ତମ୍ୱା ପାତ୍ରରେ ଜଳ ରଖି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ତମ୍ବା ଧାତୁରେ ତିଆରି ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରର ତିନିଟି ଦୋଷ- ବାତ, କଫ ଓ ପିତ୍ତ ସନ୍ତୁଳିତ ରହେ। ଆସନ୍ତୁ ଜାଣିବା ତମ୍ୱା ପାତ୍ରରେ ପାଣି ପିଇଲେ ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ।
- ଆୟୁର୍ବେଦ ଅନୁସାରେ ତମ୍ୱା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଅନେକ ରୋଗରୁ ମୁକ୍ତି ମିଳେ। ତମ୍ୱା ପାତ୍ରରେ ରହିଥିବା ଜଳକୁ ‘ତାମ୍ର ଜଳ’ ବୋଲି କୁହାଯାଏ। ୮ ଘଣ୍ଟା ଧରି ରଖିଥିବା ତମ୍ୱା ପାତ୍ରର ଜଳକୁ ପିଇଲେ ଶରୀରକୁ ଲାଭ ମିଳିଥାଏ।
- ତମ୍ୱା ପାତ୍ରରେ ରହିଥିବା ପାଣି ପିଇବା ଦ୍ୱାରା ଶରୀରରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ । ଏହା ଜଳ ଜନିତ ରୋଗ ଯେପରିକି ଡାଇରିଆ, କାମଳ,ଓ ଝାଡାବାନ୍ତିରୁ ରକ୍ଷା କରିବାରେ ସହାୟକ ହୋଇଥାଏ।
- ତମ୍ୱା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଶରୀରର ଥାଇରକ୍ସିନ ନାମକ ହର୍ମନ୍ ନିୟନ୍ତ୍ରଣରେ ରହିଥାଏ ଯାହା ଆଣ୍ଠୁଗଣ୍ଠିର କାର୍ଯ୍ୟପ୍ରଣାଳୀକୁ ସଠିକ ରଖେ। ତେଣୁ ଆଣ୍ଠୁଗଣ୍ଠି ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।
- ରାତିରେ ତମ୍ୱାପାତ୍ରରେ ପାଣି ରଖି ସକାଳେ ପିଇଲେ ତ୍ୱଚା ସୁନ୍ଦର ରହେ। ତମ୍ୱା ଶରୀରରେ ନୂତନ ସେଲ୍ ବା କୋଷିକା ନିର୍ମାଣ କରିବାରେ ସାହାଯ୍ୟ କରିଥାଏ।
- ଏସିଡିଟି,କୋଷ୍ଠକାଠିନ୍ୟ ଓ ଗ୍ୟାସ୍ ପରି ପେଟ ଜନିତ ସମସ୍ୟା ପାଇଁ ତମ୍ୱା ପାତ୍ରରେ ପାଣି ପିଇବା ଅମୃତ ସମାନ ହୋଇଥାଏ। ଏହାଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।
- ତମ୍ୱାରେ ଆଣ୍ଟି ଅକ୍ସାଇଡ ଓ ନୂତନ କୋଷିକା ତିଆରି କରିବା ଗୁଣ ରହିଥିବା କାରଣରୁ ମୁଁହର ଭାଙ୍ଗପଣ ଦୂର ହୋଇଥାଏ।
- ତମ୍ବା ପାତ୍ରରେ ପାଣି ପିଇଲେ ଶରୀରରେ ରକ୍ତର ଅଭାବ ପୂରଣ ହୋଇଥାଏ ।
- ଓଜନ ବଢ଼ିଯାଉଥିଲେ ତମ୍ୱାପାତ୍ରରେ ଜଳ ପିଅନ୍ତୁ। ଏହା ଶରୀରର ଅତିରିକ୍ତ ଚର୍ବିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।
- ତାମ୍ର ଜଳରେ ଆଣ୍ଟି-ଅକ୍ସାଇଡ ଗୁଣ ରହିଛି ଯାହା କ୍ୟାନସର ପରି ଭୟାନକ ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ।
- ତମ୍ୱାରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ ଓ ଆଣ୍ଟି ଇମ୍ଫଲେମେଟରୀ ଗୁଣ ରହିଛି ଯାହା ଶରୀରରେ କ୍ଷତକୁ ଶୀଘ୍ର ଶୁଖାଇ ଦିଏ।
- ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣରେ ରହେ ଏବଂ ହୃଦରୋଗର ଆଶଙ୍କାକୁ କମ୍ କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।