Advertisment

ମ୍ୟାଲେରିଆ ଔଷଧ କରୋନା ରୋଗୀଙ୍କୁ ଠିକ୍‌ କରିଥାଏ କି ?

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ମ୍ୟାଲେରିଆ ଔଷଧ ଦ୍ୱାରା ଚିକିତ୍ସା କରାଯାଇପାରିବ କି ? ଏହି ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହା କେତେ ସତ ଓ ମିଛ ଆସନ୍ତୁ ସେ ବିଷୟରେ ସବିଶେଷ ଭାବରେ ଜାଣିବା। ପ୍ରକୃତ କଥା ହେଉଛି କିଛି ଦିନ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ମ୍ୟାଲେରିଆ ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ‘ହାଇଡ୍ରୋଅକ୍ସିକ୍ଲୋରୋକୁଇନ୍‌’ ନାମକ ଔଷଧ […]

ମ୍ୟାଲେରିଆ ଔଷଧ କରୋନା ରୋଗୀଙ୍କୁ ଠିକ୍‌ କରିଥାଏ କି ?

corona22

Advertisment

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ମ୍ୟାଲେରିଆ ଔଷଧ ଦ୍ୱାରା ଚିକିତ୍ସା କରାଯାଇପାରିବ କି ? ଏହି ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହା କେତେ ସତ ଓ ମିଛ ଆସନ୍ତୁ ସେ ବିଷୟରେ ସବିଶେଷ ଭାବରେ ଜାଣିବା।

Advertisment

ପ୍ରକୃତ କଥା ହେଉଛି କିଛି ଦିନ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ମ୍ୟାଲେରିଆ ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ‘ହାଇଡ୍ରୋଅକ୍ସିକ୍ଲୋରୋକୁଇନ୍‌’ ନାମକ ଔଷଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ। ଏହାକୁ ନେଇ ଆମେରିକାରେ ଗବେଷଣା ହୋଇଛି ବୋଲି ଟ୍ରମ୍ପ ଦାବି କରିଥିଲେ।

ସେହିପରି ଚୀନ୍‌, ଫ୍ରାନ୍ସ ଓ ସ୍ପେନରେ ମଶାମରା ଔଷଧ ସହରଗୁଡ଼ିକରେ ସ୍ପ୍ରେ କରାଯାଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ରାଜସ୍ଥାନର ଜୟପୁରରେ ଦୁଇଟି ରୋଗୀଙ୍କର ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ ବ୍ୟବହାର କରାଯାଇଥିବା ଚର୍ଚ୍ଚା ହୋଇଥିଲା। ତେଣୁ ମ୍ୟାଲେରିଆ ଔଷଧକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

କିନ୍ତୁ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ଏହାକୁ ନେଇ ଭିନ୍ନ ମତ ରଖିଛି। ଆଇସିଏମ୍‌ଆର୍‌ର କହିଛି ଯେ ମ୍ୟାଲେରିଆରେ ବ୍ୟବହୃତ ହେଉଥିବା ‘ହାଇଡ୍ରୋଅକ୍ସିକ୍ଲୋରୋକୁଇନ୍‌’ ଔଷଧ ସମସ୍ତଙ୍କ ବ୍ୟବହାର ପାଇଁ ନୁହେଁ। କେବଳ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଯେଉଁମାନେ କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି, ସେମାନେ ଏହାକୁ ବ୍ୟବହାର କରିପାରିବେ। ଅନ୍ୟ କୌଣସି ବ୍ୟକ୍ତି ଏହାକୁ ବ୍ୟବହାର କରିବାର ଆବଶ୍ୟକତା ନାହିଁ। କରୋନା ରୋଗୀଙ୍କୁ ଏହି ଔଷଧ ଦେବା ପାଇଁ ଆଇସିଏମ୍‌ଆର୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଆଇସିଏମ୍‌ଆର୍‌ ବୈଜ୍ଞାନିକଙ୍କ କହିବା ଅନୁସାରେ ଆମେରିକାରେ କେବଳ ୩୦ ଜଣ ଲୋକଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା। କିନ୍ତୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ସଠିକ୍‌ ରିପୋର୍ଟ ଆସିନାହିଁ। ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କରୋନା ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ ଆବଶ୍ୟକ ବୋଲି ଯେ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରମାଣ କରିନାହିଁ, ସେବେ ଯାଏଁ କୌଣସି ସାବଧାନ ରହିବା ଭଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe