Advertisment

ଋଣ ନେଇ ଶୁଝିଲେ; ତଥାପି କାନ୍ଦୁଛନ୍ତି ଚାଷୀ

ସଦର ବ୍ଲକ୍‌ ମଇଦାନକେଲ ପଞ୍ଚାୟତରେ ରହିଥିବା ଲ୍ୟାମ୍ପ୍ସରୁ ଶତାଧିକ ଚାଷୀ ଋଣ ନେଇଥିଲେ। ଋଣ ନେବା ପୂର୍ବରୁ ଚାଷୀମାନେ ଲ୍ୟାମ୍ପ୍ସ କର୍ତ୍ତୃପକ୍ଷଙ୍କଠାରେ ନିଜର କିଶାନ୍‌ କାର୍ଡ ଓ ବ୍ଲାଙ୍କ ଚେକ୍‌ ଜମା କରିଥିଲେ।

Kendujhar

Farmer

Advertisment

ଚାଷୀଙ୍କ ରୋଜଗାର ଦୁଇ ଗୁଣିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସମବାୟ ବ୍ୟାଙ୍କ ସହାୟତାରେ ଲ୍ୟାମ୍ପ୍ସ ମାଧ୍ୟମରେ ଚାଷୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରିଥିଲେ। ଚାଷୀ ଋଣ ନେଇ ଚାଷ କାମରେ ଲଗାଇ ଥିଲେ। ଫସଲ ଅମଳ ପରେ ଋଣ ଟଙ୍କା ସମ୍ପୂର୍ଣ୍ଣ ଶୁଝି ଦେଇଥିଲେ। ଏହା ସତ୍ତ୍ୱେ ଚାଷୀଙ୍କ ନାଁରେ ଋଣ ଟଙ୍କା ଗଡୁଛି। ଋଣ ଟଙ୍କା ଓ ସୁଧ ପୈଠ କରିବାକୁ କୁହାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ସଦର ବ୍ଲକ୍‌ ମଇଦାନକେଲ ପଞ୍ଚାୟତରେ ରହିଥିବା ଲ୍ୟାମ୍ପ୍ସରୁ ଶତାଧିକ ଚାଷୀ ଋଣ ନେଇଥିଲେ। ଋଣ ନେବା ପୂର୍ବରୁ ଚାଷୀମାନେ ଲ୍ୟାମ୍ପ୍ସ କର୍ତ୍ତୃପକ୍ଷଙ୍କଠାରେ ନିଜର କିଶାନ୍‌ କାର୍ଡ ଓ ବ୍ଲାଙ୍କ ଚେକ୍‌ ଜମା କରିଥିଲେ। ଚାଷୀମାନେ ଋଣ ଟଙ୍କା ନେଇ ଚାଷ କାର୍ଯ୍ୟରେ ନିୟୋଜିତ କରିଥିଲେ। ଫସଲ ଅମଳ ପରେ ଚାଷୀମାନେ ଋଣ ଟଙ୍କା ସୁଝି ଦେଇଥିଲେ। କେତେକ ଚାଷୀ ପୂରା ଋଣ ଟଙ୍କା ସୁଝି ଦେଇଥିବା ବେଳେ ଆଉ କେତେକ ଅଧାରୁ ଅଧିକ ଋଣ ଟଙ୍କା ଜମା କରିସାରିଲେ। ଏହା ସତ୍ତ୍ୱେ ପୂରା ଋଣ ଟଙ୍କା ଶୁଝିବା ପାଇଁ ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ କହୁଛନ୍ତି। ଯାହାଫଳରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ଅନ୍ୟପକ୍ଷରେ ଋଣ ଟଙ୍କା ଫେରାଇଥିଲେ ମଧ୍ୟ ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ ଚାଷୀଙ୍କୁ କିଶାନ୍‌ କାର୍ଡ଼ ଫେରାଉ ନାହାନ୍ତି। ଯେଉଁଥିପାଇଁ ଚାଷମାନେ ଧାର ଉଧାର କରି ସାର ଓ ବିହନ କିଣୁବାକୁ ବାଧ୍ୟ ହେଉଛନ୍ତି। ଚାଷୀମାନେ ଏ ନେଇ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତିଙ୍କ ପାଖରେ ଗୁହାରୀ କରିଥିଲେ। ଚାଷୀଙ୍କ ଅଭିଯୋଗ ଶୁଣି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Advertisment

ଚାଷୀ ନମିତା ମହାନ୍ତ କହିଛନ୍ତି, ଚାଷ ପାଇଁ ମୁଁ ୨୦ ହଜାର ଟଙ୍କା ଋଣ ନେଇଥିଲି। ୩ ବର୍ଷ ହେଲା ସେହି ଟଙ୍କା କୁଞ୍ଜବାବୁଙ୍କୁ ଦେଇଦେଇଛି। ଏହା ପରେ ମଧ୍ୟ ମୋ ନାଁରେ ଋଣ ରହିଥିବା କୁହାଯାଉଛି। ସୁଝିବାକୁ କୁହାଯାଉଛି ବୋଲି ଶ୍ରୀମତୀ ନାୟକ କହିଛନ୍ତି।

ଚାଷୀ ମିତ୍ର ଭାନୁ ନାଏକ କହିଛନ୍ତି, ସାର କିଣିବା ପାଇଁ ୩୨୦୦ ଟଙ୍କା ଋଣ ନେଇଥିଲି। ବର୍ଷକ ପରେ ୧୮୦୦ ଟଙ୍କା ସୁଝି ଦେଇଥିଲି। ଗତବର୍ଷ ଟଙ୍କା ଦେଇ ସାର ଓ ବହନ କିଣିଥିଲି। କିନ୍ତୁ ଏବର୍ଷ ମୋ ନାଁ ୪୨୦୦ ଟଙ୍କା ଋଣ ଥିବା ଶ୍ରୀ ନାଏକ କହିଛନ୍ତି।

ଚାଷୀ ସତ୍ୟାନନ୍ଦ ମହାନ୍ତ କହିଛନ୍ତି, ସାର ଓ ବିହନ ପାଇଁ ୧୦ ହଜାର ଟଙ୍କା ନେଇଥିଲି। ସୁଧ ମିଶାଇ ୧୩ ହଜାର ହଜାର ଟଙ୍କା ହୋଇଥିଲା। ସବୁ ଟଙ୍କା ସୁଝି ଦେଇଥିଲି। ଗତବର୍ଷ ଟଙ୍କା ଦେଇ ସାର ଓ ବିହନ କିଣିଥିଲି। ହେଲେ ମୋ ନାଁରେ ଋଣ ଟଙ୍କା ଗଡ଼ୁଛି ବୋଲି ଶ୍ରୀ ମହାନ୍ତ କହିଛନ୍ତି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe