ଏହି ଦିନରେ ଭୁଲରେ ବି ବେଲପତ୍ର ତୋଳନ୍ତୁ ନାହିଁ ନହେଲେ...

ଶ୍ରାବଣ ମାସ ଆରମ୍ଭ ହେବାମାତ୍ରେ ଶିବଙ୍କ ଭକ୍ତମାନେ ତାଙ୍କ ଆରଧନାରେ ଲୀନ ହୋଇପଡ଼ନ୍ତି। ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେବେ ବେଲପତ୍ର ଚଢ଼ାନ୍ତି ତ କେବେ ଗଞ୍ଜେଇ। କୁହାଯାଏ ଯେ, ବେଲପତ୍ର ଭୋଳାନାଥଙ୍କର ଅତ୍ୟନ୍ତ ପ୍ରିୟ। ଆଜି ଆମେ ଡମ୍ବରୁଧର ଶିବଙ୍କ ପ୍ରିୟ ବେଲପତ୍ର ବିଷୟରେ କିଛି ରୋଚକ କଥା କହିବୁ। ହିନ୍ଦୁ  ଶାସ୍ତ୍ର ଅନୁଯାୟୀ ବେଲପତ୍ର ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ, ଶିବଙ୍କ ପ୍ରତ୍ୟେକ ପୂଜାରେ ନିହାତି ଭାବରେ ବେଲପତ୍ର ବ୍ୟବହାର କରନ୍ତୁ। […]

2017_2image_12_37_067657997shivbilvpatra-ll

2017_2image_12_37_067657997shivbilvpatra-ll

Rakesh Mallick
  • Published: Monday, 30 July 2018
  • Updated: 30 July 2018, 03:58 PM IST

Sports

Latest News

ଶ୍ରାବଣ ମାସ ଆରମ୍ଭ ହେବାମାତ୍ରେ ଶିବଙ୍କ ଭକ୍ତମାନେ ତାଙ୍କ ଆରଧନାରେ ଲୀନ ହୋଇପଡ଼ନ୍ତି। ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେବେ ବେଲପତ୍ର ଚଢ଼ାନ୍ତି ତ କେବେ ଗଞ୍ଜେଇ। କୁହାଯାଏ ଯେ, ବେଲପତ୍ର ଭୋଳାନାଥଙ୍କର ଅତ୍ୟନ୍ତ ପ୍ରିୟ। ଆଜି ଆମେ ଡମ୍ବରୁଧର ଶିବଙ୍କ ପ୍ରିୟ ବେଲପତ୍ର ବିଷୟରେ କିଛି ରୋଚକ କଥା କହିବୁ।

ହିନ୍ଦୁ  ଶାସ୍ତ୍ର ଅନୁଯାୟୀ ବେଲପତ୍ର ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ, ଶିବଙ୍କ ପ୍ରତ୍ୟେକ ପୂଜାରେ ନିହାତି ଭାବରେ ବେଲପତ୍ର ବ୍ୟବହାର କରନ୍ତୁ। ଯଦି ଏହା ୩ ପତ୍ର ବିଶିଷ୍ଟ ହୋଇଥାଏ, ତା’ହେଲେ ଆହୁରି ଭଲ। କୁହାଯାଏ ଯେ, ଏହାଦ୍ୱାରା ଶିବ ଶୀଘ୍ର ପ୍ରସନ୍ନ ହୋଇ ଭକ୍ତଙ୍କୁ ମନବାଞ୍ଛିତ ବରଦାନ ଦେଇଥାନ୍ତି।

[caption id="attachment_258258" align="aligncenter" width="972"] କୁହାଯାଏ ଯେ, ବେଲପତ୍ର ଚଢ଼ାଇଲେ ରୁଦ୍ରଦେବଙ୍କର ମସ୍ତକ ଶୀତଳ ହୋଇଥାଏ। କିନ୍ତୁ ଯଦି ବେଲ ପତ୍ର ଟିକେ ହେଲେ ଖରାପ ହୋଇଯାଇଥାଏ, ତେବେ ଭୋଳାନାଥ ‍କ୍ଷୁବ୍ଧ ହୋଇପାରନ୍ତି।[/caption]

ସୋମବାର, ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି ଦିନ ଭୁଲରେ ବି ବେଲ ପତ୍ର ଛିଣ୍ଡାନ୍ତୁନାହିଁ। ଏହାର ପୂର୍ବ ଦିନରୁ ବେଲପତ୍ର ତୋଳି ଆଣି ରଖିଦିଅନ୍ତୁ। କିନ୍ତୁ ଯଦି ଆପଣ ବେଲପତ୍ର କିଣିକି ଆଣୁଛନ୍ତି, ତେବେ ଏହାକୁ ଯେ କୌଣଶି ଦିନ ଶିବଙ୍କ ଉପରେ ଚଢ଼ାଇପାରିବେ।

ଆପଣ ହୁଏତ ଜାଣି ନଥିବେ, ବେଲପତ୍ର ଥରେ ଭଗବାନଙ୍କୁ ଚଢ଼ାସରିଲା ପରେ ଏହା ମାରା ହୁଏ ନାହିଁ। ତେଣୁ ଏହାକୁ ପୁଣିଥରେ ଧୋଇ ବ୍ୟବହାର କରିହେବ।

କୁହାଯାଏ, ଯେଉଁ ଘରେ ବେଲଗଛ ଥାଏ ସେହି ଘରେ ଶିବଙ୍କ କୃପା ରହିଥାଏ। ବେଲ ଗଛ ଘରର ଉତ୍ତର-ପଶ୍ଚିମରେ ଲଗାଇଲେ ଯଶ, କୀର୍ତ୍ତୀ ଓ ମାନ ପ୍ରାପ୍ତ ହୋଇଥାଏ। ସେହିପରି ଉତ୍ତର-ଦକ୍ଷିଣରେ ରହିଲେ ସୁଖ, ଶାନ୍ତି ମିଳିଥାଏ ଓ ଏହି ଦୁଇଟିର ମଧ୍ୟଭାଗରେ ଲାଗିଲେ ଧନ ଓ ଖୁସି ମିଳିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos