ଭୁଲ୍‌ରେ କାହା ଆଗରେ କୁହନ୍ତୁନି ଏସବୁ କଥା, ସମସ୍ୟାରେ ପଡ଼ିପାରନ୍ତି!

କୁହାଯାଏ ସବୁ କଥା ସମସ୍ତଙ୍କ ଆଗରେ କୁହାଯାଏ ନାହିଁ। ସେମିତି ଏମିତି କିଛି କଥା ଅଛି ଯାହାକୁ କାହାରିକୁ ନ କହିଲେ ଭଲ। ଶାସ୍ତ୍ରରେ ବି ଏମିତି କିଛି କଥା ସଂପର୍କରେ ଉଲ୍ଲେଖ ରହିଛି ଯେଉଁଗୁଡ଼ିକୁ କାହା ଆଗରେ ପ୍ରକାଶ କରିବାକୁ ବାରଣ କରାଯାଇଛି। ଏହି କଥାଗୁଡ଼ିକୁ ବାହାରେ ପ୍ରକାଶ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେମିତି କିଛି କଥା ସଂପର୍କରେ। କାର୍ଯ୍ୟକାରୀ କରିବା ପୂର୍ବରୁ ନିଜ ଯୋଜନା ସଂପର୍କରେ […]

Woman

Woman

Rakesh Mallick
  • Published: Friday, 24 November 2017
  • Updated: 24 November 2017, 01:49 PM IST

Sports

Latest News

କୁହାଯାଏ ସବୁ କଥା ସମସ୍ତଙ୍କ ଆଗରେ କୁହାଯାଏ ନାହିଁ। ସେମିତି ଏମିତି କିଛି କଥା ଅଛି ଯାହାକୁ କାହାରିକୁ ନ କହିଲେ ଭଲ। ଶାସ୍ତ୍ରରେ ବି ଏମିତି କିଛି କଥା ସଂପର୍କରେ ଉଲ୍ଲେଖ ରହିଛି ଯେଉଁଗୁଡ଼ିକୁ କାହା ଆଗରେ ପ୍ରକାଶ କରିବାକୁ ବାରଣ କରାଯାଇଛି। ଏହି କଥାଗୁଡ଼ିକୁ ବାହାରେ ପ୍ରକାଶ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେମିତି କିଛି କଥା ସଂପର୍କରେ।

  • କାର୍ଯ୍ୟକାରୀ କରିବା ପୂର୍ବରୁ ନିଜ ଯୋଜନା ସଂପର୍କରେ କାହାରିକୁ କୁହନ୍ତୁ ନାହିଁ। ଏପରିକି ଅତି ନିଜର ହୋଇଥିଲେ ବି କୁହନ୍ତୁ ନାହିଁ। କାରଣ ଆପଣଙ୍କ ଆଇଡିଆକୁ କେହି ସମାଲୋଚନା କରିପାରନ୍ତି। ସେମାନଙ୍କ ଈର୍ଷା ଯୋଗୁଁ ଆପଣଙ୍କ କାର୍ଯ୍ୟ ବିଗିଡ଼ି ଯାଇପାରେ।
  • ନିଜ ଜୀବନର କିଛି ଗୋପନୀୟ କଥା ଯେପରି ସେକ୍ସ ଆଦି ସଂପର୍କରେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।
  • ଘର କଥା, ଘରେ ହେଉଥିବା ଝଗଡ଼ାକୁ ବାହାର ଲୋକଙ୍କୁ କୁହନ୍ତୁ ନାହିଁ। ବେଳେ ବେଳେ ଏହି ସବୁ କଥା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଅଧିକ ଲୋକଙ୍କ ସମ୍ମୁଖରେ ନିଜ ସମସ୍ୟା ବିଷୟରେ ଗପନ୍ତୁ ନାହିଁ। ଯେତେ କହିବେ ସମସ୍ୟା ସେତେ ଅଧିକ ବଢ଼ିବ।
  • କୌଣସି ସାହାସିକତା କାର୍ଯ୍ୟ କରିଥିଲେ ଅନ୍ୟ କାହା ଆଗରେ ଏହାକୁ ବଖାଣନ୍ତୁ ନାହିଁ। ଆପଣଙ୍କ କୀର୍ତ୍ତି ସଂପର୍କୀତ ସୂଚନା ଆପେ ଆପେ ଅନ୍ୟମାନଙ୍କ ପାଖରେ ପହଞ୍ଚି ଯିବ।
  • ନିଜର ଆଧ୍ୟାତ୍ମିକ ଜ୍ଞାନକୁ ଅନ୍ୟ ସହ ନବାଣ୍ଟି ନିଜ ମନ ଭିତରେ ରଖନ୍ତୁ। ସମସ୍ତଙ୍କ ଆଧ୍ୟାତ୍ମିକ ବିଚାର ଓ ଦୃଷ୍ଟିକୋଣ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ନିଜ ଭିତରେ ଏହି କଥା ସବୁ ସୀମିତ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos