ଘରେ ପ୍ରସ୍ତୁତ କରନ୍ତୁ କ୍ଷୀରଦହି ସିରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପଣ ବହୁତ ପ୍ରକାର ମିଠା ଖାଇଥିବେ। କିନ୍ତୁ କେବେ କ୍ଷୀର ଓ ଦହି ମିଶାଇ ମିଠା ପ୍ରସ୍ତୁତ ହେବାର ଶୁଣିଛନ୍ତି କି? ଥରେ ଘରେ ଏହି ମିଠା ପ୍ରସ୍ତୁତ କରି ଦେଖନ୍ତୁ, ଏହାର ସ୍ୱାଦ କିପରି ନିଆରା। ଆଜି ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ। ଆବଶ୍ୟକ ସାମଗ୍ରୀ: ଗୋଟେ କପ୍‌ କ୍ଷୀର, ଗୋଟେ ବାଉଲ୍‌ ଚିନି, ଗୋଟେ ବାଉଲ ଦହି, ଗୋଟେ ବାଉଲ ମିଲ୍କ ପାଉଡ଼ର, କିଛି କାଜୁ। ପ୍ରସ୍ତୁତ ପ୍ରଣାଳୀ : […]

halwa-2..

halwa-2..

Niharika Rout
  • Published: Thursday, 01 August 2019
  • Updated: 01 August 2019, 02:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପଣ ବହୁତ ପ୍ରକାର ମିଠା ଖାଇଥିବେ। କିନ୍ତୁ କେବେ କ୍ଷୀର ଓ ଦହି ମିଶାଇ ମିଠା ପ୍ରସ୍ତୁତ ହେବାର ଶୁଣିଛନ୍ତି କି? ଥରେ ଘରେ ଏହି ମିଠା ପ୍ରସ୍ତୁତ କରି ଦେଖନ୍ତୁ, ଏହାର ସ୍ୱାଦ କିପରି ନିଆରା। ଆଜି ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ: ଗୋଟେ କପ୍‌ କ୍ଷୀର, ଗୋଟେ ବାଉଲ୍‌ ଚିନି, ଗୋଟେ ବାଉଲ ଦହି, ଗୋଟେ ବାଉଲ ମିଲ୍କ ପାଉଡ଼ର, କିଛି କାଜୁ।

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଅନ୍‌ କରି ଗୋଟିଏ ପାତ୍ରରେ କ୍ଷୀରକୁ ଫୁଟାଇ ଦିଅନ୍ତୁ। ଏହାପରେ ସେଥିରେ ଦହି ମିଶାନ୍ତୁ। ଏହି ମିଶ୍ରଣ ଭଲ ଭାବେ ଛିଣ୍ଡି ଯିବା ପରେ ସେଥିରେ ମିଲ୍କ ପାଉଡ଼ର ଓ ଚିନି ପକାଇ ଘାଣ୍ଟନ୍ତୁ।  କିଛି ସମୟ ପରେ ଗୋଟେ ଚାମଚ ତେଲ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ, ଯେପରି ତଳ ଲାଗି ନ ଯିବ। ଗ୍ୟାସ୍‌ ସିମ୍‌ ରଖନ୍ତୁ।  ଏହି ସମୟରେ କାଜୁକୁ ଟିକ୍‌ଟିକ୍‌ କରି ପକାଇ ଗୋଳାଇ ଦିଅନ୍ତୁ।  ଏହା ପୁରା ଡ୍ରାଏ ହୋଇଯିବା ପରେ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ଏଥର  ଗରମାଗରମ ପରଷନ୍ତୁ କ୍ଷୀରଦହି ସିରା। ଏହା ପାଟିକୁ ପୁରା ଛେନାର ସ୍ୱାଦ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos