ଘରେ କରନ୍ତୁ 'ପମ୍ପକିନ୍‌ ଅରେଞ୍ଜ ସୁପ୍‌'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଆପଣଙ୍କୁ କଖାରୁ ଓ କମଲାର ମିଶ୍ରିତ ସୁପ୍‌ ବା ‘ପମ୍ପକିନ୍‌ ଅରେଞ୍ଜ୍‌ ସୁପ୍‌’ର ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ଲହୁଣୀ, କଖାରୁ, କମଳା ରସ, ପିଆଜ, ଅଦା, କଞ୍ଚା ଲଙ୍କା, ଲୁଣ, କମଳା ଚୋପା ଓ କଖାରୁ ମଞ୍ଜି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ଲହୁଣୀ ପକାଇ ଧିମା ଆଞ୍ଚରେ ଗରମ କରନ୍ତୁ। ଏଥିରେ ଏବେ ପିଆଜ, ଅଦା ଏବଂ କଞ୍ଚା ଲଙ୍କା ପକାଇ ୨ରୁ ୩ ମିନିଟ୍‌ ଯାଏ ଭାଜନ୍ତୁ। […]

20121120-pumpkin-soup-recip

20121120-pumpkin-soup-recip

Biswobandita Swain
  • Published: Tuesday, 29 January 2019
  • Updated: 29 January 2019, 08:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଆପଣଙ୍କୁ କଖାରୁ ଓ କମଲାର ମିଶ୍ରିତ ସୁପ୍‌ ବା 'ପମ୍ପକିନ୍‌ ଅରେଞ୍ଜ୍‌ ସୁପ୍‌'ର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ଲହୁଣୀ, କଖାରୁ, କମଳା ରସ, ପିଆଜ, ଅଦା, କଞ୍ଚା ଲଙ୍କା, ଲୁଣ, କମଳା ଚୋପା ଓ କଖାରୁ ମଞ୍ଜି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ଲହୁଣୀ ପକାଇ ଧିମା ଆଞ୍ଚରେ ଗରମ କରନ୍ତୁ। ଏଥିରେ ଏବେ ପିଆଜ, ଅଦା ଏବଂ କଞ୍ଚା ଲଙ୍କା ପକାଇ ୨ରୁ ୩ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଏଥିରେ କଖାରୁ ପକାଇ ନରମ ହେବା ଯାଏ ୪ରୁ ୫ ମିନିଟ୍‌ ଯାଏ ସିଝାନ୍ତୁ। ଏହାପରେ କମଳା ରସ ଓ ପାଣି ଦିଅନ୍ତୁ। ସ୍ୱାଦାନୁସାରେ ଲୁଣ ପକାଇ ଧିମା ଆଞ୍ଚରେ ବାମ୍ଫ ଆସିବା ଯାଏ ଏହାକୁ ଫୁଟାନ୍ତୁ। କଖାରୁ ଭଲ ଭାବେ ସିଝିଗଲା ପରେ ଏହାକୁ ଗ୍ରାଇଣ୍ଡରରେ ପକାଇ ପ୍ୟୁରି ତିଆରି କରନ୍ତୁ। ଏହା ପରେ ଏହି ପ୍ୟୁରିକୁ ଛଣାରେ ଛାଣି ପୁଣିଥରେ ୩-୪ ମିନିଟ୍‌ ଧିମା ଆଞ୍ଚରେ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପମ୍ପକିନ୍‌ ଏଣ୍ଡ ଅରେଞ୍ଜ ସୁପ୍‌। ଏହାକୁ କମଳା ଚୋପା ଓ କଖାରୁ ମଞ୍ଜିରେ ସଜାଇ ଗରମ ଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos