Advertisment

ଦୂର ପରବତ

ବାଲକୋନୀର ପ୍ରଶସ୍ତ ତାଜା ଉପରେ ପଞ୍ଜୁରୀଟିଏ ଓହଳିଥିଲା, ତା ଭିତରେ ପକ୍ଷୀଟିଏ ପାଇଁ ଖାଦ୍ୟ ପାଣି ମହୁଜୁଦ କରି ରଖାଯାଇଥିଲା। ଥରେ ବାହାରେ ଉଡ଼ୁଥିବା ପକ୍ଷିଟିଏ ଆସି ବସି ପଡ଼ିଲା ତାଜା ଉପରେ।  ପଞ୍ଜୁରୀ ଭିତରେ ଥିବା ପକ୍ଷୀ ପଚାରିଲା, ତମର କେତେ ମଜା ନା ! ମୁକ୍ତ ଆକାଶରେ ଉଡ଼ି ପାରୁଛ। ସାଙ୍ଗ ସାଥୀଙ୍କ ସହିତ ମଜାରେ ସମୟ କାଟୁଛ। ପକ୍ଷୀଟି କିଛି କହିଲା ନାହିଁ। ଫର କରି ଉଡ଼ିଗଲା। ତା ଅବସ୍ଥାକୁ ବଡ଼ ଅସହାୟ […]

ଅଦ୍ୟତନ ହୋଇଛି
ଦୂର ପରବତ 

Dura Parabata image

Advertisment

ବାଲକୋନୀର ପ୍ରଶସ୍ତ ତାଜା ଉପରେ ପଞ୍ଜୁରୀଟିଏ ଓହଳିଥିଲା, ତା ଭିତରେ ପକ୍ଷୀଟିଏ ପାଇଁ ଖାଦ୍ୟ ପାଣି ମହୁଜୁଦ କରି ରଖାଯାଇଥିଲା। ଥରେ ବାହାରେ ଉଡ଼ୁଥିବା ପକ୍ଷିଟିଏ ଆସି ବସି ପଡ଼ିଲା ତାଜା ଉପରେ।  ପଞ୍ଜୁରୀ ଭିତରେ ଥିବା ପକ୍ଷୀ ପଚାରିଲା, ତମର କେତେ ମଜା ନା ! ମୁକ୍ତ ଆକାଶରେ ଉଡ଼ି ପାରୁଛ। ସାଙ୍ଗ ସାଥୀଙ୍କ ସହିତ ମଜାରେ ସମୟ କାଟୁଛ।

Advertisment

ପକ୍ଷୀଟି କିଛି କହିଲା ନାହିଁ। ଫର କରି ଉଡ଼ିଗଲା। ତା ଅବସ୍ଥାକୁ ବଡ଼ ଅସହାୟ ଭାବେ ଆଖିଫାଡ଼ି ଚାହିଁଥିଲା ପଞ୍ଜୁରୀର ପକ୍ଷୀ। ଆଉଦିନେ ପୁଣିଥରେ ଉଡ଼ିଆସି ପକ୍ଷୀଟି ବସିଗଲା ତାଜା ଉପରେ। କହିଲା  ଖରା ଗରମରେ ଦେହ ଜଳିଯାଉଛି। ସୂର୍ଯ୍ୟ ଯଦି ଆମ ଉପରେ ଏମିତି ଦାଉ ସାଧିବେ..... ଟୋପାଏ ପାଣି ପାଇଁ ହଂସା ଉଡ଼ିଯାଉଛି ଆମର। ତମର କ'ଣ ଚିନ୍ତା। ଖରା, ବର୍ଷା, ଶୀତରେ ଡର ନାହିଂ ତୁମକୁ। ପଞ୍ଜୁରୀ ପକ୍ଷୀଟି କହିଲା "ତୁମେ ମୋ ଜାଗାରୁ ଟିକେ ପାଣି ପଇଦିଅ " ପକ୍ଷୀଟି ଥଣ୍ଟ ବୁଡ଼ାଇ ପାଣି ପିଇ ଉଡ଼ିଗଲା।

ପୁଣି କିଛି ଦିନ ଉତାରୁ ଦିନେ ଆସି ପଞ୍ଜୁରୀ ପକ୍ଷୀକୁ କହିଲା "ଉଡିବାର ମଜା ସେତେବେଳେ ମିଳିବ ଯେତେବେଳେ ମୁଣ୍ଡରେ ପେଟ ଚିନ୍ତା ନଥିବ । ଏମିତି ତ ଦେଖିବାକୁ ଆମ ଉଡ଼ିବା ଖୁବ୍ ଆନନ୍ଦଦାୟକ କିନ୍ତୁ ସାରାଦିନ ଉଡ଼ି ଉଡ଼ି ପେଟପୁରା ଗଣ୍ଡେ ଖଇବାକୁ ମିଳିଲାନି।" ପଞ୍ଜୁରୀ ପକ୍ଷୀ କହିଲା, ମୋ ଖାଇବା  ଦାନାରୁ ତୁମେ କିଛି ଦାନା ଖାଇ ଦିଅ। ପକ୍ଷୀଟି ଖୁସିରେ ଖାଇଲା।

Advertisment

ଆଉ ଦିନେ ବାହାରୁ ଉଡ଼ିଆସି ପକ୍ଷୀଟି କହିଲା, ଯେଉଁ ଗଛରେ ମୁଁ ବସାବାନ୍ଧି ରଖିଥିଲି ତାକୁ ମଣିଷମାନେ କାଟି ଦେଲେ। ମୋ ବସା ଭାଙ୍ଗିଗଲା। ଯେଉଁ ଅଣ୍ଡା ଉଷୁମ କରିଥିଲି, ସେ ସବୁ ମାଟିରେ ପଡ଼ି ଫାଟିଗଲା। ଏବେ ମୁଁ କୁଆଡ଼େ ଯିବି..? ଗୋଟିଏ ମୁହୂର୍ତ୍ତରେ  ମୋ ସଂସାର ଚୁରମାର ହୋଇଗଲା। ପଞ୍ଜୁରୀ ପକ୍ଷୀ କହିଲା। ଆଜି ରାତିକ ପାଇଁ ଏହି ତାଜାରେ ରହିଯାଅ। ସକାଳୁ ଯାହା ବ୍ୟବସ୍ଥା କରିବ। ପକ୍ଷୀଟି ତାଜାରେ ରହିଗଲା। ଏ କଥାକୁ ଦେଖିପାରିଲା ପଞ୍ଜୁରୀ ପକ୍ଷୀର ମାଲିକ।  ସେ ଆନ୍ଧାର ଭିତରେ ବାହାର ପକ୍ଷୀଟିକୁ ଧରି ନେଇ ପଞ୍ଜୁରୀ ଭିତରେ ପୁରେଇ ଦେଲା।

ରାତି ପାହିବା କ୍ଷଣି ବାହାର ପକ୍ଷୀ ଉଡିଯିବା ପାଇଁ ଫଡ଼ ଫଡ଼ ହେଲା। ପଞ୍ଜୁରୀ ପକ୍ଷୀ କହିଲା" ଏଠି ଖାଦ୍ୟ ପାଣି ସବୁ ମହଜୁଦ୍ ଅଛି। ଖରା ବର୍ଷା, ଶୀତ, କାକରର ବି ଭୟ ନାହିଁ  କି ତୁମ ଜୀବନ ପ୍ରତି ବିପଦ ନାହିଁ। ପୁଣି କ'ଣ ଅସୁବିଧା ହେଲା ତୁମର...?" ବାହାରା ପକ୍ଷୀ କିଛି ଉତ୍ତର  ନ ଦେଇ ବିକଳ ହୋଇ ଚାରିଆଡ଼କୁ ଅନାଉଥିଲା। ଖୋଜୁଥିଲା ଖୋଲା ବାଟ ପୁଣିଥରେ ଆକାଶକୁ ଉଡ଼ିଯିବା ପାଇଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe