ରୋଷେଇ ସମୟରେ ବାସନ ପୋଡ଼ିଗଲେ କିମ୍ୱା ଏଥିରେ ଦାଗ ଲାଗି ଗଲେ କଥା ସରିଲା। ଏହାକୁ ନୂଆ ଭଳି ଚମକାଇବା ବଡ଼ ମୁସ୍କିଲ କାମ। ତେବେ ବାସନ ଗୁଡ଼ିକୁ ସହଜ ଉପାୟରେ ପୂର୍ବ ଚମକ ଦେବାକୁ ଚାହୁଁଛନ୍ତି କି ? ତେବେ ପଢ଼ନ୍ତୁ ନିମ୍ନଲିଖିତ ଟିପ୍ସ।
- ଷ୍ଟିଲ୍ ବାସନକୁ ଚମକ ଦେବାକୁ ଚାହୁଁଥିଲେ ପିଆଜ ରସ ଓ ଭିନେଗାରକୁ ସଠିକ ପରିମାଣରେ ମିଶାଇ ବାସନ ମାଜନ୍ତୁ। ଏହାପରେ ବାସନ ମଜା ସାବୁନରେ ଭଲ ଭାବେ ଧୋଇ ଦିଅନ୍ତୁ। ବାସନର ଚମକ ପୂର୍ବପରି ଫେରିଆସିବ।
- କଡ଼େଇରେ ଘିଅ ବା ତେଲ ଲାଗି ଲାଗି ମଇଳା ଆକାରରେ ଜମିଥିଲେ, ଏହାକୁ ସଫା କରିବା ପାଇଁ ଏଥିରେ ଅଳ୍ପ ଭିନେଗାର ଢାଳି ଦିଅନ୍ତୁ। ଦେଖିବେ ମଇଳା ଛାଡ଼ିଯିବ।
- ପିତ୍ତଳ ବାସନରେ କଳା ଦାଗ ପଡୁଥିଲେ ଏହାକୁ ଚମକ ଦେବା ପାଇଁ ଏଥିରେ ଅଳ୍ପ ଲୁଣ ପକାଇ ଭଲ ଭାବେ ମାଜନ୍ତୁ।
- ରୋଷେଇ ବେଳେ ଜଳି ଯାଇଥିବା ବାସନକୁ ସଫା କରିବାକୁ ଚାହୁଁଥିଲେ ଏଥିରେ ପିଆଜ ଓ ପାଣିକୁ ମିଶାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହାପରେ ବାସନକୁ ଭଲ ଭାବେ ଧୋଇଦିଅନ୍ତୁ ।
- ପ୍ରେସର କୁକୁରରେ ଥିବା ଦାଗ ସଫା କରିବାକୁ ଚାହୁଁଥିଲେ ଏଥିରେ ପାଣି, ସର୍ଫ୍ ଓ ଲେମ୍ବୁରସକୁ ପକାଇ ଫୁଟାଇ ଦିଅନ୍ତୁ। ଏହାପରେ ଭଲ ଭାବେ ଘସିଘସି ମାଜନ୍ତୁ। ପ୍ରେସର କୁକୁରରେ ଚମକ ଫେରିଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।