Advertisment

ମାଉଥ୍‌ ଅଲସର ପାଇଁ ଘରୋଇ ଉପଚାର

ଭୁବନେଶ୍ୱର: ମାଉଥ୍‌ ଅଲସର(ମୁଖ ଘା’) ହେବା ଏହା ସାଧାରଣ କଥା। କିନ୍ତୁ ଏହା ଖୁବ୍‌ ଯନ୍ତ୍ରଣା ଦାୟକ। ଏହା ପାଟିର ଭିତରପାଖ ଗାଲ, ଦାନ୍ତ ମାଢ଼ି, ଜିଭ, ଓଠର ଭିତରପାଖରେ ହେବାର ଦେଖାଯାଏ। ଫଳରେ ଖାଇବା ଓ ପିଇବା ସମୟରେ ଖୁବ୍‌ ଯନ୍ତ୍ରଣା ଅନୁଭୂବ ହୁଏ। କୋଷ୍ଠ କାଠିନ୍ୟ, ବଂଶାନୁଜନିତ ସମସ୍ୟା, ଅତ୍ୟଧିକ ଏସିଡିଟି, ହର୍ମୋନରେ ତାରତମ୍ୟ, ଭିଟାମିନ୍‌ ବି କମ୍ପଲେକ୍ସ, ଭିଟାମିନ୍‌ ସି ଏବଂ ଆଇରନ୍‌ର ଅଭାବ ହେଲେ ଏହି ମାଉଥ ଅଲସର ସମସ୍ୟା ଦେଖାଯାଏ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ମାଉଥ୍‌ ଅଲସର ପାଇଁ ଘରୋଇ ଉପଚାର

mouth-ulcer

sore_0ଭୁବନେଶ୍ୱର: ମାଉଥ୍‌ ଅଲସର(ମୁଖ ଘା’) ହେବା ଏହା ସାଧାରଣ କଥା। କିନ୍ତୁ ଏହା ଖୁବ୍‌ ଯନ୍ତ୍ରଣା ଦାୟକ। ଏହା ପାଟିର ଭିତରପାଖ ଗାଲ, ଦାନ୍ତ ମାଢ଼ି, ଜିଭ, ଓଠର ଭିତରପାଖରେ ହେବାର ଦେଖାଯାଏ। ଫଳରେ ଖାଇବା ଓ ପିଇବା ସମୟରେ ଖୁବ୍‌ ଯନ୍ତ୍ରଣା ଅନୁଭୂବ ହୁଏ। କୋଷ୍ଠ କାଠିନ୍ୟ, ବଂଶାନୁଜନିତ ସମସ୍ୟା, ଅତ୍ୟଧିକ ଏସିଡିଟି, ହର୍ମୋନରେ ତାରତମ୍ୟ, ଭିଟାମିନ୍‌ ବି କମ୍ପଲେକ୍ସ, ଭିଟାମିନ୍‌ ସି ଏବଂ ଆଇରନ୍‌ର ଅଭାବ ହେଲେ ଏହି ମାଉଥ ଅଲସର ସମସ୍ୟା ଦେଖାଯାଏ। ତେବେ ଏହାର ଆରୋଗ୍ୟ ପାଇଁ ଡାକ୍ତରୀ ଔଷଧ ବ୍ୟତୀତ ଜଣେ ଘରୋଇ ଉପାୟରେ ମଧ୍ୟ ଚାରି ରୁ ପାଞ୍ଚଦିନ ମଧ୍ୟରେ ଯନ୍ତ୍ରଣାରୁ ଆରାମ ପାଇପାରିବେ।

Advertisment

ଲବଙ୍ଗ ଓ ୟୁକାଲିପଟସ୍ ତେଲ: ଏହି ଦୁଇ ତେଲକୁ ସମାନ ମାତ୍ରାରେ ମିଶାଇ ତୁଳା ସାହାଯ୍ୟରେ ପାଟିରେ ଘା’ ହୋଇଥିବା ସ୍ଥାନରେ ୧୦ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖି ଉଷୁମ ପାଣିରେ ଧୋଇ ଦେବେ। ଏହାର ପ୍ରୟୋଗ ପରେ କିଛି ସମୟ ପାଟି ଜଳିଲା ପରି ଅନୁଭବ ହେବ କିନ୍ତୁ ଏଥିରେ ବ୍ୟସ୍ତ ହେବାର କୌଣସି ଆବଶ୍ୟତା ନାହିଁ।

ଯଷ୍ଟିମଧୁ: ଏକ ଚାମଚ ଯଷ୍ଟିମଧୁକୁ ଦୁଇ କପ୍‌ ପାଣିରେ ତିନି ଦୁଇ ରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖି ଏହି ପାଣିରେ ଦିନକୁ ତିନି ରୁ ଚାରିଥର ପାଟି ଧୋଇ ପାରିବେ।

Advertisment

ନଡ଼ିଆ ରସ ଓ ପାଣି: ଏକ ଚାମଚ ନଡ଼ିଆ ରସରେ ଅଳ୍ପ ମହୁ ମିଶାଇ ଅଲସର ହୋଇଥିବା ସ୍ଥାନରେ ଲଗାପାରିବେ।

ଏହାବ୍ୟତୀତ ନଡ଼ିଆ ପାଣିରେ ଦିନକୁ ଚାରି ରୁ ପାଞ୍ଚଥର କୁଳି ମଧ୍ୟ କରିପାରିବେ।

ଧନିଆ: ଏକ ଚାମଚ ଧନିଆକୁ ଏକ ପାଣିରେ ଫୁଟାଇ ଥଣ୍ଡା ହେବା ପରେ ଏହି ପାଣିକୁ ଦୁଇରୁ ତିନିଥର ପାଟି କୁଳି କରିବାରେ ବ୍ୟବହାର କରନ୍ତୁ।

ବେକିଂସୋଡ଼ା: ବେକିଂସୋଡ଼ା ବା ସୋଡ଼ିୟମ ବାଇକାର୍ବୋନେଟ୍‌କୁ ପାଣିରେ ମିଶାଇ ଏହାକୁ ପାଟିର ଅଲସର ହୋଇଥିବା ସ୍ଥାନରେ ଲଗାଇପାରିବେ। ଏହାବ୍ୟତୀତ ବେକିଂସୋଡ଼ାକୁ ସିଧାସଳଖ ଅଲସର ହୋଇଥିବା ସ୍ଥାନରେ ମଧ୍ୟ ଲଗାଇପାରିବେ।