Advertisment

‘କବିତାର ଭୂଷଣ ହେଉଛି ଲଜ୍ଜା’

ବାଲେଶ୍ଵର : କବିତା ଅଛି ଲଜ୍ଜାରେ। ଲଜ୍ଜା ବା ସମ୍ଭ୍ରମତା ବ୍ୟତିରେକ କବିତା ସମ୍ଭବ ନୁହେଁ। ନଗ୍ନତା ଏକ ବାସ୍ତବତା ନୁହଁ। ତେଣୁ ନଗ୍ନତାରେ ନଥାଏ ବାସ୍ତବତା। ବାସ୍ତବତାକୁ ଅନୁଭବ କରି ଏବଂ ତାକୁ ସମ୍ଭ୍ରମତ ସହ ଯୋଡି ଲେଖାଯାଉ କବିତା। କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ନିହିତ ରହିବା ଜରୁରୀ ସନ୍ଦିଗ୍ଧତା, କୌତୁକ ଓ ସମ୍ଭ୍ରମତା ବୋଲି ବିଶିଷ୍ଟ କବି, ସମାଲୋଚକ ଓ ଭାଷ୍ୟକାର ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। ବାଲେଶ୍ୱର […]

ଅଦ୍ୟତନ ହୋଇଛି
‘କବିତାର ଭୂଷଣ ହେଉଛି ଲଜ୍ଜା’

art2

Advertisment

ବାଲେଶ୍ଵର : କବିତା ଅଛି ଲଜ୍ଜାରେ। ଲଜ୍ଜା ବା ସମ୍ଭ୍ରମତା ବ୍ୟତିରେକ କବିତା ସମ୍ଭବ ନୁହେଁ। ନଗ୍ନତା ଏକ ବାସ୍ତବତା ନୁହଁ। ତେଣୁ ନଗ୍ନତାରେ ନଥାଏ ବାସ୍ତବତା। ବାସ୍ତବତାକୁ ଅନୁଭବ କରି ଏବଂ ତାକୁ ସମ୍ଭ୍ରମତ ସହ ଯୋଡି ଲେଖାଯାଉ କବିତା। କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ନିହିତ ରହିବା ଜରୁରୀ ସନ୍ଦିଗ୍ଧତା, କୌତୁକ ଓ ସମ୍ଭ୍ରମତା ବୋଲି ବିଶିଷ୍ଟ କବି, ସମାଲୋଚକ ଓ ଭାଷ୍ୟକାର ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି।

Advertisment

ବାଲେଶ୍ୱର ସ୍ଥିତ ଭେନିଆ ପାରାଡାଇଜ୍ଠାରେ ପୂର୍ବାହ୍ନ ଏଗାରଟାରେ କବି ଉତ୍ପଳ ମହାନ୍ତିଙ୍କ ଧାଡିକିଆ କବିତା ସଂକଳନ 'ଆଣ୍ଟିବାୟୋଟିକ୍'ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ କହିଛନ୍ତି, ‘ଆଜିର ସମୟରେ କବି ଆହୁରି ଧ୍ୟାନମଗ୍ନ ହୋଇ ବାସ୍ତବତାର ଊର୍ଦ୍ଧ୍ଵକୁ ଉଠି ଧ୍ୟାନସ୍ଥ ଓ କଳ୍ପଲୋକୀୟ ଭାବନାରେ ସନ୍ତରଣ କରୁ। 'ଆଣ୍ଟିବାୟୋଟିକ୍' ପୁସ୍ତକରେ ପତ୍ରସ୍ଥ ପ୍ରତ୍ୟେକ ଧାଡିକିଆ କବିତା ଉତ୍ପଳଙ୍କ ଏକ ଧ୍ୟାନସ୍ଥ ଚେତନାରୁ ସୃଷ୍ଟି ହୋଇଥିବା କଥା କହି ଶ୍ରୀ ଦାସ ସୂଚେଇ ଦେଲେ ଯେ ରହସ୍ୟର ଉତ୍ତର ରହସ୍ୟରେ ଦିଆନଯାଉ। ପାଠକକୁ କବିତାର ଗୋଟିଏ ଧାଡି ହିଁ ବାନ୍ଧି ରଖିଥାଏ। ସେଇ ଧାଡିଟି ହିଁ କବିତା। ବାକି ଧାଡିଗୁଡିକ କବିତ୍ଵର ଅନାବଶ୍ୟକ ଅହଂ ଛଡା ଆଉ କିଛି ନୁହେଁ।’

publive-image

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସୁଖ୍ୟାତ କଥାକାର ଓ ଔପନ୍ୟାସିକ ଡକ୍ଟର ଅଜୟ ସ୍ଵାଇଁ କହିଛନ୍ତି, ଆଣ୍ଟିବାୟୋଟିକ୍ ସହିତ ଡାକ୍ତର ମାନେ ଆଣ୍ଟାସିଡ୍ ଯେଉଁ ଆଶାରେ ଦେଇଥାନ୍ତି, କବି ଉତ୍ପଳ ମହାନ୍ତି ଆଣ୍ଟିବାୟୋଟିକ୍ ପରେ ପରେ ଆଣ୍ଟାସିଡ୍ ନାମକ ଆଉ ଏକ କବିତା ପୁସ୍ତକ ପାଠକକୁ ଭେଟିଦେବା ଆବଶ୍ୟକ। ଉତ୍ପଳଙ୍କ ଧାଡିକିଆ କବିତା ସବୁ ଗଦ୍ୟଭଳି ହୋଇଥିବାରୁ ଏହାକୁ ଜଣେ କବିତା ଭଳି କିମ୍ବା ଗପ ଭଳି ବି ପଢିପାରିବ। ’

Advertisment

ସେହିପରି 'ରେବତୀ' ପତ୍ରିକାର ସଂପାଦିକା ସୁବାସିନୀ ଜେନା ଏହି ଆସରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବାଲେଶ୍ଵର ମାଟି ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି କହିଥିଲେ।

publive-image

ଏହି ଅବସରରେ 'ଆଣ୍ଟିବାୟୋଟିକ୍' ପୁସ୍ତକର କବିତାର ଇଂରାଜୀ ଅନୁବାଦକ ଡକ୍ଟର ସୁବାସ ପାତ୍ର ଏବଂ ରଣଜିତ ମହାନ୍ତିଙ୍କ ସମେତ କବି ଶ୍ରୀଦେବ ଓ କୃଷ୍ଣ କୁମାର ମହାନ୍ତିଙ୍କୁ କୃତଜ୍ଞତା ପତ୍ର ଓ ଉପଢୌକନ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।

ଏହା ସହିତ ଭଲ କବିତାର ଆବାହକ ତ୍ରୟ ଫକୀରମୋହନଙ୍କ ଫଟୋଚିତ୍ର ଓ ସ୍ଵାକ୍ଷର ସମ୍ବଳିତ ଅଭିନନ୍ଦନ ପତ୍ର ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ କବି ସରୋଜ ବଳ ଅକ୍ଷୟ ମହାନ୍ତିଙ୍କ 'ଟୋକା ଏମିତି ହେଉଛିରେ...' ସ୍ଵରରେ ରଚିତ ନିଜର ଏକ ନୂଆ କବିତା 'ବୁଢା ଏମିତି ହେଉଛିରେ ଯେମିତି କିଛି ଜାଣେନି' ମ୍ୟୁଜିକ୍ ସହ ଗାୟନ କରି ଉପସ୍ଥିତ ତିନି ଶହରୁ ଊର୍ଦ୍ଧ୍ଵ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବା ପରେ ପରେ କବି କୃଷ୍ଣ କୁମାର ମହାନ୍ତି ଉତ୍ସବକୁ ଶେଷ ସ୍ପର୍ଶ ଦେଇଥିଲେ। ଏହି ଉତ୍ସବର ଆୟୋଜନରେ ସହଯୋଗ କରିଥିଲେ କବି ରଞ୍ଜନ ବାଗ, ରାଜେଶ ଗିରି ଓ ନୃତ୍ୟସଙ୍ଗୀତ କଳାମନ୍ଦିର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe