ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଲାଉ ସହ ବୁଟ ଡାଲିକୁ ନେଇ ସ୍ୱଳ୍ପ ଖର୍ଚ୍ଚରେ ଏବଂ ସହଜରେ ଏକ ସ୍ୱାଦିଷ୍ଟ ତରକାରୀ ଆପଣ ଘରେ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା, ଏହାର ପ୍ରସ୍ତୁତି ଶୈଳୀ।
ଆବଶ୍ୟକ ସାମଗ୍ରୀ: ଲାଉ,ବୁଟ ଡାଲି, ହଳଦୀ, ଲୁଣ, ଟମାଟୋ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଅଳେଇଚ ଓ ଲବଙ୍ଗ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟ ଡାଲିରେ ଟମାଟୋ ପକାଇ ଏହାକୁ ସିଝାଇ ଦିଅନ୍ତୁ। ପରେ ଲାଉକୁ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ ଏବଂ ସିଝାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ ହେଙ୍ଗୁ, ତେଜପତ୍ର, ଜିରା,ଡାଲଚିନି, ଅଳେଇଚ ଗୁଣ୍ଡ ଏବଂ ଲବଙ୍ଗକୁ ପକାଇ ଭଲରେ ଭାଜନ୍ତୁ। ଟିକେ ବାସ୍ନା ଆସିଗଲେ ଏଥିରେ ଲାଉ ଏବଂ ବୁଟ ଡାଲି ସିଝା ମିଶ୍ରଣକୁ ଢାଳି ଦିଅନ୍ତୁ। ଏହା ଫୁଟି ଆସିବା ପରେ ଏହାକୁ ସିମ୍ରେ ୨ମିନିଟ ଯାଏ ରଖି ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ଲାଉ ଚଣା'। ଏହାକୁ ରୁଟି ବା ଭତ ସହ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...