନିଆଯାଏ ଶାସ୍ତ୍ର ଅନୁସାରେ ସେମାନଙ୍କ ପାଇଁ ମଧ୍ୟ କିଛି ନିୟମ ଅଛି। ପାଦ ଛୁଇଁଲେ ସେମାନେ କ’ଣ କରିବା ଦରକାର ଆସନ୍ତୁ ଜାଣିବା। କେହି ଆପଣଙ୍କ ପାଦ ଛୁଇଁଲେ ସେହି ସମୟରେ ଆପଣ ତାଙ୍କୁ […]

images

images

Rakesh Mallick
  • Published: Friday, 03 November 2017
  • Updated: 03 November 2017, 08:14 PM IST

Sports

Latest News

ନୂଆଦିଲ୍ଲୀ: ସଂସ୍କୃତି ଓ ପରମ୍ପରା ଅନୁସାରେ ସମସ୍ତ ଗୁରୁଜନ ବା ବଡ଼ ଲୋକମାନଙ୍କର ପାଦ ଛୁଆଁ ଯାଇଥାଏ। ଏମିତି କରିବା ଦ୍ଵାରା ବଡ଼ ଲୋକଙ୍କୁ ସମ୍ମାନ ମିଳିଥାଏ ଓ ପାଦ ଛୁଉଁଥିବା ଲୋକଙ୍କୁ ଅଶିର୍ବାଦ। ଯେଉଁ ଲୋକମାନଙ୍କ ପାଦ ଛୁଇଁ ଆଶିର୍ବାଦ ନିଆଯାଏ ଶାସ୍ତ୍ର ଅନୁସାରେ ସେମାନଙ୍କ ପାଇଁ ମଧ୍ୟ କିଛି ନିୟମ ଅଛି। ପାଦ ଛୁଇଁଲେ ସେମାନେ କ’ଣ କରିବା ଦରକାର ଆସନ୍ତୁ ଜାଣିବା।

  • କେହି ଆପଣଙ୍କ ପାଦ ଛୁଇଁଲେ ସେହି ସମୟରେ ଆପଣ ତାଙ୍କୁ ଆଶିର୍ବାଦ ଦେବା ସହ ଭଗବାନଙ୍କ ନାଆଁ ନେବା ଆବଶ୍ୟକ କାରଣ ଆପଣଙ୍କର ପାଦ କେହି ଛୁଇଁଲେ ଆପଣଙ୍କ ଉପରେ ଦୋଷ ଲାଗିପାରେ। ଏହି ଦୋଷରୁ ମୁକ୍ତି ପାଇବାପାଇଁ ଭଗବାନଙ୍କ ନାଁ ନେବା ଆବଶ୍ୟକ। ପାଦ ଛୁଇଁବା ସମୟରେ ଭଗବାନଙ୍କ ନାଁ ଧରିରେ ନିଜର ପୂଣ୍ୟହେବା ସହ ଛୁଇଁବା ଲୋକକୁ ମଧ୍ୟ ଶୁଭ ଫଳ ମିଳିଥାଏ। ଆଶିର୍ବାଦ ଦେଲେ ମଧ୍ୟ ପାଦ ଛୁଉଁଥିବା ବ୍ୟକ୍ତିଙ୍କ ସମସ୍ୟା ଦୂର ହୋଇଯାଇଥାଏ।
  • କାହିଁକି ବଡ଼ ଲୋକଙ୍କ ପାଦ ଛୁଇଁବା ଆବଶ୍ୟକ: ପାଦଛୁଇଁବାର ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଏହିଭଳି ଦୁଇଟି ଉପକାରିତା ରହିଛି। । ପାଦ ଛୁଇଁ ପ୍ରଣାମ କରିବା କେବଳ ଏକ ପରମ୍ପରା ନୁହେଁ,ଏହା କରିବା ଦ୍ଵାରା ଆମର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ।
  • ପାଦ ଛୁଇଁବା ଦ୍ଵାରା କେବଳ ଅଶିର୍ବାଦ ମିଳି ନ ଥାଏ, ଏମିତି କରିବା ଦ୍ଵାରା ଆମ ଭିତର ଅନେକ ଖରାପ ଜିନିଷ ବାହାରି ଯାଇଥାଏ।
  • ପାଦ ଛୁଇଁବା ଦ୍ଵାରା ଶାରିରୀକ ବ୍ୟାୟମ  ହୋଇଥାଏ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos