ବଳକା ବ୍ୟବହୃତ ତେଲ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ କେମିତି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଘରେ ରୋଷେଇ ବା ଛଣାଛଣି ପରେ ବଳି ପଡ଼ୁଥିବା ଖାଇବା ତେଲକୁ ଅନେକ ଲୋକ ଅନେକ ଦିନ ଯାଏ ରଖି ପୁଣି ବ୍ୟବହାର କରିଥାନ୍ତି। ତେଲ ନଷ୍ଟ ନ କରିବା ପାଇଁ ସେମାନେ ହୁଏତ ଏପରି କରୁଥାଇ ପାରନ୍ତି। ତେବେ ମନେ ରଖନ୍ତୁ, ଏପରି ବଳକା ବ୍ୟବହୃତ ତେଲର ପୁନଃବ୍ୟବହାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଗବେଷଣା ଅନୁସାରେ, ଥରେ ବ୍ୟବହାର ହୋଇଥିବା ଏହି ବଳକା ତେଲର ପୁନଃବ୍ୟବହାର କରିବା ଉଚିତ୍‌ […]

pp10

pp10

Puspanjali Panda
  • Published: Wednesday, 28 November 2018
  • Updated: 28 November 2018, 07:58 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଘରେ ରୋଷେଇ ବା ଛଣାଛଣି ପରେ ବଳି ପଡ଼ୁଥିବା ଖାଇବା ତେଲକୁ ଅନେକ ଲୋକ ଅନେକ ଦିନ ଯାଏ ରଖି ପୁଣି ବ୍ୟବହାର କରିଥାନ୍ତି। ତେଲ ନଷ୍ଟ ନ କରିବା ପାଇଁ ସେମାନେ ହୁଏତ ଏପରି କରୁଥାଇ ପାରନ୍ତି। ତେବେ ମନେ ରଖନ୍ତୁ, ଏପରି ବଳକା ବ୍ୟବହୃତ ତେଲର ପୁନଃବ୍ୟବହାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

ଗବେଷଣା ଅନୁସାରେ, ଥରେ ବ୍ୟବହାର ହୋଇଥିବା ଏହି ବଳକା ତେଲର ପୁନଃବ୍ୟବହାର କରିବା ଉଚିତ୍‌ ନୁହେଁ। ତେଲ ଥରେ ବ୍ୟବହାର ହୋଇଗଲେ, ସେଥିରେ ଫ୍ରି-ରାଡିକାଲସ୍‌ ଜନ୍ମ ହୋଇଥା'ନ୍ତି। ଏହି ଫ୍ରି-ରାଡିକାଲସ୍‌ ଭବିଷ୍ୟତରେ ଶରୀରରେ ଅନେକ ରୋଗର କାରଣ ହୋଇଥା'ନ୍ତି।

ପେଟରେ ଦେଖା ଦେଉଥିବା ଯାବତୀୟ ସମସ୍ୟା ପାଇଁ ଏହି ବଳକା ବ୍ୟବହୃତ ତେଲ ହିଁ ଦାୟୀ। ଏହାର ପୁନଃବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଏଥିରେ ଥିବା ଫ୍ରି-ରାଡିକାଲସ୍‌ ଶରୀରର କୋଷ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ଆପଣଙ୍କୁ କ୍ୟାନସର୍‌, ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ହେବାର ଆଶଙ୍କା ରହିଛି।

ବଳକା ତେଲକୁ ଆପଣ ଯେତେ ଦିନ ପର୍ଯ୍ୟନ୍ତ ଘରେ ରଖିବେ, ସେଥିରେ ସେତେ ଅଧିକ ଫ୍ରି-ରାଡିକାଲସ୍‌ ସୃଷ୍ଟି ହୁଅନ୍ତି। ଏହି ଫ୍ରି-ରାଡିକାଲସ୍‌ ଶରୀରକୁ ଯିବା ପରେ ଆପଣଙ୍କ ସୁସ୍ଥ କୋଷକୁ ଅସୁସ୍ଥ କରି ଦିଅନ୍ତି। ଯାହା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କ୍ୟାନସର୍‌ ହେବାର ଅଧିକ ଆଶଙ୍କା ରହିଛି।

ଯଦି ବ୍ୟବହୃତ ହୋଇ ବଳିଥିବା ତେଲକୁ ଆପଣ ପୁନଃବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ଉଚ୍ଚ ତାପମାତ୍ରା ଗରମ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥା'ନ୍ତି। କିନ୍ତୁ ଅଲିଭ୍‌ ଅଏଲ୍‌କୁ ଅଧିକ ତାପମାତ୍ରାରେ ଗରମ କରିବା ଉଚିତ୍‌ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos