Advertisment

ଏଯାଏଁ ହୋଇଛି ସ୍ୱାଭାବିକଠାରୁ ୨୮% କମ୍‌ ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ପ୍ରବାହ ଏବେ ସ୍ୱାଭାବିକ ସ୍ଥିତିକୁ ଆସିଥିବାରୁ ଖୁବ୍‌ଶୀଘ୍ର ବର୍ଷା ନିଅଣ୍ଟ ସ୍ଥିତିର ଭରଣା ହେବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Field

Field

Advertisment

ଏ ବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ହେଲେ ବର୍ଷା ଅଭାବରୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଏବେ ବିଗିଡ଼ିବାରେ ଲାଗିଛି ଚାଷର ଅବସ୍ଥା। ଚିନ୍ତାରେ ଚାଷୀ। ପାଣିପାଗ ବିଭାଗର ତଥ୍ୟ କହୁଛି, ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ୨୮ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ୧୮ ଜିଲ୍ଲା ନିଅଣ୍ଟିଆ ବୃଷ୍ଟିପାତ ସ୍ଥିତିକୁ ସାମ୍ନା କରୁଛି।

Advertisment

ତଥ୍ୟ କହୁଛି, ଜୁନ ପହିଲାରୁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱାଭାବିକଠାରୁ ୨୮ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ୨୫୮ ମିଲିମିଟର ବୃଷ୍ଟିପାତ ସ୍ଥାନରେ ହୋଇଛି ମାତ୍ର ୧୯୧.୧୧ ମିଲିମିଟର ବର୍ଷା। ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ଦୁଇ ଜିଲ୍ଲା କଳାହାଣ୍ଡି ଓ କନ୍ଧମାଳରେ ସ୍ଥିତି ସବୁଠୁ ବେଶୀ ସଂଗୀନ ରହିଛି। କାରଣ ଏ ଦୁଇ ଜିଲ୍ଲାରେ ସ୍ୱାଭାବିକଠାରୁ ୬୬ ପ୍ରତିଶତରୁ କମ୍‌ ବୃଷ୍ଟିପାତ ହୋଇଛି। ସେହିପରି ୯ଟି ଜିଲ୍ଲା ଯଥା- ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱର, ବଲାଙ୍ଗିର, ସୋନପୁର ଓ ପୁରୀ ଜିଲ୍ଲାରେ ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି।

Advertisment

ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ପ୍ରବାହ ଏବେ ସ୍ୱାଭାବିକ ସ୍ଥିତିକୁ ଆସିଥିବାରୁ ଖୁବ୍‌ଶୀଘ୍ର ବର୍ଷା ନିଅଣ୍ଟ ସ୍ଥିତିର ଭରଣା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୯ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗକୁ ବର୍ଷାର ପରିମାଣ ବଢ଼ିବ ବୋଲି ସୂଚନା ଦିଆଯାଇଛି।

ଏବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ହେଲେ ବିଳମ୍ବ ମୌସୁମୀ ଓ ସ୍ୱଳ୍ପ ବୃଷ୍ଟିପାତ ପାଇଁ ପାଖାପାଖି ମାସଟିଏ ଚାଷ କାମ ପଛେଇ ଯାଇଥିବାରୁ, ଆଗକୁ ବର୍ଷା ସ୍ୱାଭାବିକ ହେଲେ ମଧ୍ୟ ତାହା ଚାଷକୁ କେତେ ସାହାଯ୍ୟ କରିବ, ଚାଷୀକୁ ଏବେ ସେଇ ଚିନ୍ତା ଘାରିଛି।

Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe