ଶିଳ୍ପାଙ୍କ ଫିଟ୍‌ନେସ୍‌ ଫଣ୍ଡା

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ୪୦ ଟପିଲାଣି।  ନିଜ ସ୍ଲିମ୍‌ ଫିଗର, ଚମକୁଥିବା ଚେହେରା ଓ ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଅଛନ୍ତି ଏହି ଚୁଲବୁଲି ଅଭିନେତ୍ରୀ। ନିଜକୁ ଫିଟ୍‌ ରଖିବା ସେ ନିୟମିତ ଯୋଗାସନ ଓ ବ୍ୟାୟାମ ତ କରନ୍ତି, ତା’ ସାଙ୍ଗକୁ ଶୃଙ୍ଖଳିତ ଓ ପୁଷ୍ଟିକର ଡାଏଟିଂକୁ  ଗୁରୁତ୍ୱ ଦିଅନ୍ତି। ବୟସ ୪୩ ଓ ନିଜର ୬ବର୍ଷର ପୁଅ ଥାଇ ବି ଆସନ୍ତୁ ଜାଣିବା ଶିଳ୍ପାଙ୍କ ଡାଏଟିଂ ଚାର୍ଟ ସମ୍ପର୍କରେ। ୧- ଶିଳ୍ପାଙ୍କ ଦିନର ଖାଇବା ଆରମ୍ଭ […]

shilppa

Ordigital Desk
  • Published: Saturday, 04 August 2018
  • , Updated: 04 August 2018, 01:35 PM IST

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ୪୦ ଟପିଲାଣି।  ନିଜ ସ୍ଲିମ୍‌ ଫିଗର, ଚମକୁଥିବା ଚେହେରା ଓ ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଅଛନ୍ତି ଏହି ଚୁଲବୁଲି ଅଭିନେତ୍ରୀ।

ନିଜକୁ ଫିଟ୍‌ ରଖିବା ସେ ନିୟମିତ ଯୋଗାସନ ଓ ବ୍ୟାୟାମ ତ କରନ୍ତି, ତା’ ସାଙ୍ଗକୁ ଶୃଙ୍ଖଳିତ ଓ ପୁଷ୍ଟିକର ଡାଏଟିଂକୁ  ଗୁରୁତ୍ୱ ଦିଅନ୍ତି।

ବୟସ ୪୩ ଓ ନିଜର ୬ବର୍ଷର ପୁଅ ଥାଇ ବି ଆସନ୍ତୁ ଜାଣିବା ଶିଳ୍ପାଙ୍କ ଡାଏଟିଂ ଚାର୍ଟ ସମ୍ପର୍କରେ।

୧- ଶିଳ୍ପାଙ୍କ ଦିନର ଖାଇବା ଆରମ୍ଭ ହୁଏ ଏକ ଗ୍ଲାସ୍‌ ଅଁଳା ଜୁସ୍‌ ଓ ଏକ ପ୍ଲେଟ୍‌ ପାଚିଲା ଅମୃତଭଣ୍ଡାରୁ। ଯାହା ଦ୍ୱାରା ପେଟ ସଫା ରହିବା ସହ ତ୍ୱଚା ବି ଚିକ୍କଣ ରୁହେ।

ଏହାର ଅଧଘଣ୍ଟା ପରେ ଶିଳ୍ପା ଚା’ ଓ ଦୁଇଟି ସିଝା ଅଣ୍ଡା ବା ଅଣ୍ଡା ଆମଲେଟ୍  ଖାଇଥାନ୍ତି।  ବେଳେବେଳେ ଚା’ ବଦଳରେ ନଡ଼ିଆ ପାଣି ମଧ୍ୟ ପିଇଥାନ୍ତି।

୨- ଶିଳ୍ପା ମଧ୍ୟାହ୍ନ ଭୋଜନରେ ବ୍ରାଉନ୍ ରାଇସ୍, ଦୁଇଟି ରୁଟି, ଡାଲି, ମାଛ ଓ ବିଭିନ୍ନ ପରିବା ତରକାରି ସହ ଅଣ୍ଡା ଭୁଜିଆ ଖାଇଥାନ୍ତି।

୩- ମଧ୍ୟାହ୍ନ ଭୋଜନର ଘଣ୍ଟାରୁ ଦୁଇ ଘଣ୍ଟା ମଧ୍ୟରେ ଦହିରୁ ତିଆରି ଚହ୍ଲା ପିଇଥାନ୍ତି।

୪- ସନ୍ଧ୍ୟାରେ ଶିଳ୍ପା ବ୍ରାଉନ ସୁଗାରରେ ତିଆରି ଚା’, ଅଖରୋଟ୍‌ ଓ କାଜୁ ଖାଇଥାନ୍ତି।

୫- ରାତ୍ର ଭୋଜନରେ ଶିଳ୍ପା ସାଲାଡ୍‌ ଓ ସବୁଜ ପନିପରିବାର ତରକାରି ଖାଇବାକୁ ପସନ୍ଦ କରନ୍ତି।

ବେଳେ ବେଳେ ସେ ସୁପ୍‌ ପିଇବାକୁ ମଧ୍ୟ ଭଲ ପାଆନ୍ତି। ରାତିରେ ଶୋଇବା ପୁର୍ବରୁ ଏକ ଗ୍ଲାସ୍‌ କ୍ଷୀର ପିଅନ୍ତ।

Related story