ଏହି ସବୁ ନିରାମିଷ ଖାଦ୍ୟରୁ ବି ମିଳିଥାଏ ଆମିଷ ଭଳି ପ୍ରୋଟିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆମିଷରୁ ଶରୀରକୁ ଯେଉଁ ଭଳି ପ୍ରୋଟିନ୍‌ ମିଳିଥାଏ, ବହୁ ନିରାମିଷ ଖାଦ୍ୟ ସାମଗ୍ରୀରୁ ମଧ୍ୟ ସେହିଭଳି ମିଳେ। ନିଜ ଭୋଜନର ଅନୁପାତ ଓ ଖାଇବା ଶୈଳୀକୁ ଠିକ୍‌ ରଖିଲେ, ବିନା ଆମିଷରେ ମଧ୍ୟ ଶରୀରକୁ ଉନ୍ନତ ପୋଷକ ତତ୍ତ୍ୱ ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ଉପାୟ ଅବଲମ୍ବନ କଲେ ଜଣେ ନିରାମିଷାଶୀ ମଧ୍ୟ ଆମିଷାଶୀଙ୍କ ଭଳି ପୋଷକ ତତ୍ତ୍ୱ ପାଇ ପାରିବେ। ପ୍ରୋଟିନ୍‌ ମହିଳାଙ୍କୁ ପ୍ରତିଦିନ ୪୬ ଗ୍ରାମ୍‌ ଓ ପୁରୁଷଙ୍କୁ ୫୬ ଗ୍ରାମ୍‌ର […]

veg

veg

Tapaswini Nayak
  • Published: Tuesday, 16 October 2018
  • Updated: 16 October 2018, 10:38 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆମିଷରୁ ଶରୀରକୁ ଯେଉଁ ଭଳି ପ୍ରୋଟିନ୍‌ ମିଳିଥାଏ, ବହୁ ନିରାମିଷ ଖାଦ୍ୟ ସାମଗ୍ରୀରୁ ମଧ୍ୟ ସେହିଭଳି ମିଳେ। ନିଜ ଭୋଜନର ଅନୁପାତ ଓ ଖାଇବା ଶୈଳୀକୁ ଠିକ୍‌ ରଖିଲେ, ବିନା ଆମିଷରେ ମଧ୍ୟ ଶରୀରକୁ ଉନ୍ନତ ପୋଷକ ତତ୍ତ୍ୱ ମିଳିଥାଏ।

ଆସନ୍ତୁ ଜାଣିବା, କେଉଁ ଉପାୟ ଅବଲମ୍ବନ କଲେ ଜଣେ ନିରାମିଷାଶୀ ମଧ୍ୟ ଆମିଷାଶୀଙ୍କ ଭଳି ପୋଷକ ତତ୍ତ୍ୱ ପାଇ ପାରିବେ।

ପ୍ରୋଟିନ୍‌

ମହିଳାଙ୍କୁ ପ୍ରତିଦିନ ୪୬ ଗ୍ରାମ୍‌ ଓ ପୁରୁଷଙ୍କୁ ୫୬ ଗ୍ରାମ୍‌ର ପ୍ରୋଟିନ୍‌ ଆବଶ୍ୟକ ଥାଏ। ତେବେ ଏହି ମାତ୍ରା ବ୍ୟକ୍ତିର ବୟସ, ଉଚ୍ଚତା ଓ ଓଜନ ଉପରେ ମଧ୍ୟ ନିର୍ଭର କରିଥାଏ।

ଏକ କପ୍‌ ବାଜରା ଓ ବାର୍ଲି ପରି ଖାଦ୍ୟରୁ ଶରୀରକୁ ୧୮ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍‌ ମିଳିଥାଏ। ଗୋଟିଏ କପ୍‌ ଟପୁରେ ୧୮ରୁ ୨୦ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍‌ ଥାଏ। କାବୁଲି ମଟର, ମଟର ଓ ସୋୟାବିନ୍‌ରେ ମଧ୍ୟ ବହୁ ପରିମାଣର ପ୍ରୋଟିନ୍‌ ରହିଛି। ଏହା ସହ ଡାଲିରେ ମଧ୍ୟ ବହୁ ପରିମାଣର ପ୍ରୋଟିନ୍‌ ରହିଥାଏ।

ସେହିପରି ଏକ କପ୍‌ ବିନ୍ସରୁ ଶରୀରକୁ ପାଖାପାଖି ୧୫ ଗ୍ରାମ ପ୍ରୋଟିନ୍‌ ମିଳିଥାଏ।

ଦହି ପାଚନ ତନ୍ତ୍ର ପାଇଁ ଖୁବ୍‌ ଉପକାରୀ। ଏହା ନିରାମିଷାଶୀଙ୍କ ପାଇଁ ପ୍ରୋଟିନ୍‌ ପାଇବାର ସବୁଠାରୁ ଭଲ ଖାଦ୍ୟ ସାମଗ୍ରୀ।

ଭିଟାମିନ୍‌ ଡି’

ଭିଟାମିନ ଡି’ର ଅଭାବ, ମାଂସପେଶୀ ଓ ହାଡ଼ ଦୁର୍ବଳ ହେବାର ପ୍ରମୁଖ କାରଣ। ଭିଟାମିନ ଡି’ ଅଭାବରୁ ପିଲାମାନେ ଆଜ୍‌ମା ଏବଂ ବୃଦ୍ଧାବସ୍ଥାରେ Cognitive impairment, intolerance ଓ multiple sclerosis ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଏହି ସମସ୍ୟାର ସମାଧାନ କରିହେବ।

୧ରୁ ୭୦ ବର୍ଷର ଲୋକଙ୍କୁ ପ୍ରତିଦିନ ୧୫ ମାଇକ୍ରୋଗ୍ରାମ ଭିଟାମିନ୍ ଡି’ ଆବଶ୍ୟକ ହୋଇଥାଏ। ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ୨୦ ମାଇକ୍ରୋଗ୍ରାମ୍ ଭିଟାମିନ୍ ଡି’ର ଆବଶ୍ୟକତା ଥାଏ।

ସୋୟାରୁ ପ୍ରସ୍ତୁତ ଖାଦ୍ୟ, ଯେମିତି ଟପୁ ଓ ସୋୟା ବଢ଼ି, ଛତୁ ଓ ଅରେଞ୍ଜ ଜୁସ୍ରେ ଭିଟାମିନ ଡି’ ବହୁତ ପରିମାଣରେ ରହିଥାଏ।

ଭିଟାମିନ ବି’୧୨

ଶରୀରରେ ଏହି ଭିଟାମିନ କମିଲେ ଏନିମିୟା, ସ୍ନାୟୁ ଦୁର୍ବଳ, ଥକ୍କା ଲାଗିବା ଓ ସ୍ମୃତିଶକ୍ତି କମିବା ଭଳି ସମସ୍ୟା ଦେଖାଦିଏ। ଭିଟାମିନ ବି’୧୨ ଦ୍ୱାରା ଶରୀରରେ ରକ୍ତ ପ୍ରସ୍ତୁତ ହୋଇଥାଏ ।

ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୧.୯ରୁ ୨.୪ ମାଇକ୍ରୋଗ୍ରାମ ଭିଟାମିନ ବି’୧୨ ଆବଶ୍ୟକ। ଗର୍ଭବତୀ ମହିଳାଙ୍କ ପାଇଁ ୨.୬ ମାଇକ୍ରୋଗ୍ରାମ୍ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ୨.୮ ମାଇକ୍ରୋଗ୍ରାମ ଭିଟାମିନ୍ ବି’୧୨ ଆବଶ୍ୟକ ।

ପନିର୍, ଦହି, ହ୍ୱାଇଟ୍ ପାଉଡର (ଅମୁଲ), ଫର୍ଟିଫଶାଇଡ୍‌ ଚାଉଳ, ଡ୍ରାଏ ଫୁଟ୍‌ସ୍ରୁ ଭିଟାମିନ ବି’ ୧୨ ପ୍ରଚୁର ମାତ୍ରାରେ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos