ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ଚିଙ୍ଗୁଡ଼ି ଝୋଳ ବା ମସଲା କି କଷା ଖାଇଥିବେ। ଆଜି ଆମେ କିନ୍ତୁ ଆପଣଙ୍କୁ ସୁଆଦିଆ 'ଦହି ଚିଙ୍ଗୁଡ଼ି'ର ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ।
ଆବଶ୍ୟକୀ ସାମଗ୍ରୀ- ଚିଙ୍ଗୁଡ଼ି, ବସା ଦହି, ସୋରିଷ, ରସୁଣ, ଲଙ୍କା, ଲୁଣ, ହଳଦୀ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ, ହଳଦୀ, ତେଲ ଏବଂ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବେ ବାଟି ଚିଙ୍ଗୁଡି ଓ ଦହିଗୋଳା ସହିତ ମିଶାନ୍ତୁ। ଏବେ ଏ ସମସ୍ତ ମିଶ୍ରଣକୁ ଢାଙ୍କୁଣୀ ଥିବା କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ ଏବଂ ଚିଙ୍ଗୁଡ଼ି ହୋଇ ଆସିଲେ ଅଳ୍ପ ଝୋଳ ଥିବା ଅବସ୍ଥାରେ କଡ଼େଇ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ଦହି ଚିଙ୍ଗୁଡି’। ଏହାକୁ ଗରମ ଗରମ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...