ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ସୁଜି ହାଲ୍ୱା ବା ଗାଜର୍ ହାଲୱା ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ 'ଅମୃତଭଣ୍ଡା ହାଲ୍ୱା' ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: କଞ୍ଚା ଅମୃତଭଣ୍ଡା, ଚିନି, ଖିର, ଘିଅ, କାଜୁ, କିସ୍ମିସ୍ ଓ ଗୁଜୁରାତି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ ଏବଂ ପରେ ଏହାକୁ କୋରି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି କୋରା ହୋଇଥିବା ଅମୃତଭଣ୍ଡା ପକାଇ ଭାଜନ୍ତୁ। ଏହା ଟିକେ ଭାଜି ହୋଇ ଆସିଲେ, ଏଥିରେ ଖିର ମିଶାନ୍ତୁ। ଖିର ଫୁଟିଗଲେ, ସେଥିରେ ଚିନି, ଗୁଜୁରାତି ଗୁଣ୍ଡ, କାଜୁ ଓ କିସ୍ମିସ୍ ପକାନ୍ତୁ। ଏହାକୁ କଛି ସମୟ କମ୍ ଆଞ୍ଚରେ ଘାଣ୍ଟନ୍ତୁ। ହାଲୱା ଟିକେ ଶୁଖିଲା ହୋଇଗଲେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମନପସନ୍ଦର 'ଅମୃତଭଣ୍ଡା ହାଲ୍ୱା'। ଏହାକୁ ପ୍ଲେଟରେ କାଢ଼ି କାଜୁ କିସ୍ମିସ୍ ଦେଇ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...