ସୁସ୍ଥ ରହିବା ପାଇଁ ଖା’ନ୍ତୁ ଗହମ ଗଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଗ ଓ ବୁଟ ଗଜା ଭଳି ଗହମ ଗଜା ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ। ଶରୀର ପାଇଁ ଗଜା ଗହମର ଉପକାରିତା ସମ୍ପର୍କରେ ଏବେ ବି ଗବେଷଣା ଜାରି ରହିଛି। ତେବେ ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଗହମ ଗଜା ନିୟମିତ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଭିଟାମିନ୍‌ ମିଳିଥାଏ। ଗହମ ଗଜାରେ ରହିଛି ଏହି ସବୁ ଗୁଣ ୧. ଗଜା ଗହମରେ ପ୍ରଚୂର ମାତ୍ରାରେ ଭିଟାମିନ୍‌ ଇ’ ରହିଥାଏ। ଏହା […]

puspa.final

puspa.final

Puspanjali Panda
  • Published: Tuesday, 20 November 2018
  • Updated: 20 November 2018, 07:29 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଗ ଓ ବୁଟ ଗଜା ଭଳି ଗହମ ଗଜା ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ। ଶରୀର ପାଇଁ ଗଜା ଗହମର ଉପକାରିତା ସମ୍ପର୍କରେ ଏବେ ବି ଗବେଷଣା ଜାରି ରହିଛି। ତେବେ ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଗହମ ଗଜା ନିୟମିତ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଭିଟାମିନ୍‌ ମିଳିଥାଏ।

ଗହମ ଗଜାରେ ରହିଛି ଏହି ସବୁ ଗୁଣ

୧. ଗଜା ଗହମରେ ପ୍ରଚୂର ମାତ୍ରାରେ ଭିଟାମିନ୍‌ ଇ' ରହିଥାଏ। ଏହା ଖାଇବା ଦ୍ୱାରା ମସ୍ତିଷ୍କ, ଲିଭର୍‌ ଓ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ଶରୀରରେ ନୂଆ ରକ୍ତକୋଷ ତିଆରି କରିବାରେ ଏହା ସାହାଯ୍ୟ କରିଥାଏ। ଗହମ ଯେତେବେଳେ ଗଜା ହୋଇଯାଏ, ସେଥିରେ ଭିଟାମିନ୍‌ ଇ'ର ପରିମାଣ ୩୦୦ପ୍ରତିଶତ ବୃଦ୍ଧି ପାଏ।

୨. ପ୍ରତିଦିନ ଗହମ ଗଜା ଖାଇବା ଦ୍ୱାରା କେଶ ଓ ତ୍ୱଚାର ଔଜଲ୍ୟ ବୃଦ୍ଧି ପାଏ। ହାଡ଼ ମଧ୍ୟ ସଶକ୍ତ ହୋଇଥାଏ।

୩. ଗହମ ଗଜା କିଡ୍‌ନୀକୁ ସୁସ୍ଥ ରଖିବା ସହ ଆମ ଶରୀରରେ ତିଆରି ହେଉଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରି ରକ୍ତ ପରିଷ୍କାର କରିଥାଏ।

୪.ଏଥିରେ ଥିବା ଫାଇବର୍‌ ଶରୀରରେ ପାଚନଜନିତ ସମସ୍ୟାକୁ ଦୂର କରେ। ଏହା ଆସିଡିଟି ମଧ୍ୟ କମ୍‌ କରିଥାଏ।

୫. ଗଜା ବାହାରିଥିବା ଗହମରେ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌-ଏ', ବି' ଏବଂ ସି' ରହିଥାଏ। ଏହା ସହ ଏଥିରେ କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ଓ ଜିଙ୍କ୍‌ ମଧ୍ୟ ଥାଏ।  ଗଜା ହେବା ପରେ ଗହମରେ ଥିବା ଭିଟାମିନ୍‌ ସି'ର ପରିମାଣ ୬୦୦ ପ୍ରତିଶତ ଓ ଭିଟାମିନ୍‌ ବି' ୧୦୦୦ ପ୍ରତିଶତ ବୃଦ୍ଧି ପାଇଥାଏ।

୬.ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ। ଆପଣ ଯଦି ଅଳ୍ପ କାମରେ ହାଲିଆ ହୋଇଯାଉଛନ୍ତି, ତେବେ ପ୍ରତିଦିନ ହାଲକା ବ୍ୟାୟାମ କରିବା ସହ ଗଜା ଗହମ ଖାଆନ୍ତୁ। ଦେଖିବେ, ଖୁବ୍‌ କମ୍‌ ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ।

କିପରି କରିବେ ଗହମ ଗଜା:

ଗହମକୁ ଗଜା କରିବା ପାଇଁ ଦୁଇରୁ ତିନି ଦିନ ସମୟ ଲାଗିବ। ବଜାରରୁ ଗହମ କିଣିବା ପରେ ଏହାକୁ ରାତିସାରା ୮ରୁ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ। ପରେ ଏହାକୁ ଛାଣି କପଡ଼ାରେ ବାନ୍ଧି ରଖନ୍ତୁ।
୮ରୁ ୧୦ ଘଣ୍ଟା ପରେ ତାକୁ ଆଉ ଥରେ ଧୋଇ ଦେଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ। ଦିନକୁ ଦୁଇଥର, ଏହିପରି ଦୁଇ ଦିନ ଯାଏ ଗହମକୁ ଧୋଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ।
ମନେ ରଖନ୍ତୁ, ଗହମ ରଖୁଥିବା କପଡ଼ାକୁ ଢିଲା କରି ବାନ୍ଧିବେ, ଯେମିତି ବାୟୁ ଚଳାଚଳ ହୋଇପାରୁଥିବ। ଏହାକୁ ସୂର୍ଯ୍ୟାଲୋକରୁ ଦୂରେଇ ରଖିବେ। ଧୀରେ ଧୀରେ ଗହମ ଗଜା ହେବାକୁ ଲାଗିବ। ଅଧ ଇଞ୍ଚ ପର୍ଯ୍ୟନ୍ତ ଗହମରୁ ଗଜା ବାହାରିଲେ, ଏହାକୁ ଖାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos