Advertisment

୫ଟି ‘ଏସ୍‌’ ଯୋଗୁ ହୋଇଥାଏ ଓରାଲ୍‌ କ୍ୟାନସର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ତମାଖୁ ଯୋଗୁ ହେଉଛି। ତମାଖୁ ସେବନ ହିଁ ମୁଖ ଗହ୍ୱର କର୍କଟ ବା ଓରାଲ୍‌ କ୍ୟାନସର୍ ମୁଖ୍ୟ କାରଣ। ତେବେ ଏହାର ଅନ୍ୟ କିଛି କାରଣ ଅଛି କି? ଓରଲା କ୍ୟାନ୍‌ସର ହେଲେ କିଛି ଲକ୍ଷଣ ଦେଖାଯାଇଥାଏ କି? କେମିତି ଏହାର ଚିକିତ୍ସା କରାଯାଏ। ଏସବୁ ବିଷୟରେ ସୂଚନା ଦେଇଛନ୍ତି ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ରଣଜିତ୍‌ କର। […]

author-image
Puspanjali Panda
ଅଦ୍ୟତନ ହୋଇଛି
୫ଟି ‘ଏସ୍‌’ ଯୋଗୁ ହୋଇଥାଏ ଓରାଲ୍‌ କ୍ୟାନସର୍‌

oral

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ତମାଖୁ ଯୋଗୁ ହେଉଛି। ତମାଖୁ ସେବନ ହିଁ ମୁଖ ଗହ୍ୱର କର୍କଟ ବା ଓରାଲ୍‌ କ୍ୟାନସର୍ ମୁଖ୍ୟ କାରଣ। ତେବେ ଏହାର ଅନ୍ୟ କିଛି କାରଣ ଅଛି କି? ଓରଲା କ୍ୟାନ୍‌ସର ହେଲେ କିଛି ଲକ୍ଷଣ ଦେଖାଯାଇଥାଏ କି? କେମିତି ଏହାର ଚିକିତ୍ସା କରାଯାଏ। ଏସବୁ ବିଷୟରେ ସୂଚନା ଦେଇଛନ୍ତି ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ରଣଜିତ୍‌ କର

Advertisment

୧. କେଉଁ କାରଣରୁ ଓରାଲ୍‌ କ୍ୟାନସର୍‌ ହୋଇଥାଏ ?

ସାଧାରଣତଃ ଦେଖିବାକୁ ଗଲେ ତମାଖୁ ପାଇଁ ହିଁ ଓରାଲ୍ କ୍ୟାନସର୍‌ ହୋଇଥାଏ। ତେବେ ୫ଟି ଏସ୍‌ ପାଇଁ ଓରାଲ୍‌ କ୍ୟାନସର୍‌ ହୋଇଥାଏ। ସେଗୁଡ଼ିକ ହେଲା...

  • ସ୍ମୋକିଂ (ଧୂମପାନ)
  • -ସ୍ପିରିଟ୍‌ ଆଲକୋହଲ୍
  • ସ୍ପାଇସେସ୍‌ ବା ତେଲ ମସଲା
  • ସିପିକ୍ୟୁଲେଡ୍‌ ଟୁଥ୍‌ ବା ମୁନିଆ ଦାନ୍ତ ବାଜି ପାଟିରେ ଘା’ ହୋଇଥାଏ।
  • ସେକ୍ସୁଆଲି ଟ୍ରାନ୍ସମିଟେଡ୍‌ ଡିଜିଜ୍‌ ବା ସିଫିଲିସ୍‌ (ଏହା ଏକ ବ୍ୟାକ୍ଟେରିଆ ଜନିତ ରୋଗ)
Advertisment

୨. ଓରାଲ୍‌ କ୍ୟାନସର୍‌ର ଲକ୍ଷଣ କ’ଣ ?

ପାଟିରେ ଘା’ ବଢ଼ିବା, ଘାରୁ ପୂଜ, ପାଣି ଓ ରକ୍ତ ବାହାରିବା, ବେକରେ ଗେଟା ବାହାରିବା, ସ୍ୱର ପରିବର୍ତ୍ତନ ହେବା, କାନରୁ ପାଣି ବାହାରିବା, ନାକରୁ ରକ୍ତ ପଡ଼ିବା, ବେକରେ ବଡ଼ ବଡ଼ ଗେଟା ହେବା, ଦୁଇ ଆଙ୍ଗୁଳି ପାଟିରେ ନପଶିବା, ମାଢ଼ି କିମ୍ୱା ଜିଭ ବୁଲେଇବାରେ କଷ୍ଟ ହେବା, ପାଟି ଲାଲ୍‌ ପଡ଼ିବା, ହଠାତ୍‌ ଓଜନ କମିଯିବା, ଖାଦ୍ୟ ଖାଇବା ସମୟରେ କଷ୍ଟ ହେବା ଇତ୍ୟାଦି।

୩. ଓରାଲ୍‌ କ୍ୟାନସର୍‌ରେ ରୋଗୀ ମରିଯିବାର ଆଶଙ୍କା ରହିଛି କି ?

ଏହା ଭୁଲ୍‌ କଥା। ଓରାଲ୍‌ କ୍ୟାବିଟି କ୍ୟାନସର୍‌ ବା ମୁଖ ଗହ୍ୱର କର୍କଟ ଓ ଗର୍ଭାଶୟ କର୍କଟରେ ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ। କ୍ୟାନସର୍‌ର ଷ୍ଟେଜ୍‌ ଉପରେ ଏହା ନିର୍ଭର କରିଥାଏ। ଷ୍ଟେଜ୍‌ ୧ କ୍ୟାନସର୍‌ରେ ରୋଗୀ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଇଥାଏ। ସେହିପରି ଷ୍ଟେଜ୍‌ ୨ରେ ରୋଗୀ ୧୦ରୁ ୧୨ ବର୍ଷ ବଞ୍ଚିଥାଏ। ଷ୍ଟେଜ୍‌ ୩ କ୍ୟାନସର୍‌ରେ ମଧ୍ୟ ଚିକିତ୍ସା ପରେ ରୋଗୀ ୫ ବର୍ଷ ବଞ୍ଚିଥାଏ। କିନ୍ତୁ ଷ୍ଟେଜ୍‌ ୪ କ୍ୟାନସର୍‌ରେ ରୋଗୀ ମାତ୍ର ୩ରୁ ୬ ମାସ ବଞ୍ଚିଥାଏ। କେମୋ ଥେରାପି ଓ ଅପରେସନ୍‌ କଲେ ରୋଗୀ ୧୮ ମାସରୁ ଅଧିକ ଦିନ ବଞ୍ଚି ରହିପାରେ ନାହିଁ।

୪. କେଉଁ ଷ୍ଟେଜରୁ ଅପରେସନ୍‌ ଦରକାର ?

ଅପରେସନ୍‌ ଷ୍ଟେଜ ୧ ଓ ୨ରୁ ଦରକାର।

୫. ଓରାଲ୍‌ କ୍ୟାନସର୍‌ ନହେବା ପାଇଁ କ’ଣ ପଦକ୍ଷେପ ନେବା ଆବଶ୍ୟକ ?

- ଧୂମପାନ, ଗୁଟ୍‌ଖା, ପାନ ଓ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ।

- ସନ୍ତୁଳିତ ଆହାର ଖାଆନ୍ତୁ।

- ଖରାକୁ କମ୍‌ ଯାଆନ୍ତୁ।

୬. ତମାଖୁ ସେବନ ଦ୍ୱାରା ଓରାଲ୍‌ କ୍ୟାନସର୍‌ ବ୍ୟତୀତ ଅନ୍ୟ କି କ୍ୟାନସର୍‌ ହୋଇଥାଏ ?

ପୂରା ଶରୀରରେ ତମାଖୁ ପାଇଁ ୧୪ ପ୍ରକାରର ଭିନ୍ନ ଭିନ୍ନ କ୍ୟାନସର୍‌ ହୋଇଥାଏ। କାରଣ ତମାଖୁରେ ୬୦ ହଜାରରୁ ଅଧିକ ଖରାପ ଗୁଣ ରହିଛି, ଯାହା କ୍ୟାନସର୍‌ ସୃଷ୍ଟି କରିଥାଏ।

୭. ତମାଖୁ କିପରି ଜଣେ ଛାଡ଼ିବ ?

ତମାଖୁ ଛାଡ଼ିବା ପାଇଁ ନିକୋଟିନ୍‌ ଫ୍ରି ଚୁଇଙ୍ଗମ୍‌ ଓ ଟୋବାକୋ ସିଜିଏସନ୍‌ କ୍ଲିନିକ୍‌ ସହ ଯୋଗାଯୋଗ କରନ୍ତୁ।