Advertisment

କରୋନା ସଂକ୍ରମଣକୁ ନେଇ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଚାଇନାର ଉହାନରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ମହାମାରୀର ରୂପ ନେଇଛି କରୋନା ଭୂତାଣୁ ବା କୋଭିଡ-୧୯। ବର୍ତ୍ତମାନ ସୁଦ୍ଧା ସାରା ଦୁନିଆରେ ୫ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୨୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହାର ମୁକାବିଲା ପାଇଁ ସାରା ଦୁନିଆ ପରିଶ୍ରମ କରୁଛି। କରୋନା ନିରାକରଣ ପାଇଁ ବିଭିନ୍ନ ପ୍ରକାର ଗବେଷଣା ଚାଲିଥିବା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହିକ୍ରମରେ ଏକ […]

ଅଦ୍ୟତନ ହୋଇଛି
କରୋନା ସଂକ୍ରମଣକୁ ନେଇ ଆସିଲା ନୂଆ ତଥ୍ୟ

CoronaUpdate

Advertisment

ନୂଆଦିଲ୍ଲୀ: ଚାଇନାର ଉହାନରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ମହାମାରୀର ରୂପ ନେଇଛି କରୋନା ଭୂତାଣୁ ବା କୋଭିଡ-୧୯। ବର୍ତ୍ତମାନ ସୁଦ୍ଧା ସାରା ଦୁନିଆରେ ୫ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୨୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହାର ମୁକାବିଲା ପାଇଁ ସାରା ଦୁନିଆ ପରିଶ୍ରମ କରୁଛି।

Advertisment

କରୋନା ନିରାକରଣ ପାଇଁ ବିଭିନ୍ନ ପ୍ରକାର ଗବେଷଣା ଚାଲିଥିବା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହିକ୍ରମରେ ଏକ ସଦ୍ୟତମ ଗବେଷଣାରୁ କରୋନା ଭୂତାଣୁ ସଂକ୍ରମଣ ସମ୍ବନ୍ଧରେ ଏକ ନୂଆ ତଥ୍ୟ ମିଳିପାରିଛି। ମେଡିକାଲ ଭାଷାରେ ଏହାକୁ ନୋସୋକୋମିଆଲ ଟ୍ରାନ୍ସମିସନ ବୋଲି କୁହାଯାଏ। ଆସନ୍ତୁ ଏହି ନୋସୋକୋମିଆଲ ଟ୍ରାନ୍ସମିସନ ବିଷୟରେ ଜାଣିବା..

ଚାଇନାରେ ପ୍ରାରମ୍ଭିକ ସ୍ତରରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ୧୩୮ ରୋଗୀଙ୍କ ଉପରେ ଏକ ଗବେଷଣା କରାଯାଇ ଜାମା ମେଡିକାଲ ଜର୍ଣ୍ଣାଲ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ପ୍ରଥମ ୧୩୮ ରୋଗୀଙ୍କ ମଧ୍ୟରୁ ୪୧ ପ୍ରତିଶତ ରୋଗୀ ଉହାନର ଏକ ହସ୍ପିଟାଲରେ ହିଁ ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି। ଏହାର ଅର୍ଥ ହସ୍ପିଟାଲ ପରିସରରେ ହିଁ ଏମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

Advertisment

ଗବେଷଣାକୁ ଆଧାର କରି ବିଶେଷଜ୍ଞ କହିଛନ୍ତି, ପ୍ରାୟ ୫୦ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ହିଁ କରୋନା ସଂକ୍ରମଣ ହୋଇଛି। ବ୍ୟକ୍ତିଠାରୁ ବ୍ୟକ୍ତିଙ୍କୁ ସଂକ୍ରମଣ ହେଉଥିବାରୁ ଏହି ଭୂତାଣୁ ବେଶୀ କ୍ଷତିକାରକ। ହେଲେ ଏକ ଗବେଷଣାରୁ ଜଣାପଡ଼ିଛି ଯେ କେବଳ ବ୍ୟକ୍ତିଙ୍କଠାରୁ ବ୍ୟକ୍ତିଙ୍କୁ ନୁହେଁ ବରଂ ବ୍ରୋଙ୍କୋସ୍କୋପି ଭଳି ମେଡିକାଲ ପ୍ରକ୍ରିୟାରେ ମଧ୍ୟ କରୋନା ସଂକ୍ରମଣ ସମ୍ଭବ ବୋଲି କୁହାଯାଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ରୋଙ୍କୋସ୍ପୋପି ଭଳି ପ୍ରକ୍ରିୟାରେ ରୋଗୀର ଫୁସଫୁସରେ ଏକ ଟ୍ୟୁବ୍ ଭର୍ତ୍ତି କରାଯାଏ, ଯେଉଁଥିରେ ସଂକ୍ରମଣର ସମ୍ଭାବନା ଅଧିକ ରହିଛି। ହସ୍ପିଟାଲ ପରିସରରେ ସାମାନ୍ୟ ଅବହେଳା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିମନ୍ତ୍ରଣ ଦେଇପାରେ। ଏଣୁ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ସମୟରେ ଅଧିକରୁ ଅଧିକ ସତର୍କତା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ଆବଶ୍ୟକ।

କିଭଳି ସତର୍କତା ପାଳନ କରିବେ?

  • ରୋଗୀଙ୍କୁ ପରସ୍ପରଠାରୁ ଦୂରେଇ ରଖିବା ଉଚିତ।

  • ହସ୍ପିଟାଲଗୁଡ଼ିକରେ ଭିଜିଟର୍ ସେବା ବନ୍ଦ କରିବା ଉଚିତ।

  • ସମସ୍ତେ ମାସ୍କ ପିନ୍ଧିବା ନିହାତି ଜରୁରୀ।

  • ଅସୁସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ ଡ୍ୟୁଟି କରିବେ ନାହିଁ।

  • ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲରେ ପାର୍ଟିସନ କରାଯିବା ଉଚିତ।

  • ଦୂଷିତ ବାୟୁ ଚଳାଚଳକୁ ରୋକିବା ଲାଗି ବିଶେଷ ଭାବେ ଧ୍ୟାନ ଦେବା ଆବଶ୍ୟକ।

  • ହସ୍ପିଟାଲର କୋଣାନୁକୋଣକୁ ସମ୍ପୂର୍ଣ୍ଣ ପରିସ୍କାର ରଖିବା ଆବଶ୍ୟକ।

  • କରୋନା ହେଉ ବା କୌଣସି ସାଧାରଣ ଫ୍ଲୁ , ରୋଗୀଙ୍କ ଲକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ।

  • କରୋନା ସଂକ୍ରମିତଙ୍କୁ  ଅନ୍ୟମାନଙ୍କଠାରୁ ପର୍ଯ୍ୟାପ୍ତ ଦୂରରେ ରଖିବା ଉଚିତ।

  • ଆଖପାଖରେ ସ୍ୱଚ୍ଛତାଠାରୁ ବ୍ୟକ୍ତିଗତ ପରିମଳ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ୱଚ୍ଛତା ବଜାୟ ରଖିବା ଆବଶ୍ୟକ।

  • ରୋଗୀଙ୍କ ସେବା କରୁଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ନିୟମିତ ପରୀକ୍ଷା ହେବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe