ଶିଶୁ ମେଦବହୁଳତା ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ

ରୁଦ୍ର ପ୍ରସନ୍ନ ରଥ ବିଗତ କିଛି ବର୍ଷ ମଧ୍ୟରେ ଶିଶୁମାନଙ୍କର ଓଜନ ଆବଶ୍ୟକତାଠାରୁ ଅଧିକ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଯୋଗୁଁ ସମଗ୍ର ବିଶ୍ୱରେ ନୂଆ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଛି। ସାଧାରଣତଃ ମୋଟା ଦେଖାଯାଉଥିବା ପିଲାମାନେ ସ୍ୱାସ୍ଥ୍ୟବାନ ବୋଲି ଏକ ଭ୍ରାନ୍ତ ଧାରଣା ପ୍ରଚଳିତ ଅଛି। ତେବେ ପ୍ରକୃତପକ୍ଷେ ଏହା ଦେଖାଯାଇଛି ଯେ ବୟସ ତୁଳନାରେ ଅତ୍ୟଧିକ ମୋଟାଥିବା ପିଲାମାନେ ମଧ୍ୟ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଭାରତ ବର୍ଷର ମୋଟ ଶିଶୁ ଜନସଂଖ୍ୟାର ଶତକଡ଼ା […]

article

article

Debendra Prusty
  • Published: Wednesday, 25 May 2022
  • Updated: 25 May 2022, 03:07 PM IST

Sports

Latest News

ରୁଦ୍ର ପ୍ରସନ୍ନ ରଥ

ବିଗତ କିଛି ବର୍ଷ ମଧ୍ୟରେ ଶିଶୁମାନଙ୍କର ଓଜନ ଆବଶ୍ୟକତାଠାରୁ ଅଧିକ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଯୋଗୁଁ ସମଗ୍ର ବିଶ୍ୱରେ ନୂଆ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଛି। ସାଧାରଣତଃ ମୋଟା ଦେଖାଯାଉଥିବା ପିଲାମାନେ ସ୍ୱାସ୍ଥ୍ୟବାନ ବୋଲି ଏକ ଭ୍ରାନ୍ତ ଧାରଣା ପ୍ରଚଳିତ ଅଛି। ତେବେ ପ୍ରକୃତପକ୍ଷେ ଏହା ଦେଖାଯାଇଛି ଯେ ବୟସ ତୁଳନାରେ ଅତ୍ୟଧିକ ମୋଟାଥିବା ପିଲାମାନେ ମଧ୍ୟ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଭାରତ ବର୍ଷର ମୋଟ ଶିଶୁ ଜନସଂଖ୍ୟାର ଶତକଡ଼ା ୧୫% ମେଦ ବହୁଳତାର ଶିକାର ହୋଇଥାଆନ୍ତି। ସଂଖ୍ୟାରେ ଗଣି ବସିଲେ ଏହା ପାଖାପାଖି ଚଉଦ କୋଟି ଚାଳିଶ ଲକ୍ଷ ହେବ। ଶିଶୁମାନଙ୍କ ମଧ୍ୟରେ ଏପରି ଭାବେ ଓଜନ ବଢ଼ି ଚାଲିଲେ ଏପରି ସମୟ ଆସିବ ଯେତେବେଳେ ବିଶ୍ୱରେ ଭାରତକୁ ମେଦ ବହୁଳ ଶିଶୁମାନଙ୍କର ରାଜଧାନୀ ନାମ ଦିଆଯିବ। ବିଶ୍ୱ ସୂଚୀରେ ଏବେ ଚୀନରେ ସର୍ବାଧିକ ମେଦବହୁଳ ଶିଶୁ ଥିଲା ବେଳେ ଭାରତବର୍ଷ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି।

ଆହୁରି ଚିନ୍ତାର ବିଷୟ ହେଉଛି ଯେ ଉଭୟ ଭାରତ ଏବଂ ବିଶ୍ୱରେ ଶିଶୁ ମେଦବହୁଳତା ବେଶ୍ ଦୃତଗତିରେ ବଢ଼ି ଚାଲିଛି। ଏହା ସମସ୍ତଙ୍କୁ ଆଶଙ୍କିତ କରିପକାଇବା ସ୍ୱଭାବିକ୍। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ବା ଏନଏଫଏଚଏସ ପାଂଚ ଆଉ ଚାରି ମଧ୍ୟରେ ଥିବା ତଥ୍ୟକୁ ଲକ୍ଷ୍ୟ କଲେ ଆମେ ଏକ ଆଶଙ୍କିତ କଲାପରି ତଥ୍ୟକୁ ସାମନା କରିବା। ଏନଏଫଏଚଏସ-୪ରେ ଭାରତରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ୨.୧ ପ୍ରତିଶତ ଥିଲା ବେଳେ ଏନଏଫଏଚଏସ-୫ରେ ଏହା ୩.୨ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ୧୯୭୫ରୁ ୨୦୧୬ ମଧ୍ୟରେ ସମଗ୍ର ବିଶ୍ୱରେ ଶିଶୁମେଦବହୁଳତା ହାରାହାରୀ ତିନିଗୁଣ ବୃଦ୍ଧି ପାଇଛି। ୨୦୧୯ ବେଳକୁ ସମଗ୍ର ପୃଥିବୀରେ ପ୍ରାୟ ୩୮.୨ କୋଟି ପାଂଚ ବର୍ଷରୁ କମ୍ ବୟସର ଶିଶୁ ମେଦବହୁଳତାର ଶିକାର ଥିଲେ। ସେହିପରି ୫-୧୯ ବର୍ଷ ବୟସ୍କ ଶିଶୁମାନଙ୍କ ମଧ୍ୟରେ ପ୍ରାୟ ୧୨୪ କୋଟି ଶିଶୁ ମେଦ ବହୁଳତାର ଶିକାର ଥିଲେ।

ଭାରତରେ ଗତ ୧୫ ବର୍ଷ ଧରି ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି। ଏହାର ଫଳ ସ୍ୱରୁପ ଅନେକ ଏବେ ଅଧିକ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି। ଏହି ରୋଜଗାରର ସିଂହଭାଗ ଏବେ ବାହାରେ ଖାଇବା ଏବଂ ବୁଲିବାରେ ଖର୍ଚ୍ଚ ହେଉଛି। ଏହାବାଦ୍ ସାଧାରଣ ଭାବେ ଭାରତୀୟମାନେ ଏକ ଆଳସ୍ୟପୂର୍ଣ୍ଣ ଜୀବନଧାରଣର ଶୈଳୀକୁ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ଅଧିକାଂଶ ଶାରୀରିକ ଶ୍ରମକୁ ନିମ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ପରିଶ୍ରମକାତର ହୋଇ ଜୀବନଯାପନ କରିବାକୁ ଭଲ ପାଆନ୍ତି। ଏହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବୁମେରାଂ ହୁଏ। ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ କ୍ରମେ କ୍ରମେ ମେଦ ବହୁଳତା ଆଡ଼କୁ ବାଟ କଢ଼ାଇଥାଏ। ତେବେ କେବଳ ଏହି ଗୋଟିଏ କାରଣ ପାଇଁ ଯେ ଶିଶୁ ମେଦ ବହୁଳତା ବୃଦ୍ଧି ପାଉଛି ତାହା କହିଲେ ସତ୍ୟର ଅପଳାପ ହେବ।

ଶିଶୁମାନଙ୍କ ମଧ୍ୟରେ ମେଦ ବହୁଳତା ବୃଦ୍ଧି ପାଇଁ ଆମେ କୌଣସି ଏକ ନିର୍ଦ୍ଦିଷ୍ଟ କାରଣକୁ ଦାୟୀ କରି ପାରିବା ନାହିଁ। ଅଧିକ ଖାଇବା, ଟିଭି ଦେଖି ଦେଖି ଖାଇବା, ଶାରୀରିକ ଶ୍ରମ ନ କରିବା, ଉଚ୍ଚ କ୍ୟାଲୋରୀଯୁକ୍ତ କିନ୍ତୁ ପୋଷକତତ୍ତ୍ୱ ନଥିବା ଖାଦ୍ୟ ଖାଇବା ସହ ଚାପଗ୍ରସ୍ତ ହୋଇ ଜୀବନ ଅତିବାହିତ କରିବା ଆଦି ମେଦ ବହୁଳତାର କାରଣ ହୋଇପାରେ। ବେଳେବେଳେ ଦୀର୍ଘ ସମୟ ଧରି ଖାଉଥିବା କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଜନିତ କାରଣ ଯୋଗୁଁ ହେଉ କିମ୍ବା ମଣିଷର ଏଣ୍ଡୋକ୍ରାଇନ ଗ୍ରନ୍ଥୀରେ କ୍ଷରଣରେ ସମସ୍ୟା ଦେଖାଦେଲେ ଶିଶୁମାନେ ମୋଟା ହୋଇଯିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏହି ସବୁ କାରକ ଉପରେ ଖୁବ୍ କମ୍ ବୟସରୁ ନଜର ରଖିବା ଆବଶ୍ୟକ।

ଶିଶୁ ମେଦ ବହୁଳତା ଶିଶୁର ଜୀବନକୁ ନାନାଦି ଭାବେ ପ୍ରଭାବିତ କରେ। ଶିଶୁଠାରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ ଦେଖା ଦେବାର ଆଶଙ୍କା ରହିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଶିଶୁକୁ କଷ୍ଟ ଅନୁଭବ ହୁଏ। ପିଲାଟି ନିଜ ବୟସର ପିଲାଠାରୁ ଓଜନରେ ମୋଟା ହୋଇଥିବାରୁ ସେ ନିଜ ସାଙ୍ଗମାନଙ୍କଠାରୁ ଥଟ୍ଟା ଟାପରାର ସମ୍ମୁଖୀନ ହୁଏ। ପୁଣି ସେ ଯୁବକ ହେଲା ବେଳକୁ ତାକୁ ବିଭିନ୍ନ ସ୍ଥାନରେ ଚାକିରୀ ମିଳିବାରେ ସମସ୍ୟା ହୁଏ। ଯାହା ଫଳରେ ତା’ର ଅର୍ଥନୈତିକ ପ୍ରଗତି ବାଧାପ୍ରାପ୍ତ ହୁଏ। ମେଦ ବହୁଳତାର ନିର୍ଦ୍ଦିଷ୍ଟ ଦୀର୍ଘକାଳୀନ ସମସ୍ୟା ବି ରହିଛି। ଦୀର୍ଘମିଆଦୀ ସୂତ୍ରରେ ମେଦବହୁଳତା ଶିଶୁ ପାଇଁ ଆହୁରି ଅନେକ ସ୍ୱାସ୍ଥ୍ୟ ବିପଦ ଡାକିଆଣେ। ଯଥା ଏହା ଯୋଗୁଁ ଶିଶୁମାନଙ୍କୁ ପରବର୍ତ୍ତୀ ସମୟରେ କିଶୋର ଅବସ୍ଥାରେ ଡାଇବେଟିସ୍ ବା ମଧୁମେହ କିମ୍ବା ରକ୍ତଚାପ ଏବଂ କିଛି ନିର୍ଦ୍ଦିଷ୍ଟ ପ୍ରକାରର କ୍ୟାନସର ଦେଖା ଦେଇପାରେ। ଆମେ ମନେ ରଖିବା କଥା ମେଦ ବହୁଳତା ଶିଶୁ ସହ ଛାଇ ପରି ଲାଗି ରହିଥାଏ। ଏଣୁ ଏହାର ନିରାକରଣ ପାଇଁ ଆମେ ଶିଶୁ ଛୋଟ ଥିବା ବେଳୁ ହିଁ କାମ ଆରମ୍ଭ କରିବା ଦରକାର।

ଏବେ ସମଗ୍ର ପୃଥିବୀରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ତ୍ୱରିତ୍ ବିକାଶ ଘଟୁଛି। ଏହା ଫଳରେ ପିଲାଙ୍କ ହାତକୁ ଆସି ଯାଉଛି ଭଳିକି ଭଳି ଗ୍ୟାଜେଟ୍ ବା ଇଲେକ୍ଟ୍ରୋନିକ୍‌ସ ଉପକରଣ। ଟିଭି, ଲାପଟ୍‌ପ, ଆଇପ୍ୟାଡ୍ ଓ ମୋବାଇଲ ସହ ବିଭିନ୍ନ ପ୍ରକାର ଗେମିଂ ଡିଭାଇସ୍ ଧରି ଶିଶୁଟି ଦିନ ସାରା ସୋଫା ଏବଂ ଖଟ ଉପରେ ପଡ଼ି ରହୁଛି। ଏହାକୁ ବ୍ୟବହାର କରିବା ସମୟରେ ଆଉ ଶିଶୁଟିକୁ ସମୟ ଜଣା ପଡୁନାହିଁ। ଦୀର୍ଘ ସମୟ ଧରି ଏହାକୁ ବ୍ୟବହାର କରି ସାରିଲା ପରେ ଶିଶୁଟି ନିଜକୁ ଏକୁଟିଆ, ଅସହାୟ ଏବଂ ନିରଳସ ମନେ କରୁଛି। ବାହାରକୁ ଯାଇ ବୁଲିବା, ସାଙ୍ଗସାଥିଙ୍କ ସହ ଖେଳିବା କିମ୍ବା ଶାରୀରିକ କସରତ କରିବାକୁ ଆଗ୍ରହ ପାଉନାହିଁ। ବରଂ ଏହି ସବୁ ଡିଭାଇସ୍ ବ୍ୟବହାର କଲାବେଳେ ଶିଶୁଟି ଅନ୍ୟ ମସ୍କତା ଯୋଗୁଁ ହେଉ କିମ୍ବା ଖୁସିରେ ଅତ୍ୟଧିକ ଖାଇ ଦେଉଛି। ତାହା ପୁଣି ତେଲଛଣା ଚିପ୍ସ କିମ୍ବା ଆଇସ୍କ୍ରିମ୍ ଆଦି। ଏହି ସବୁ ଉଚ୍ଚ କ୍ୟାଲୋରୀ ସଂପନ୍ନ ଖାଦ୍ୟ ଖାଇବା ଏବଂ ପରିଶ୍ରମ ନକରିବା ଆଦି କାରଣରୁ ଶିଶୁଟିର ଓଜନ ତୁରନ୍ତ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ମା’ମାନେ ନିଜ ଉପରୁ କାମ ଚାପ ହ୍ରାସ କରିବା ପାଇଁ ହେଉ କିମ୍ବା ଅମାନିଆ ଶିଶୁକୁ ମନାଇବାକୁ ହେଉ ଶିଶୁଟି ଜିଦି କଲାମାନେ ତାକୁ ମୋବାଇଲ କିମ୍ବା ଆଇପ୍ୟାଡ୍ ଧରାଇ ଦିଅନ୍ତି। ଆଜିକାଲି ଅନେକ ଶିଶୁ ତ ମୋବାଇଲ ଦେଖିବାକୁ ଏପରି ଅଭ୍ୟାସରେ ପକାଇଛନ୍ତି ଯେ ମୋବାଇଲ ନଧରିଲେ ଖାଇବା ଛାଡ଼ି ଦେଊଛନ୍ତି। ପ୍ରାରମ୍ଭରେ ଶିଶୁର ଏହି ନିଶା ମାଆବାପାଙ୍କୁ ଭଲ ଲାଗୁଥିଲେ ବି ପରେ ଏହା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଥାଏ। ଶିଶୁର ଏହି ଅଭ୍ୟାସକୁ ଛଡ଼ାଇବାକୁ ଅନେକ ପ୍ରଚେଷ୍ଟା କରିବାକୁ ପଡୁଥିଲାବେଳେ ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ପ୍ରଭାବିତ ହୋଇଥାଏ।

ଏହି ବିଶେଷ କାରଣରୁ ବିଶେଷଜ୍ଞମାନେ ଶିଶୁର ଓଜନ ହ୍ରାସ କରିବା ପାଇଁ ଗ୍ୟାଜେଟ୍ ବ୍ୟବହାର ସମୟ ହ୍ରାସ କରିବା ସହ ପରିବାରର ସବୁ ଲୋକ ଏକାଠି ଭୋଜନ କରିବା ଏବଂ ଏକାଠି ଶାରୀରିକ ପରିଶ୍ରମ କରିବା ଉପରେ ଜୋର ଦେଉଛନ୍ତି। ପିତାମାତାମାନେ ଶିଶୁର ଗ୍ୟାଜେଟ୍ ଦେଖିବା ନିଶା ଉପରେ ଅଂକୁଶ ନ ଲଗାଇଲେ ଶିଶୁ ମେଦବହୁଳତା ଉପରେ ଏ ଲଢ଼େଇରେ ବିଜୟ ହାସଲ ଅସମ୍ଭବ ହୋଇ ପଡ଼ିବ।

ଏହି ପ୍ରସଙ୍ଗକୁ ଆମେ ସମସ୍ୟା ଭାବରେ ଯଦି ଗ୍ରହଣ କରିବା ତେବେ ସମାଧାନ ପାଇଁ ଆମ ସମସ୍ତଙ୍କୁ ନିଶ୍ଚିତ ଭାବେ ଏହାର ଉପାୟ ଦେଖାଯିବ। ଶିଶୁଠାରେ ମେଦ ବହୁଳତା ରୋକିବା ଦିଗରେ କାମ କରିବା ପାଇଁ ହେଲେ ଆମକୁ ନିମ୍ନଲିଖିତ ପ୍ରସଙ୍ଗ  ଉପରେ କାମ କରିବା ଆବଶ୍ୟକ। ଯଥା ଟିଭି କିମ୍ବା ମୋବାଇଲ ଦେଖି ଦେଖି ଖାଇବାକୁ ଶିଶୁକୁ ବାରଣ କରନ୍ତୁ। ଏହାଦ୍ୱାରା ଶିଶୁ କେତେ ପରିମାଣରେ ଖାଉଛି ତାହା ଜଣା ପଡିନଥାଏ। ସେହିପରି ଶିଶୁର ସ୍କ୍ରିନ୍ ଟାଇମ୍ କମ୍ କରନ୍ତୁ। ତା ସହ ମିଶି ଖେଳିବା ଆଉ ଶାରୀରିକ ଶ୍ରମ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ।  ଶିଶୁକୁ ଫାଷ୍ଟ ଫୁଡ୍ ଯଥା ବର୍ଗର, ଚାଓମିନ୍, ପିଜ୍ଜା ଆଦି ଖାଇବାକୁ ଦେବା ଉଚିତ୍ ନୁହେଁ। ଏହି ଖାଦ୍ୟ ସବୁ ଊଚ୍ଚ କ୍ୟାଲୋରୀ ସଂପନ୍ନ ହୋଇଥିବା ବେଳେ ଏଥିରେ କୌଣସି ପୋଷକତତ୍ତ୍ୱ ନଥାଏ। ପ୍ରତି ଶିଶୁ ଦିନକୁ ସର୍ବନିମ୍ନ ଏକ ଘଂଟାଯାଏ କସରତ କରିବା ଦରକାର। ଚାଲିବା, ଦୌଡ଼ିବା, ପହଁରିବା, ସାଇକେଲ ଚଳାଇବା ଇତ୍ୟାଦି ଏହି କସରତର ଅଂଶବିଶେଷ ହେବା ଦରକାର। ଶିଶୁର ଖାଦ୍ୟରେ ପନିପରିବା, ଫଳ ଆଦି ଉପଯୁକ୍ତ ମାତ୍ରାରେ ରହିବା ଦରକାର। କେବଳ ଭୋକ ହେଲା ମାତ୍ରେ ଖାଇବା ଆବଶ୍ୟକ। ବୋର୍‌ ହେବା କିମ୍ବା ସମୟ କାଟିବା ବେଳେ ଖାଦ୍ୟ ଖାଇବା ଉଚିତ୍ ନୁହେଁ।

ତେବେ ମନେ ରଖିବା ଦରକାର ଯେ ଶିଶୁ ମେଦ ବହୁଳତା ଏକ ରୋଗ ନୁହେଁ। ଏହା କେବଳ ବିଶୃଙ୍ଖଳିତ ଜୀବନଶୈଳୀର ପରିପ୍ରକାଶ ମାତ୍ର। ଏଣୁ ଆପଣଙ୍କ ଆଖପାଖରେ ଯଦି ଆପଣ କୌଣସି ମେଦ ବହୁଳ ଶିଶୁ ଦେଖୁଛନ୍ତି ତେବେ ତାହା ସହ ଥଟ୍ଟାତାମସା ନକରି ବରଂ ତାକୁ କିପରି ଏହି ଅବସ୍ଥାରୁ ବାହାରକୁ ଅଣାଯାଇ ପାରିବ ସେ ନେଇ ଗୁରୁତର ସହ ଚିନ୍ତା କରନ୍ତୁ। ମନେ ରଖନ୍ତୁ ମେଦ ବହୁଳତା ଏକ ହାସ୍ୟ ବ୍ୟଙ୍ଗର ବିଷୟ ନୁହେଁ, ବରଂ ଏହା ଏକ ଏପରି ବିଷୟ ଯାହା ଆମ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ଦରକାର।

ଧବଳଗିରି, ଯାଜପୁର ରୋଡ

ଫୋ-୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story