Advertisment

ବିଶ୍ୱସ୍ତରରେ ପହଞ୍ଚିବ ଅରକ୍ଷିତ ଦାସଙ୍କ ‘ମହୀମଣ୍ଡଳ ଗୀତା’, ଇଂରାଜୀରେ ଅନୁବାଦ କରିବେ ଜୀବନ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଦ୍ଧସାଧକ ସନ୍ଥ ଅରକ୍ଷିତ ଦାସଙ୍କ ରଚିତ ‘ମହୀମଣ୍ଡଳ ଗୀତା’ର ଦିବ୍ୟବାଣୀ ଏବେ ବିଶ୍ୱସ୍ତରରେ ପହଞ୍ଚିବ। ବହୁ ବର୍ଷ ଧରି ଏହାର ଇଂରାଜୀ ଅନୁବାଦ କରିବା ପାଇଁ କରାଯାଇଥିବା ପ୍ରୟାସ ଶେଷରେ ବାସ୍ତବ ରୂପ ନେବାକୁ ଯାଉଛି। ଅରକ୍ଷିତଙ୍କ ସାଧନାପୀଠ ଓଳାଶୁଣୀର ପ୍ରଚାର କରୁଥିବା ଓଳାଶୁଣୀ ପ୍ରଚାର ପ୍ରସାର ସମିତି ବର୍ତ୍ତମାନ ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏହାର ଦାୟିତ୍ୱ ଅଭିନେତା ଭାବରେ ସୁପରିଚିତ ଜୀବନ ପଣ୍ଡାଙ୍କୁ ଦିଆଯାଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ […]

ବିଶ୍ୱସ୍ତରରେ ପହଞ୍ଚିବ ଅରକ୍ଷିତ ଦାସଙ୍କ ‘ମହୀମଣ୍ଡଳ ଗୀତା’, ଇଂରାଜୀରେ ଅନୁବାଦ କରିବେ ଜୀବନ ପଣ୍ଡା

mahimandala

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଦ୍ଧସାଧକ ସନ୍ଥ ଅରକ୍ଷିତ ଦାସଙ୍କ ରଚିତ ‘ମହୀମଣ୍ଡଳ ଗୀତା’ର ଦିବ୍ୟବାଣୀ ଏବେ ବିଶ୍ୱସ୍ତରରେ ପହଞ୍ଚିବ। ବହୁ ବର୍ଷ ଧରି ଏହାର ଇଂରାଜୀ ଅନୁବାଦ କରିବା ପାଇଁ କରାଯାଇଥିବା ପ୍ରୟାସ ଶେଷରେ ବାସ୍ତବ ରୂପ ନେବାକୁ ଯାଉଛି। ଅରକ୍ଷିତଙ୍କ ସାଧନାପୀଠ ଓଳାଶୁଣୀର ପ୍ରଚାର କରୁଥିବା ଓଳାଶୁଣୀ ପ୍ରଚାର ପ୍ରସାର ସମିତି ବର୍ତ୍ତମାନ ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏହାର ଦାୟିତ୍ୱ ଅଭିନେତା ଭାବରେ ସୁପରିଚିତ ଜୀବନ ପଣ୍ଡାଙ୍କୁ ଦିଆଯାଇଛି।

Advertisment

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ପ୍ରସିଦ୍ଧ କବି ମାୟାଧର ମାନସିଂହ ପ୍ରମୁଖ ଏକ ସମୟରେ ଏହାର ଇଂରାଜୀ ଅନୁବାଦ ପାଇଁ ପ୍ରୟାସ କରିଥିଲେ। କିନ୍ତୁ କୌଣସି କାରଣରୁ ଏ କାର୍ଯ୍ୟ ସ୍ଥଗିତ ରହିଥିଲା। ଓଳାଶୁଣୀ ପ୍ରଚାର ପ୍ରସାର ସମିତି ତରଫରୁ ଏଥିପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଥିଲା। ଏଥିପାଇଁ ୭ ଜଣ ଅନୁବାଦକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଚୂଡ଼ାନ୍ତ ପର୍ଯ୍ୟାୟ ରେ ଜୀବନଙ୍କୁ ଏହି ଗୁରୁ ଦାଇତ୍ୱ ମିଳିଛି। ଲଣ୍ଡନର ଏକ ସମ୍ଭ୍ରାନ୍ତ ପ୍ରକାଶନୀ ଏହାର ପ୍ରକାଶନ ଦାଇତ୍ୱ ନେଇଥିବା ସୂଚନା ମିଳିଛି।

ପ୍ରସିଦ୍ଧ ହାସ୍ୟାଭିନେତା ରାଧା ପଣ୍ଡାଙ୍କ ପୁଅ ଜୀବନ ପଣ୍ଡା ଗତ ୩ ଦଶନ୍ଧି ଧରି ଅଭିନୟ ଜଗତରେ ଅଛନ୍ତି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ହେଁ, ହାସ୍ୟ ଅଭିନେତା ଭାବେ ଘରେ ଘରେ ପରିଚିତ ହୋଇଛନ୍ତି। କିନ୍ତୁ ଏସବୁର ଲୋକପ୍ରିୟତା ମଧ୍ୟରେ ହଜିଯାଇଥିବା ତାଙ୍କର ଅନ୍ୟ ଏକ ଗୁଣ ହେଉଛି ଅନୁବାଦ କରିବା।

Advertisment

publive-image

ସାଧକ ଅରକ୍ଷିତ ଦାସଙ୍କ ଜନ୍ମ ବର୍ତ୍ତମାନର ଗଞ୍ଜାମ ଜିଲ୍ଲାର ଖେମୁଣ୍ଡି ରାଜପରିବାରରେ ହୋଇଥିଲା। ଗୌତମ ବୁଦ୍ଧ ବା ସିଦ୍ଧାର୍ଥଙ୍କ ସହ ତାଙ୍କୁ ତୁଳନା କରାଯାଏ। କାରଣ ସେ ମଧ୍ୟ ରାଜ ରାଜୁଡ଼ା ଥାଟବାଟ, ଅୟସ୍‌ ଏବଂ ଆରାମର ଜୀବନ ପରିତ୍ୟାଗ କରି ଧର୍ମ ସ୍ଥାପନା ଉଦ୍ଦେଶ୍ୟରେ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ। ତାଙ୍କର ବିଭିନ୍ନ ରଚନା ମଧ୍ୟରୁ ‘ମହୀମଣ୍ଡଳ ଗୀତା’ ସୁପରିଚିତି ଲାଭ କରିଛି। ‘ଭକ୍ତି ଟୀକା’ ଏବଂ ‘ମୋକ୍ଷ ଉପାଧି’ ତାଙ୍କର ଅନ୍ୟ କିଛି ପ୍ରମୁଖ ରଚନା। ମାଘ କୃଷ୍ଣପକ୍ଷ ଏକାଦଶୀରେ ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଳାଶୁଣୀ ମେଳା ଭାବେ ପାଳନ କରାଯାଇଥାଏ। ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ବେଶ ସମାଗମ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe