ତାରା ଦତ୍ତ ଟାସ୍କଫୋର୍ସ ରିପୋର୍ଟ : ଆଜି ପୁଣି ତୃତୀୟ ଥର ନିଜ ନିଷ୍ପତ୍ତି ବଦଳାଇଲେ କ୍ୟାବିନେଟ୍‌

ନିଜ ନିଷ୍ପତ୍ତିକୁ ପୂର୍ବରୁ ୨୦୨୨ ନଭେମ୍ବର ଓ ୨୦୨୩ ଜୁନ୍ ମାସରେ କ୍ୟାବିନେଟ୍ ବଦଳାଇଥିଲେ ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Thursday, 22 February 2024
  • Updated: 22 February 2024, 09:10 PM IST

Sports

Latest News

ଭୁବନେଶ୍ୱର ଓ କଟକ ମହାନଗର ଅଂଚଳରେ ଇଚ୍ଛାଧୀନ କୋଟାରେ ପାଇଥିବା ପ୍ଲଟ୍ ଓ କୋଠାର ଆବଂଟନକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିରେ ଆଜି ପୁଣିଥରେ ପରିବର୍ତ୍ତନ କରିଛନ୍ତି । ତାରା ଦତ୍ତ ଟାସ୍କଫୋର୍ସଙ୍କ ୫୯୨ପୃଷ୍ଠାର ରିପୋର୍ଟକୁ ୨୦୧୪ ଡିସେମ୍ବରରେ ଗ୍ରହଣ କରି ଇଚ୍ଛାଧୀନ କୋଟାରେ ସମସ୍ତ ପ୍ଲଟ୍ ଓ କୋଠାର ଆବଂଟନକୁ ରଦ୍ଦ କରିଥିବା ରାଜ୍ୟ କ୍ୟାବିନେଟ୍ ଆଜି ତୃତୀୟ ଥର ପାଇଁ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ନିଜ ନିଷ୍ପତ୍ତିକୁ ପୂର୍ବରୁ ୨୦୨୨ ନଭେମ୍ବର ଓ ୨୦୨୩ ଜୁନ୍ ମାସରେ କ୍ୟାବିନେଟ୍ ବଦଳାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଜାରି ସୂଚନା ଅନୁସାରେ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ଏକକ ଆବଂଟିତ ପରବର୍ତ୍ତୀ ଦଖଲ ଆବଂଟନ(ପୋଷ୍ଟ ପଜେସନ ଆଲଟମେଂଟ୍ ) ଓ ପୂର୍ବ ଦଖଲ ଆବଂଟନ( ପ୍ରି-ପଜେସନ ଆଲଟମେଂଟ) ହସ୍ତାନ୍ତର କେସଗୁଡ଼ିକୁ ନିୟମିତ କରିବା ପାଇଁ ବିଡିଏ, ସିଡିଏ ଓ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ ପଦକ୍ଷେପ ଗ୍ରହଣ କରିବେ ।

ସେହିପରି ଟାସ୍କଫୋର୍ସ ରିପୋର୍ଟରେ ଆନେକ୍ସ- ୨(କ) ଓ ୨(ଖ) ଓ ୨(ଗ)ରେ ଉଲ୍ଲେଖିତ ପୂର୍ବ-ପ୍ରାରମ୍ଭ ବର୍ଗରେ(ପ୍ରି ଲଂଚି କାଟାଗୋରି) କରାଯାଇଥିବା ଆବଂଟନଗୁଡ଼ିକୁ ଅନୁଧ୍ୟାନ କରାଯିବାରୁ ଜଣାପଡ଼ିଲା ଯେ, ଉକ୍ତ ପ୍ଲଟଗୁଡ଼ିକର ପ୍ରକୃତ ଆବଂଟନ ଲଟେରୀ ଦ୍ୱାରା କରାଯାଇଛି । ତେଣୁ ଏହି ବର୍ଗରେ ଏକକ ଆବଂଟିତ ମାମଲାଗୁଡ଼ିକର ମାମଲାୱାରି ବିଚାର କରି ନିୟମିତ କରିବା ନିମନ୍ତେ ବିଡିଏ, ସିଡିଏ ଓ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପଦକ୍ଷେପ ଗ୍ରହଣ କରିବେ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ୨୦୨୨ ନଭେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ ପ୍ରଥମଥର ପାଇଁ ତାରାଦତ୍ତ ଟାସ୍କଫୋର୍ସ ରିପୋର୍ଟରେ ପରିବର୍ତ୍ତନ କରିଥିଲେ । ଟାସ୍କଫୋର୍ସ ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ୨୦୧୪ ଡିସେମ୍ବରରେ ସ୍ୱୀକାର କରିଥିବା ରାଜ୍ୟ କ୍ୟାବିନେଟ୍ ନିଜର ନିଷ୍ପତ୍ତିକୁ ୨୦୨୨ ନଭେମ୍ବରରେ ପରିବର୍ତ୍ତନ କରି ବିଡିଏ, ସିଡିଏ ଓ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଦ୍ୱାରା ନୀତି ଓ ନିୟମ ଅନୁସାରେ ଇଚ୍ଛାଧୀନ କୋଟାରେ ଏକକ ଆବଂଟିତ ସମସ୍ତ ମାମଲାକୁ ଟାସ୍କଫୋର୍ସ ରିପୋର୍ଟରୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଥିଲେ । ଅର୍ଥାତ୍ ଯାହାର ଭୁବନେଶ୍ୱର ଅବା କଟକରେ କୌଣସି ସମ୍ପତ୍ତି ନଥିବ ଓ ସେ ଇଚ୍ଛାଧୀନ କୋଟାରେ ପ୍ଲଟ୍ କିମ୍ବା କୋଠା ନେଇଥିବେ ସେମାନଙ୍କର ଆବଂଟନ କାଏମ ରହିବ ।

Also Read

ସେହିପରି ୨୦୨୩ ଜୁନ୍ ମାସରେ କ୍ୟାବିନେଟ୍ ପୁଣିଥରେ ଲିଜ୍ ଦଲିଲ ସମ୍ପାଦନ ଓ ଲିଜ୍ ପରିବର୍ତ୍ତୀ ସେବା ନିମନ୍ତେ ଟାସ୍କଫୋର୍ସ ରିପୋର୍ଟର ଆନେକ୍ସ-ଭିଏ ସଂଲଗ୍ନ ପରବର୍ତ୍ତୀ ଦଖଲ ଆବଂଟନଗୁଡ଼ିକୁ ନିୟମିତ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ ।

ଏହାସହିତ ଇଚ୍ଛାଧୀନ କୋଟାରେ ଆବଂଟିତ ପ୍ଲଟ୍ ଓ କୋଠାକୁ ନିଜର ଲିଗାଲହେୟାରଙ୍କ ନାଁରେ ହସ୍ତାନ୍ତର ପ୍ରକ୍ରିୟାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଭାବଶାଳୀ ବ୍ୟକ୍ତିମାନେ ଇଚ୍ଛାଧୀନ କୋଟାରେ କଟକ ଓ ଭୁବନେଶ୍ୱରର ମୂଲ୍ୟବାନ ସମ୍ପତ୍ତି ହାତେଇଥିବା ନେଇ ବିବାଦ ବଢ଼ିବା ପରେ ରାଜ୍ୟ ସରକାର ତତକାଳୀନ ରାଜସ୍ୱ ସଚିବ ଆଇଏଏସ୍ ତାରାଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଥିଲେ । ଉକ୍ତ ଟାସ୍କଫୋର୍ସ ନିଜର ରିପୋର୍ଟ ୨୦୧୪ ଅକ୍ଟୋବରରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଯାହାକୁ ୨୦୧୪ ଡିସେମ୍ବରରେ ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରିବା ସହ ଇଚ୍ଛାଧୀନ କୋଟାରେ ୧୯୯୫ରୁ ୨୦୧୪ ମସିହା ମଧ୍ୟରେ ଆବଂଟିତ ମୋଟ ୧୭୯୧ଟି ପ୍ଲଟ୍ ଓ କୋଠାର ଆବଂଟନକୁ ରଦ୍ଦ କରିଦେଇଥିଲେ । ତେବେ ଏହି ନିଷ୍ପତ୍ତିର ପ୍ରାୟ ୮ବର୍ଷ ପରେ ୨୦୨୨ ନଭେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ ଖୋଦ୍ ନିଜ ନିଷ୍ପତ୍ତିରେ ସଂଶୋଧନ କରିଥିଲେ । ଆଜି ପୁଣିଥରେ ତୃତୀୟଥର ପାଇଁ କ୍ୟାବିନେଟ୍ ନିଜର ପୂର୍ବ ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story