Advertisment

ଗବେଷକଙ୍କ ମତ, ଟମାଟୋରେ ଅଛି କ୍ୟାନସର ପାଇଁ ଔଷଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ଟମାଟୋ ଏକ ଜରୁରୀ ପରିବା ହୋଇଗଲାଣି। ନହେଲେ ଚଳୁନି। ରୋଷେଇ କଲା ବେଳେ ସମସ୍ତେ ଟମାଟୋ ଦରକାର କରୁଛନ୍ତି। କାହାର ଡାଲିରେ ଟମାଟୋ ନପକାଇଲେ ନଚଳେ ତ କାହାର ତରକାରିରେ ଟମାଟୋ ଖଣ୍ଡେ ନ ପଡ଼ିଲେ ନହୁଏ। ଆଉ ଆମିଷ ଖାଉଥିବା ଲୋକ ତ ଆମ୍‌ଲେଟ୍‌ କଲେ ବି ଟମାଟୋ ଖୋଜନ୍ତି। ଟମାଟୋକୁ କଞ୍ଜା ବି ଖିଆଯାଏ। ତେଣୁ ସାଲାଡ୍ କଲେ ଟମାଟୋ ଖୋଜା ପଡ଼େ। ଟମାଟୋ କେବଳ ଖାଦ୍ୟର ସ୍ୱାଦ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଗବେଷକଙ୍କ ମତ, ଟମାଟୋରେ ଅଛି କ୍ୟାନସର ପାଇଁ ଔଷଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି ଟମାଟୋ ଏକ ଜରୁରୀ ପରିବା ହୋଇଗଲାଣି। ନହେଲେ ଚଳୁନି। ରୋଷେଇ କଲା ବେଳେ ସମସ୍ତେ ଟମାଟୋ ଦରକାର କରୁଛନ୍ତି। କାହାର ଡାଲିରେ ଟମାଟୋ ନପକାଇଲେ ନଚଳେ ତ କାହାର ତରକାରିରେ ଟମାଟୋ ଖଣ୍ଡେ ନ ପଡ଼ିଲେ ନହୁଏ। ଆଉ ଆମିଷ ଖାଉଥିବା ଲୋକ ତ ଆମ୍‌ଲେଟ୍‌ କଲେ ବି ଟମାଟୋ ଖୋଜନ୍ତି। ଟମାଟୋକୁ କଞ୍ଜା ବି ଖିଆଯାଏ। ତେଣୁ ସାଲାଡ୍ କଲେ ଟମାଟୋ ଖୋଜା ପଡ଼େ। ଟମାଟୋ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ଏହା ଆମ ଶରୀରକୁ ବି ନିରୋଗ ରଖିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବ୍ୟୁଟି ଟ୍ରିଟ୍‌ମେଣ୍ଟ୍ ପାଇଁ ମଧ୍ୟ ଆମେ ଟମାଟୋକୁ ବ୍ୟବହାର କରିଥାଉ।
ଏକ ଗବେଷଣାରୁ ଜଣାପଡ଼ିଛି ଯେ କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିବାର ଶକ୍ତି ଟମାଟୋ ପାଖରେ ରହିଛି। ସପ୍ତାହରେ ଅତିକମ୍‌ରେ ୧୦ଟିରୁ ୧୨ଟି ଟମାଟୋ ଖାଇଲେ କ୍ୟାନସର ହେବାର ଆଶଙ୍କା ୪୫ ପ୍ରତିଶତ କମିଯାଏ।

Advertisment

tamato
- ଟମାଟୋରେ ଏମିତି ସବୁ ପୋଷକ ତତ୍ତ୍ୱରେ ଭରି ରହିଛି ଯାହା ପ୍ରୋଷ୍ଟେଟ୍‌ କ୍ୟାନସରର କୋଷିକା ଗୁଡ଼ିକୁ ବଢ଼ିବାକୁ ଦେଇ ନଥାଆନ୍ତି। ଏହି କାର୍ଯ୍ୟରେ ଏମାନେ ବହୁତ ସହାୟକ ହୁଅନ୍ତି।
- ଟମାଟୋରେ କେରୋଟିନାୟଡ୍‌ ନାମକ ତତ୍ତ୍ୱ ରହିଛି। ଏହା ଶରୀରରେ ଟ୍ୟୁମର ହେବାର ଅଶାଙ୍କାକୁ କମ୍ କରି ଦେଇଥାଏ।
- ଟାମାଟୋରେ ଥିବା ଲାଇକୋପିନ ନାମକ ଏକ ପଦାର୍ଥ କ୍ୟାନସର ସହିତ ଲଢ଼ିବାର କ୍ଷମତା ରଖେ।
- ସବୁଦିନେ ଟମାଟୋକୁ ସାଲାଡ୍‌ରେ ବ୍ୟବହାର କରି ଖାଇଲେ ପେଟ କ୍ୟାନସର ହେବାର ଆଶଙ୍କା ୬୦ ପ୍ରତିଶତ କମି ଯାଏ।
- ସାଧାରଣତଃ ପନିପରିବାଗୁଡ଼ିକୁ ସିଝାଇଲେ ଅବା ଭାଜିଲେ ସେଗୁଡ଼ିକରେ ଥିବା ପୋଷକ ତତ୍ତ୍ୱ କିଛି ପରିମାଣରେ କମି ଯାଏ। କିନ୍ତୁ ଟମାଟୋରେ ସେମିତି ହୁଏ ନାହିଁ। ଏହାକୁ ସିଝାଇଲେ ଅବା ଭାଜିଲେ ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୁଏ ନାହିଁ।

picWfswNq
ଏହି ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ ସମସ୍ତ ପ୍ରକାର ନାଲି ରଙ୍ଗର ଫଳ ବା ପରିବାରେ ଲାଇକୋପିନ୍‌ ନାମକ ରସାୟନ ପଦାର୍ଥ ମିଳିଥାଏ। କିନ୍ତୁ ଅନ୍ୟ ପରିବା ଅବା ଫଳ ଅପେକ୍ଷା ଟମାଟୋରେ ଏହାର ମାତ୍ରା ଅଧିକ ରହିଥାଏ। ଟମାଟୋ ଖାଇବା ଦ୍ୱାରା ଆମ ଶରୀରରେ ରକ୍ତ ହୋଇଥାଏ। ଏହା ଶରୀରରେ କ୍ୟାନସରର କୋଷିକାକୁ ନଷ୍ଟ କରି ଦେଇଥାଏ। ଏହା ବ୍ୟତୀତ ଟମାଟୋରେ ଆଇକୋପିନ୍ ତଥା ବିଟା କେରୋଟିନ୍‌ ଅଧିକ ମାତ୍ରାରେ ମିଳିଥାଏ। ବିଟା କେରୋଟିନ୍‌ର ବିଶେଷତ୍ତ୍ୱ ହେଉଛି ଏହା ଶରୀର ଭିତରକୁ ଯିବା ପରେ ‘ଭିଟାମିନରେ ଏ’ରେ ପରିବର୍ତ୍ତନ ହୋଇଯାଏ। ଏହା ହାଡ଼ରେ ହେଉଥିବା କ୍ୟାନସର ପାଇଁ ବେଶ୍ ଲାଭଦାୟକ।
ପୁରୁଷମାନେ ପ୍ରତିଦିନ ଟମାଟୋ ଖାଇବା ଉଚିତ। ଏହା ସେମାନଙ୍କ ପାଇଁ ଅଧିକ ଲାଭକାରୀ ହୋଇଥାଏ। ଏହା ଖାଇବା ଦ୍ୱାରା ପୁରୁଷଙ୍କୁ ପ୍ରୋଷ୍ଟେଟ୍‌ କ୍ୟାନସର (ମୂତ୍ରାଶୟରେ କ୍ୟାନସର) ହେବାର ଆଶଙ୍କା କମ୍‌ ହୋଇଯାଏ।

Advertisment