ରୁପି ସମସ୍ୟାରୁ ମୁକ୍ତି ପାଇଁ ପରିସ୍ରା ବ୍ୟବହାର କରୁଛନ୍ତି ଏହି ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କ କେଶରେ ରୁପି ସମସ୍ୟା ଦେଖାଦେଉଛି, ତେବେ ଆପଣ କ’ଣ କରିବେ। ଏଥିପାଇଁ ଆପଣ ନିଶ୍ଚୟ ବିଶେଷଜ୍ଞଙ୍କ ସହ ସମ୍ପର୍କ କରିବେ କିମ୍ୱା କୌଣସି ଘରୋଇ ଉପଚାରର ସାହାଯ୍ୟ ନେବେ। ଘରୋଇ ଉପଚାରରେ ଲେମ୍ୱୁ ରସ, ଦହି, ମେଥି ପରି ଉପାଦାନକୁ ଆପଣ ରୁପି ଦୂର କରିବା ପାଇଁ ମୁଣ୍ଡରେ ଲଗାଇଥା’ନ୍ତି। କିନ୍ତୁ ରୁପି ସମସ୍ୟା ପାଇଁ କେଶରେ ପରିସ୍ରା ଲଗାଇବା କେବେ ଶୁଣିଛନ୍ତି କି? ଆଜ୍ଞା ହଁ, ଏହି ଶୁଣିବା ପରେ ଆପଣଙ୍କୁ […]

ii

ii

Puspanjali Panda
  • Published: Monday, 28 January 2019
  • Updated: 28 January 2019, 06:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କ କେଶରେ ରୁପି ସମସ୍ୟା ଦେଖାଦେଉଛି, ତେବେ ଆପଣ କ’ଣ କରିବେ। ଏଥିପାଇଁ ଆପଣ ନିଶ୍ଚୟ ବିଶେଷଜ୍ଞଙ୍କ ସହ ସମ୍ପର୍କ କରିବେ କିମ୍ୱା କୌଣସି ଘରୋଇ ଉପଚାରର ସାହାଯ୍ୟ ନେବେ।

ଘରୋଇ ଉପଚାରରେ ଲେମ୍ୱୁ ରସ, ଦହି, ମେଥି ପରି ଉପାଦାନକୁ ଆପଣ ରୁପି ଦୂର କରିବା ପାଇଁ ମୁଣ୍ଡରେ ଲଗାଇଥା'ନ୍ତି। କିନ୍ତୁ ରୁପି ସମସ୍ୟା ପାଇଁ କେଶରେ ପରିସ୍ରା ଲଗାଇବା କେବେ ଶୁଣିଛନ୍ତି କି?
ଆଜ୍ଞା ହଁ, ଏହି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ନ୍ୟୁଜିଲ୍ୟାଣ୍ଡର ଜଙ୍ଗଲ ଉପରେ ଗବେଷଣା କରୁଥିବା ଜଣେ ଶିକ୍ଷଯିତ୍ରୀ ହେଉଛନ୍ତି ମିରିଅମ୍‌ ଲାନସ୍‌ଉଡ୍‌। ସେ ତାଙ୍କ କେଶରୁ ରୂପି ଦୂର କିରିବା ପାଇଁ ପରିସ୍ରା ବ୍ୟବହାର କରିଥା'ନ୍ତି । ତାଙ୍କ କହିବା ଅନୁସାରେ, ଏହା ଭଲ କାମ ମଧ୍ୟ ଦେଉଛି।
ପୂର୍ବରୁ ଜଣେ କ୍ରୀଡ଼ା ଶିକ୍ଷୟିତ୍ରୀ ଥିବା ମିରିଅମ୍‌ ୨୦୧୦ ମସିହାରେ ନିଜ ଘର ଓ ସହର ଛାଡ଼ି ସ୍ୱାମୀ ପିଟର୍‌ଙ୍କ ସହିତ ନ୍ୟୁଜିଲ୍ୟାଣ୍ଡ୍‌ ଜଙ୍ଗଲ ଉପରେ ଅଧିକ ଅନୁସନ୍ଧାନ ପାଇଁ ନିଷ୍ପତ୍ତି ନେଇଥିଲେ।
ଏକ ଇଣ୍ଟରଭ୍ୟୁରେ ମିରିୟମ୍‌ କହିଛନ୍ତି ଯେ, ସହର ଜୀବନଶୈଳୀରେ ଚଳିଥିବା ଯୋଗୁ ଜଙ୍ଗଲରେ ରହିବା ପରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେଶର ରୂପି ପାଇଁ ସେ ଶାମ୍ପୁର ବ୍ୟବହାର କରିବାକୁ ଚାହୁଁଥିଲେ, କିନ୍ତୁ ଜଙ୍ଗଲରେ ସେ ସବୁର ସୁବିଧା ନଥିଲା। ଅନ୍ୟ ପକ୍ଷରେ ଘରଠାରୁ ଦୂରେଇ ରହିବା ପରେ ଶୀତଦିନେ ତାଙ୍କ ରୁପି ସମସ୍ୟା ଅଧିକ ହୋଇଥିଲା। ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ଥିଲା।

ଏହାପରେ ସ୍ୱାମୀ ପିଟର୍‌ ତାଙ୍କୁ ଗ୍ରୀନ୍‌ଲ୍ୟାଣ୍ଡ୍‌ ଓ ପୂର୍ବ ସାଇବେରିଆର ଅଧିବାସୀମାନେ ରୁପି ଦୂର ପାଇଁ ସକାଳର ପରିସ୍ରା ବ୍ୟବହାର କରୁଥିବା କଥା କହିଥିଲେ।

ପ୍ରଥମେ ମିରିଅମ୍‌ ଏହାକୁ ବିଶ୍ୱାସ କରୁ ନ ଥିଲେ। କିନ୍ତୁ ପରେ ଏହାକୁ ବ୍ୟବହାର କରିଥିଲେ। ମିରିଅମ୍‌ ତାଙ୍କ ପରିସ୍ରା କିଛି ସମୟ କେଶରେ ଲଗାଇ ରଖିବା ପରେ ଏହାକୁ ସାବୁନ୍‌ରେ ଧୋଇ ଦେଇଥିଲେ। ଯାହା ପରେ ଦେଖିବାକୁ ମିଳିଥିଲା ଯେ, ସତରେ ଏହା କାମ ଦେଉଛି।

ମିରିଅମ୍‌ଙ୍କ କହିବା ଅନୁସାରେ, ସେ ଜଙ୍ଗଲରେ ଥିବା ସମୟରେ ଦାନ୍ତ ସଫା କରିବା ପାଇଁ କୋଇଲା ଓ ପାଉଁଶର ବ୍ୟବହାର ବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos