ବାସ୍ତୁ ଅନୁଯାୟୀ ଘରର କାନ୍ଥ କେଉଁ ରଙ୍ଗର ହେଲେ ଶୁଭ ଫଳ ମିଳିବ ଜାଣନ୍ତୁ

ସମସ୍ତେ ନିଜ ଘରକୁ ସାଧ୍ୟ ମତେ ସୁନ୍ଦର କରି ବନାଇବାକୁ ଚାହାଁନ୍ତି ଓ ସୁଖ ଶାନ୍ତିରେ ରହିବାକୁ ଚାହାଁନ୍ତି। କିନ୍ତୁ ଆଜିକାଲି ସହରଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ମନ ପସନ୍ଦର ଜାଗାରେ ଘର କରିପାରୁ ନାହାଁନ୍ତି। ତେଣୁ ଅଧିକାଂଶ ଲୋକ ବିଲ୍ଡରଙ୍କ ଦ୍ୱାରା ବନାଯାଇଥିବା ଫ୍ଲାଟ୍ ନେବାକୁ ବାଧ୍ୟ ହେଉଛନ୍ତି। ହେଲେ ଏହି ଫ୍ଲାଟଗୁଡିକ ପୂରାପୂରି ବାସ୍ତୁଶାସ୍ତ୍ର ଅନୁଯାୟୀ ବନା ହୋଇନଥାଏ। ଏପରି ଫ୍ଲାଟଗୁଡିକରେ ଅନେକ ପ୍ରକାର ବାସ୍ତୁ ଦୋଷ ରହିଥାଏ। ଏହାଦ୍ୱାରା ଅନେକ ଅସୁବିଧାର […]

bbb

bbb

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 09:11 AM IST

Sports

Latest News

ସମସ୍ତେ ନିଜ ଘରକୁ ସାଧ୍ୟ ମତେ ସୁନ୍ଦର କରି ବନାଇବାକୁ ଚାହାଁନ୍ତି ଓ ସୁଖ ଶାନ୍ତିରେ ରହିବାକୁ ଚାହାଁନ୍ତି। କିନ୍ତୁ ଆଜିକାଲି ସହରଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ମନ ପସନ୍ଦର ଜାଗାରେ ଘର କରିପାରୁ ନାହାଁନ୍ତି। ତେଣୁ ଅଧିକାଂଶ ଲୋକ ବିଲ୍ଡରଙ୍କ ଦ୍ୱାରା ବନାଯାଇଥିବା ଫ୍ଲାଟ୍ ନେବାକୁ ବାଧ୍ୟ ହେଉଛନ୍ତି। ହେଲେ ଏହି ଫ୍ଲାଟଗୁଡିକ ପୂରାପୂରି ବାସ୍ତୁଶାସ୍ତ୍ର ଅନୁଯାୟୀ ବନା ହୋଇନଥାଏ। ଏପରି ଫ୍ଲାଟଗୁଡିକରେ ଅନେକ ପ୍ରକାର ବାସ୍ତୁ ଦୋଷ ରହିଥାଏ। ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଭାରତୀୟ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ବାସ୍ତୁ ଦୋଷଗୁଡ଼ିକୁ ଦୂର କରିବା ପାଇଁ ଆମେ ଘରର ଭିତର ଭାଗ ଉପରେ ଧ୍ୟାନ ଦେବାକୁ ହେବ। ବାସ୍ତୁଶାସ୍ତ୍ରରେ ଘରର କାନ୍ଥ ରଙ୍ଗର ଅଲଗା ଭୂମିକା ରହିଛି। ତେଣୁ ଘରର କାନ୍ଥ ରଙ୍ଗ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହା କେବଳ ଘରକୁ ସୁନ୍ଦର ବନାଏ ନାହିଁ, ଏହା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଭାଗର କାନ୍ଥ କେଉଁ ରଙ୍ଗର ହେବା ଉଚିତ।

୧. ଘରର ଶୟନ କକ୍ଷକୁ ଗୋଲାପି ନହେଲେ ହାଲକା ନୀଳ ରଙ୍ଗ କରିବା ଉଚିତ। ଏପରି କଲେ ଘରେ ସକାରାତ୍ମକ ଶକ୍ତିର ପ୍ରବାହ ରହିବ ଓ ମାନସିକ ଶାନ୍ତି ମିଳିବା ସହ ସମ୍ପର୍କରେ ମଧୁରତା ଆସିବ।

୨. ରୋଷେଇ ଘର ପାଇଁ ଲାଲ୍ ଓ ନାରଙ୍ଗୀ ରଙ୍ଗ ଶୁଭ ହୋଇଥାଏ। ଏହା ଦ୍ୱାରା ଘରେ କେବେ ଅଭାବ, ଅନଟନ ଦେଖାଦିଏ ନାହିଁ।

୩. ବାଥରୁମ୍ ପାଇଁ ଧଳା କିମ୍ବା ହାଲ୍‌କା ନୀଳ ରଙ୍ଗ ଶୁଭ ହୋଇଥାଏ।

color୪. ଡ୍ରଇଁ ରୁମ୍‌ର କାନ୍ଥ ହାଲକା ନୀଳ ବା ଆକାଶି, କ୍ରିମ୍, ହଳଦିଆ କିମ୍ବା ହାଲକା ସବୁଜ ରଙ୍ଗ ହେଲେ ଶୁଭ ବୋଲି କୁହାଯାଏ। ଏହା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିବ।

୫. ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସିଲିଂ ବ୍ରହ୍ମସ୍ଥାନର ଭୂମିକା ନେଇଥାଏ। ତେଣୁ ଯଦି ଆପଣ ଘରର ସିଲିଂକୁ ସୁନ୍ଦର କରିବା ପାଇଁ ଲାଲ୍, ଗୋଲାପି, ହଳଦିଆ କି ଅନ୍ୟ କୌଣସି ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ କରନ୍ତୁ ନାହିଁ। କାରଣ ଘରର ସିଲିଂ ପାଇଁ ଧଳା ରଙ୍ଗ ହିଁ ଶୁଭ ହୋଇଥାଏ।

୬. ଘରର ପୂଜା ଗୃହ କାନ୍ଥର ରଙ୍ଗ ହାଲକା ନୀଳ କରିବା ଉଚିତ। କାରଣ ଏହା ଶାନ୍ତି ଓ ଏକାଗ୍ରତାର ପ୍ରତୀକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos