ପଞ୍ଚଭୂତରେ ବିଲୀନ ହେଲେ ଗୀତା ମେହେଟ୍ଟା

ଗୀତା ମେହେଟ୍ଟା ଏକାଧାରରେ ଥିଲେ ଜଣେ ଆନ୍ତର୍ଜାତୀୟ ଲେଖିକା, ସାମ୍ବାଦିକା ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା।

Manoj Swain
  • Published: Monday, 18 September 2023
  • Updated: 18 September 2023, 02:07 PM IST

Sports

Latest News

ପଞ୍ଚଭୂତରେ ବିଲୀନ ହେଲେ ପ୍ରସିଦ୍ଧ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା । ସେ ଥିଲେ ବହୁମୂଖୀ ପ୍ରତିଭାର ଅଧିକାରିଣୀ। ସେ ଏକାଧାରରେ ଥିଲେ ଜଣେ ଆନ୍ତର୍ଜାତୀୟ ଲେଖିକା, ସାମ୍ବାଦିକା ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା। ନୂଆଦିଲ୍ଲୀର ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ମା’ ଗୀତା ମେହେଟ୍ଟାଙ୍କୁ ମୁଖାଗ୍ନି ଦେଇଛନ୍ତି। ନିଜ ଏକମାତ୍ର ଭଉଣୀଙ୍କ ଶେଷ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଉପସ୍ଥିତ ଥିଲେ। ଏହି ଅବସରରେ ନିକଟ ସମ୍ପର୍କୀୟଙ୍କ ସମେତ ସାଂସଦ ପିନାକ ମିଶ୍ର, ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos