ଆଜି ପ୍ରସ୍ତୁତ କରିବା ‘ଫିସ୍‌ ଅମ୍‌ଲେଟ୍’

ଆବଶ୍ୟକ ସାମଗ୍ରୀ: ମାଛ, ଅଣ୍ଡା, ତେଲ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଟା ପିଆଜ, କଟା ଧନିଆ ପତ୍ର ଏବଂ ଗୋଲମରିଚ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲରେ ଧୋଇ ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଅଦା ରସୁଣ ପେଷ୍ଟ ଗୋଳାଇ ମ୍ୟାରିନେଟ୍‌ କରି ରଖନ୍ତୁ। ଏହା ପରେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ମାଛ ଗୁଡ଼ିକୁ ଭାଜି ଥଣ୍ଡା କରିଦିଅନ୍ତୁ। ଥଣ୍ଡା […]

omlet

omlet

Chinmayee Roy
  • Published: Wednesday, 19 June 2019
  • Updated: 19 June 2019, 02:18 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ମାଛ, ଅଣ୍ଡା, ତେଲ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଟା ପିଆଜ, କଟା ଧନିଆ ପତ୍ର ଏବଂ ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲରେ ଧୋଇ ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଅଦା ରସୁଣ ପେଷ୍ଟ ଗୋଳାଇ ମ୍ୟାରିନେଟ୍‌ କରି ରଖନ୍ତୁ। ଏହା ପରେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ମାଛ ଗୁଡ଼ିକୁ ଭାଜି ଥଣ୍ଡା କରିଦିଅନ୍ତୁ। ଥଣ୍ଡା ମାଛର କଣ୍ଟା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଦୁଇଟି ଅଣ୍ଡା ଏକ ପାତ୍ରରେ ଭାଙ୍ଗନ୍ତୁ।

ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା କଞ୍ଚା ଲଙ୍କା, କଟା ପିଆଜ ପକାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍‌ରେ ତାୱା ବସାଇ ତେଲ ଗରମ କରି ଫେଣ୍ଟା ଯାଇଥିବା ଅଣ୍ଡାକୁ ସେଥିରେ ଅମ୍‌ଲେଟ୍‌ ଭଳି କରନ୍ତୁ। ଏଠାରେ ଆପଣ ଗ୍ୟାସ୍‌ର ଆଞ୍ଚ କମ୍‌ ରଖିବେ। ଏହା ପରେ ଅମ୍‌ଲେଟ୍‌ ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମାଛ, କଟା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ପକାଇ ଘୋଡ଼ଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ତିଆରି ହେଇଯିବ ଆପଣଙ୍କର ‘ଫିସ୍ ଅମ୍‌ଲେଟ୍‌’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos