ଦୀପାବଳି ଦିନ ଏହି ପାଞ୍ଚଟି ସ୍ଥାନରେ ଜଳାନ୍ତୁ ଦୀପ: ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

କାର୍ତ୍ତିକ ମାସର ଅମାବାସ୍ୟାରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଏ। ଚଳିତ ବର୍ଷ ଏହା ଅକ୍ଟୋବର ୧୯ ତାରିଖରେ ପଡୁଛି। ଶାସ୍ତ୍ର ଅନୁଯାୟୀ ଏହି ଦିନ ମା’ ଲକ୍ଷ୍ମୀ ଧରା ପୃଷ୍ଠରେ ଭ୍ରମଣ କରଥାନ୍ତି। କୁହାଯାଏ ଏହି ଦିନ ମା’ ଲକ୍ଷ୍ମୀ ଯାହା ଘରେ ଆସି ନିବାସ କରିଥାନ୍ତି ସେ ଘରେ କେବେ ବି ଅର୍ଥର ଅଭାବ ଦେଖାଦିଏ ନାହିଁ। ତେଣୁ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଲୋକେ ନିଜ ଘରକୁ ଦୀପରେ ସଜାଇଥାନ୍ତି। ଆସନ୍ତୁ […]

diwali1

diwali1

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 10:02 AM IST

Sports

Latest News

କାର୍ତ୍ତିକ ମାସର ଅମାବାସ୍ୟାରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଏ। ଚଳିତ ବର୍ଷ ଏହା ଅକ୍ଟୋବର ୧୯ ତାରିଖରେ ପଡୁଛି। ଶାସ୍ତ୍ର ଅନୁଯାୟୀ ଏହି ଦିନ ମା’ ଲକ୍ଷ୍ମୀ ଧରା ପୃଷ୍ଠରେ ଭ୍ରମଣ କରଥାନ୍ତି। କୁହାଯାଏ ଏହି ଦିନ ମା’ ଲକ୍ଷ୍ମୀ ଯାହା ଘରେ ଆସି ନିବାସ କରିଥାନ୍ତି ସେ ଘରେ କେବେ ବି ଅର୍ଥର ଅଭାବ ଦେଖାଦିଏ ନାହିଁ। ତେଣୁ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଲୋକେ ନିଜ ଘରକୁ ଦୀପରେ ସଜାଇଥାନ୍ତି। ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ଦୀପ ସଜାଇଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ।

୧) ଅଶ୍ୱତ୍‌ଥ ଗଛରେ ଦେବାଦେବୀ ବାସ କରନ୍ତି। ତେଣୁ ଦୀପାବଳି ରାତିରେ ଅଶ୍ୱତଥ ଗଛ ତଳେ ଘିଅର ଦୀପ ନିଶ୍ଚିତ ଲଗାନ୍ତୁ।

୨) କୁହାଯାଏ ଯେ ଦୀପାବଳି ରାତିରେ ମା’ ଲକ୍ଷ୍ମୀ ଘରକୁ ଆସନ୍ତି। ତେଣୁ ଘରର ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଦୀପ ଲଗାଇବାକୁ ଭୁଲନ୍ତୁ ନାହିଁ।

୩) ଘର ଆଖପାଖରେ ଥିବା ମନ୍ଦିରରେ ଦୀପାବଳି ଦିନ ଗୋଟିଏ ଦୀପ ଜଳାଇବା ଉଚିତ। ଏପରି କଲେ ସାରା ବର୍ଷ ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ।

୪) ଦୀପାବଳିର ରାତିରେ କୌଣସି ଶୂନଶାନ୍ ସ୍ଥାନରେ ଦୀପ ଲଗାଇବା ଉଚିତ। ଯଦି ସମ୍ଭବ ତେବେ କୌଣସି ଦୁଇ, ତିନି, ଅବା ଚାରିଛକିରେ ଏକ ଦୀପ ଜଳାନ୍ତୁ ।

୫) ଘର ଅଗଣାରେ ଦୀପ ଜଳାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ଏବଂ ଦୁର୍ଭାଗ୍ୟ ଦୂର ହୋଇଥାଏ। ତେଣୁ ଦୀପାବଳି ରାତିରେ ଏକ ବଡ଼ ଦୀପକରେ ଘିଅ ଢାଳି ରାତି ସାରା ଜଳାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos