Advertisment

ଅଜନ୍ତା, ଏଲୋରା ଭଳି ଛାତରେ ରହିଛି ଚିତ୍ର, ଜାଣିଛନ୍ତି ଏହି ଗୁମ୍ଫା କେଉଁଠି ଅଛି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାର ଦେଶ ଭାରତ। ଆମ ଦେଶର କୋଣ ଓ ଅନୁକୋଣରେ ଭରି ରହିଛି ଏମିତି ଆଶ୍ଚର୍ଯ୍ୟ କରିଦେଲା ଭଳି ଅନେକ କୃତୀ, ଯାହାକୁ ଦେଖି ଭାରତୀୟ ଶିଳ୍ପୀଙ୍କ କଳାତ୍ମକ ସୃଜନଶୀଳତାକୁ ଆପଣ ତାରିଫ୍ ନକରି ରହିପାରିବେ ନାହିଁ। ଭାରତରେ ଗୁମ୍ଫା ଚିତ୍ର ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ। ଅଜନ୍ତା ଓ ଏଲୋରା ଭଳି ଗୁମ୍ଫାରେ ବିଭିନ୍ନ ସାମାଜିକ ଓ ଧାର୍ମିକ ଚରିତ୍ରସବୁର ଚିତ୍ର ରହିଛି। ଯାହାକୁ ଦେଖି କୁହାଯାଇପାରେ ଯେ ସେତେବେଳେ ଏଗୁଡିକ ମାଧ୍ୟମରେ […]

ଅଦ୍ୟତନ ହୋଇଛି
ଅଜନ୍ତା, ଏଲୋରା ଭଳି ଛାତରେ ରହିଛି ଚିତ୍ର, ଜାଣିଛନ୍ତି ଏହି ଗୁମ୍ଫା କେଉଁଠି ଅଛି  ?

SITA2

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାର ଦେଶ ଭାରତ। ଆମ ଦେଶର କୋଣ ଓ ଅନୁକୋଣରେ ଭରି ରହିଛି ଏମିତି ଆଶ୍ଚର୍ଯ୍ୟ କରିଦେଲା ଭଳି ଅନେକ କୃତୀ, ଯାହାକୁ ଦେଖି ଭାରତୀୟ ଶିଳ୍ପୀଙ୍କ କଳାତ୍ମକ ସୃଜନଶୀଳତାକୁ ଆପଣ ତାରିଫ୍ ନକରି ରହିପାରିବେ ନାହିଁ।

Advertisment

publive-image

ଭାରତରେ ଗୁମ୍ଫା ଚିତ୍ର ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ। ଅଜନ୍ତା ଓ ଏଲୋରା ଭଳି ଗୁମ୍ଫାରେ ବିଭିନ୍ନ ସାମାଜିକ ଓ ଧାର୍ମିକ ଚରିତ୍ରସବୁର ଚିତ୍ର ରହିଛି। ଯାହାକୁ ଦେଖି କୁହାଯାଇପାରେ ଯେ ସେତେବେଳେ ଏଗୁଡିକ ମାଧ୍ୟମରେ ଆମ ସାମାଜିକ ଚଳଣି ଆଉ ଧାର୍ମିକ ଚିନ୍ତନର ପ୍ରଚାର ହିଁ କରାଯାଇଥିଲା। ଏସବୁ ବିଶ୍ୱସ୍ତରୀୟ କଳା କୃତୀର ମାନ୍ୟତା ପାଇ ସାରିଛି।

publive-image

ହେଲେ ଶୁଣିଲେ ଖୁସି ହେବେ ଯେ, ଖାଲି ଅଜନ୍ତା କି ଏଲୋରା ନୁହେଁ ଆମ ଓଡ଼ିଶାରେ ମଧ୍ୟ ଏମିତି ସ୍ଥାନଟିଏ ଅଛି, ଯେଉଁଠି ଦେଖିବାକୁ ମିଳେ ବିରଳ ଗୁମ୍ଫାଚିତ୍ର। ଏକ ଅର୍ଦ୍ଧଗୋଲାକର ପଥର ଭଳି ଦିଶୁଥିବା ଏହି ସ୍ଥାନଟି ହେଉଛି କେନ୍ଦୁଝର ଜିଲାର ଢେଙ୍କିକୋଟ ପାଖରେ ଥିବା ସୀତାବିଞ୍ଜ। ପ୍ରଚାର ପ୍ରସାର ଅଭାବରୁ ଏ ସ୍ଥାନଟି ସେଭଳି ଲୋକ ଲୋଚନକୁ ଆସିପାରି ନାହିଁ ଯେଭଳି ଆସିବା କଥା। ତଥାପି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର।

Advertisment

publive-image

ଏଠାରେ ଥିବା ପର୍ବତ ଗୁମ୍ଫାରେ ରାବଣର ଛୟା ଚିତ୍ର ଭାରତବର୍ଷରେ ବିରଳ। ରାମାୟଣର କାହାଣୀକୁ ନେଇ ଏହି ଚିତ୍ର ଅଙ୍କନ କରାଯାଇଥିବା କୁହାଯାଏ।  ଯାହାକୁ ଦେଖିବାକୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକେ ଏଠାକୁ ଆସିଥା'ନ୍ତି।

publive-image

ସ୍ଥାନୀୟ ଲୋକକଥା ଅନୁଯାୟୀ, ଏହି ସ୍ଥାନକୁ ଦେବୀ ସୀତାଙ୍କ ନାମ ସହ ଯୋଡ଼ି ଦିଆଯାଇଛି। ଲୋକେ କୁହନ୍ତି, ଭଗବାନ ରାମଙ୍କ ଦ୍ୱାରା ନିର୍ବାସିତ ହେବା ପରେ ମା’ ସୀତା ଏହି ସ୍ଥାନରେ ଆଶ୍ରୟ ନେଇଥିଲେ। ଲବ ଓ କୁଶ ମଧ୍ୟ ଏହିଠାରେ ଜନ୍ମଗ୍ରହଣ କରିଥିଲେ। ଏଣୁ ଏଠାକାର ସ୍ଥାନୀୟ ଅଧିବାସୀ ଏଠାରେ ୩ଟି ଶିଳା ପୂଜା କରିଥା'ନ୍ତି। ଗୋଟିଏ ଶିଳାକୁ ମା’ ସୀତା ଓ ଅନ୍ୟ ୨ଟିକୁ ଲବ କୁଶ ଭାବେ ପୂଜନ କରାଯାଏ। ପାଖରେ ବୋହି ଯାଇଥିବା ସୀତା ନଦୀ ପାଇଁ ଏହାର ଏପରି ନାମକରଣ କରାଯାଇଥିବା ଅନୁମାନ କରାଯାଏ।

publive-image

ଐତିହାସିକଙ୍କ ମତରେ, ୬ଷ୍ଠ କିମ୍ବା ୭ମ ଶତାଦ୍ଦୀରେ ଏହି ସ୍ଥାନଟି ବୌଦ୍ଧ ସନ୍ୟାସୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ଏଣୁ ଏହାକୁ ବୌଦ୍ଧ ସ୍ମାରକୀ ଭାବେ ମଧ୍ୟ ଗ୍ରହଣ କରାଯାଇଛି ଓ ସେବେଠାରୁ ହିଁ ଏହାର ଅସ୍ତିତ୍ୱ ଲୋକଲୋଚନକୁ ଆସିଲା ବୋଲି କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe