କାକୁଡ଼ି ଖାଇବା ପରେ ହଠାତ୍‌ କାହିଁକି ପାଣି ପିଇବା ଅନୁଚିତ୍‌

କାକୁଡ଼ି ହେଉଛି ଏକ ପୃଷ୍ଟିକର ଫଳ।  ଯାହା ଆପଣଙ୍କ ଡାଏଟ୍‌ ପାଇଁ ଖୁବ୍‌ ଉପାଦେୟ। ଏହି ଫଳରେ ଖଣିଣ, ଭିଟାମିନ୍‌ ଏବଂ ଇଲେକ୍ଟ୍ରୋଲାଇଟସ୍‌ ଭରପୂର ରହିଛି। ସାଣ୍ଡୱିଚ୍‌, ସାଲାଡ୍ ଏବଂ ରାଇତା ପାଇଁ କାକୁଡ଼ିକୁ ଘରେ ଘରେ ବ୍ୟବହାର କରାଯାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ କାକୁଡ଼ି ଖୁବ୍‌ ଉପକାରୀ। ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ ତଥା ଅନେକ ପ୍ରକାର ମିନେରାଲସ୍‌ ଏବଂ କ୍ୟାଲସିୟମ ପ୍ରଭୃତି ରହିଥାଏ। ଏହାବ୍ୟତୀତ ଗରମ ଦିନେ ଶରୀରରୁ ଜଳୀୟ ଅଂଶ କମିଲେ କାକୁଡ଼ି […]

Indam-snow-white-Cucumber

Indam-snow-white-Cucumber

Tapas Behera
  • Published: Wednesday, 12 September 2018
  • Updated: 12 September 2018, 11:42 AM IST

Sports

Latest News

କାକୁଡ଼ି ହେଉଛି ଏକ ପୃଷ୍ଟିକର ଫଳ।  ଯାହା ଆପଣଙ୍କ ଡାଏଟ୍‌ ପାଇଁ ଖୁବ୍‌ ଉପାଦେୟ। ଏହି ଫଳରେ ଖଣିଣ, ଭିଟାମିନ୍‌ ଏବଂ ଇଲେକ୍ଟ୍ରୋଲାଇଟସ୍‌ ଭରପୂର ରହିଛି। ସାଣ୍ଡୱିଚ୍‌, ସାଲାଡ୍ ଏବଂ ରାଇତା ପାଇଁ କାକୁଡ଼ିକୁ ଘରେ ଘରେ ବ୍ୟବହାର କରାଯାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ କାକୁଡ଼ି ଖୁବ୍‌ ଉପକାରୀ। ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ ତଥା ଅନେକ ପ୍ରକାର ମିନେରାଲସ୍‌ ଏବଂ କ୍ୟାଲସିୟମ ପ୍ରଭୃତି ରହିଥାଏ।

ଏହାବ୍ୟତୀତ ଗରମ ଦିନେ ଶରୀରରୁ ଜଳୀୟ ଅଂଶ କମିଲେ କାକୁଡ଼ି ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କାକୁଡ଼ିରେ ୯୫ ପ୍ରତିଶତ ଜଳୀୟ ଅଂଶ ଥାଏ। ତେବେ କାକୁଡ଼ି ଖାଇବା ପରେ ହଠାତ୍ ପାଣି ପିଇବାକୁ ଡାକ୍ତରମାନେ ବାରଣ କରିଥାନ୍ତି। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା। କାକୁଡ଼ି ଖାଇ ପାଣିପିଇବା ପରେ ଶରୀରେ ଜିଆଇ(gi)ରେ ଗତିଶୀଳ ହୋଇଥାଏ।

ଫଳରେ ପାଚନ ପ୍ରକ୍ରିୟା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।  ଏହାବ୍ୟତୀତ ପିଏଚ୍‌ ସ୍ତରରେ ପ୍ରଭାବ ପକାଇଥାଏ। ଶରୀରକୁ ସୁସ୍ଥ ରଖିବାରେ ପିଏଚ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍‌ସ୍ତର କମ୍‌ ହୋଇଥାଏ। ସେହିପରି କାକୁଡ଼ିରେ ଜଳୀୟ ଅଂଶ ଓ ଏସିଡ୍‌ ଭାଗ ଥିବାରୁ ଖାଦ୍ୟପଦାର୍ଥକୁ ହଜମ କରିବାରେ ବାଧକ ସାଜିଥାଏ। ଏହାର କୁପ୍ରଭାବ ପରିଣାମ ସୂରୁପ ଡାଇରିଆ ଏବଂ କାଶ ହେବାର ଆଶଙ୍କା ଥାଏ। ତେଣୁ ପାଣି ପିଇବା ପରେ ଅନ୍ତଃତ ପକ୍ଷେ ୨୦ ମିନିଟ୍‌ ପରେ ପାଣି ପିଇବା ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos