Advertisment

କବାଟ

ଆଜି ମାନିନୀ ମନସ୍ଥ କରିଛି, ଆଉ ସହିବନି। ତାକୁ ଏଇ ଚରମ ନିଷ୍ପତ୍ତି ନେବାକୁ ହିଁ ପଡ଼ିବ। ସେ କେତେ ଆଉ ଏକୁଟିଆ ତାଳି ପକାଇ ଏଇ ପରିବାରକୁ ବାନ୍ଧି ରଖିବ? ଦିନକୁ ଦିନ ଅନିରୁଦ୍ଧଙ୍କର ଗାଳି ଏବଂ ମାଡ଼ ଅସହ୍ୟ ହେବାରେ ଲାଗିଲାଣି। ଉଚ୍ଚ ଶିକ୍ଷିତ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଯେ ଏପରି ଏକ ମୁଖା ଥିବ ସେ ସ୍ଵପ୍ନରେ ସୁଧା ଭାବି ନଥିଲା। ବାହାରକୁ ସୁନ୍ଦର ଦିଶୁଥିବା ଏ ମୁହଁର ପଛରେ ଯେ ଏକ […]

ଅଦ୍ୟତନ ହୋଇଛି
କବାଟ

Kabata by Trupti Manjari Rath

Advertisment

ଆଜି ମାନିନୀ ମନସ୍ଥ କରିଛି, ଆଉ ସହିବନି। ତାକୁ ଏଇ ଚରମ ନିଷ୍ପତ୍ତି ନେବାକୁ ହିଁ ପଡ଼ିବ। ସେ କେତେ ଆଉ ଏକୁଟିଆ ତାଳି ପକାଇ ଏଇ ପରିବାରକୁ ବାନ୍ଧି ରଖିବ? ଦିନକୁ ଦିନ ଅନିରୁଦ୍ଧଙ୍କର ଗାଳି ଏବଂ ମାଡ଼ ଅସହ୍ୟ ହେବାରେ ଲାଗିଲାଣି। ଉଚ୍ଚ ଶିକ୍ଷିତ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଯେ ଏପରି ଏକ ମୁଖା ଥିବ ସେ ସ୍ଵପ୍ନରେ ସୁଧା ଭାବି ନଥିଲା। ବାହାରକୁ ସୁନ୍ଦର ଦିଶୁଥିବା ଏ ମୁହଁର ପଛରେ ଯେ ଏକ କୁତ୍ସିତ କଦାକାର ରୂପ ଅଛି ତା ଛଡ଼ା ଏହା ବୋଧେ କେହି ଜାଣିନଥିବେ।

Advertisment

ଏ ଲୋକ ଦିନେ କେତେ ମିଠା ମିଠା କଥା କହୁଥିଲା। ହାତକୁ ହାତ ଧରି ତାଙ୍କ ସହିତ କେତେ କ’ଣ ସେ ବୁଲିଥିଲା। କେତେ ସ୍ଵପ୍ନ ସେ ଦେଖିଥିଲା। ସେଦିନ ଭାବିଥିଲା ଭଗବାନ ମୋ ମନ ଜାଣି ବୋଧେ ଏପରି ଗୁଣର ଲୋକଟେ ମୋ ପାଖକୁ ପଠାଇଛନ୍ତି। କିନ୍ତୁ କାହିଁକି କେଜାଣି ତାଙ୍କ ମୁହଁଟାକୁ ଦେଖିଲେ ଆଜି ତାକୁ ଭାରି ଘୃଣା ଲାଗୁଛି। ଅନିରୁଦ୍ଧଙ୍କୁ ନୁହେଁ, ତାଙ୍କ ଭିତରେ ଥିବା ସେ ରାକ୍ଷସ ମନୋବୃତ୍ତିର ମଣିଷଟାକୁ। ଅନିରୁଦ୍ଧ ଯେ ଏତେ ବଦଳି ଯାଇପାରନ୍ତି ସେ କେବେ ବିଶ୍ଵାସ ବି କରିପାରୁ ନଥିଲା।

ନା, ଆଉ ସହି ହେବନି। ବ୍ୟାଗ ସଜାଡ଼ି ଝିଅର ହାତକୁ ଧରି ମାନିନୀ କବାଟ ଖୋଲିଲା। ହଠାତ୍ ଝିଅ କହିଲା- ମାମା ! ତମେ ବ୍ୟାଗ୍‌ ଧର, ବାବା ମତେ ଧରିବେ। ଝିଅର ଏପରି କଥାରେ ମାନିନୀ ପଛକୁ ଚାହିଁଲା। ଅନିରୁଦ୍ଧଙ୍କ ଜାଗାରେ ସ୍ନେହ ମମତାରେ ପୂର୍ଣ୍ଣ ଏକ ବାପାଙ୍କୁ ଠିଆ ହେବାର ପାଇଲା। ସଦ୍ୟ ବାପାଙ୍କ ସ୍ନେହରୁ ବଞ୍ଚିତ ହେବାକୁ ଯାଉଥିବା ଝିଅର ମୁହଁକୁ ଥରେ ଚାହିଁଲା ମାନିନୀ। ଝିଅର ଗୁଲୁଗୁଲିଆ ମୁହଁରେ ସତେ ଯେପରି ମେଞ୍ଚାଏ ଅକୁହା କଥା ଲେଖାଥିଲା। ଆଜାଣତରେ ମାନିନୀ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା। ହାତରୁ ବ୍ୟାଗଟା ପଡ଼ିଗଲା। ସେ ସେଇଠି ବସି ପଡ଼ିଲା। ଅନିରୁଦ୍ଧ ଗୋଟିଏ ହାତରେ ଝିଅକୁ ଅନ୍ୟ ହାତରେ ମାନିନୀକୁ ଧରି ଭିତରକୁ ନେଇଗଲା। ଖୋଲି ଯାଇଥିବା କବାଟ ପୁଣି ବନ୍ଦ ହୋଇଗଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe