ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କ ଲୁକ୍ ବୋରିଂ ଏବଂ ଡଲ୍ ଲାଗୁଛି, ତେବେ ସୁନ୍ଦର ଦେଖାଯିବା ପାଇଁ ଆପଣ ଇଣ୍ଡିଆନ୍ କିମ୍ୱା ୱେଷ୍ଟର୍ଣ୍ଣ ଷ୍ଟାଇଲ୍ର ଛୋଟ ବଡ଼ ଇଅର୍ରିଙ୍ଗ୍ସ୍ ପିନ୍ଧିଥା'ନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ, ଝିଅମାନେ ଏପରି କିଛି ଇଅର୍ରିଙ୍ଗ୍ସ୍ ବାଛିଥା'ନ୍ତି, ଯାହା ସେମାନଙ୍କ ଲୁକ୍କୁ ଖରାପ କରି ଦେଇଥାଏ।
କାରଣ ସବୁ ପ୍ରକାରର ଇଅର୍ରିଙ୍ଗ୍ସ୍ ଆପଣଙ୍କ ମୁହଁକୁ ମାନି ନ ଥାଏ। ଏଥିପାଇଁ ନିଜର ବ୍ୟକ୍ତିଗତ ପସନ୍ଦ ଅପେକ୍ଷା ନିଜ ମୁହଁକୁ କ'ଣ ମାନିବ, ତାହା ଉପରେ ଧ୍ୟାନ ଦିଅନ୍ତୁ।
ଯଦି ଆପଣଙ୍କର ମୁହଁ ଗୋଲ୍, ଲମ୍ୱା କିମ୍ୱା ହାର୍ଟ ଆକାରର ତେବେ ଏହି ସବୁ ଇଅର୍ରିଙ୍ଗ୍ସ୍ ଚିତ୍ର ଦେଖନ୍ତୁ ଏବଂ ସେଥିରୁ ଆପଣଙ୍କ ମୁହଁକୁ ଏହି ସବୁ କିପରି ଲୁକ୍ ଦେବ, ଜାଣନ୍ତୁ।
ଆମ୍ରପଲ୍ଲିର ଗୋଲ୍ଡ୍ ପ୍ଲେଟେଡ୍ ଇଅର୍ରିଙ୍ଗ୍ସ୍ ଆପଣଙ୍କୁ ଏକ କାଜୁଆଲ୍ ଲୁକ୍ ଦେବ।
ଗୋଲ୍ଡେନ୍ ଟପ୍ ଇଅର୍ରିଙ୍ଗ୍ସ୍ ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ। ଏଥିରେ ଆପଣ ସ୍ମାର୍ଟ ଲାଗିବା ସହିତ ସୁନ୍ଦର ମଧ୍ୟ ଦେଖାଯିବେ।ପ୍ଲୋରାଲ୍ ଡିଟେଲ୍ ସହିତ ମେଟାଲିକ୍ ଇଅର୍ରିଙ୍ଗସ୍ ପିନ୍ଧନ୍ତୁ, ଏହା ଆପଣଙ୍କ କାନ୍ଧ ପର୍ଯ୍ୟନ୍ତ ପଡ଼ିବ।
ଗୋଲ୍ଡ ବଦଳରେ କ୍ରିଷ୍ଟାଲ୍ ସିଲ୍ଭର୍ ରଙ୍ଗର ଇଅର୍ରିଙ୍ଗ୍ସ୍ ପିନ୍ଧନ୍ତୁ।
ଏହାଛଡ଼ା ବଜାରରେ ମିଳୁଥିବା ମୋତିର ବିଭିନ୍ନ ଇଅର୍ରିଙ୍ଗ୍ସ୍ ମଧ୍ୟ ଆପଣ ପିନ୍ଧିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।