/odisha-reporter/media/post_attachments/uploadimage/library/16_9/16_9_0/IMAGE_1708617152.jpg)
housing board
ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଦ୍ୱାରା ରାଜଧାନୀ ଭୁବନେଶ୍ୱରର ଗାଡ଼କଣ ମୌଜାଠାରେ ସୁଲଭ ମୂଲ୍ୟରେ ଗୃହନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପରେ ମୋଟ ୩୫୧ଟି ଗୃହ ନିର୍ମାଣ ପାଇଁ ଯୋଜନା ରହିଛି। ଆଜି ଏହି ଗୃହ ନିର୍ମାଣର ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜରେ ଦର୍ଶାଯାଇଛି ଯେ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା ଦ୍ୱାରା ଗାଡ଼କଣ ମୌଜାରେ ଏକ ସୁଲଭ ମୂଲ୍ୟ ଗୃହ ନିର୍ମାଣ ପ୍ରକଳ୍ପ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ପ୍ରକଳ୍ପରେ ମୋଟ ୩୫୧ଟି ଗୃହ ନିର୍ମାଣ ହେବ। ସେଥିରେ ୨୧୬ଟି ମଧ୍ୟମ ଆୟକାରୀ ବର୍ଗ, ୧୧୫ଟି ନିମ୍ନ ଆୟକାରୀ ବର୍ଗ, ୨୦ଟି ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗ ଓ ୨୫ଟି ଦୋକାନ ଗୃହ ନିର୍ମାଣ ପାଇଁ ଯୋଜନା ରହିଛି। ଏହି ପ୍ରକଳ୍ପ ଇପିସି ମାଧ୍ୟମରେ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୨୦୨୩ ଅକ୍ଟୋବର ୧୦ତାରିଖରେ ଟେଣ୍ଡର ଆହ୍ୱାନ କରିଥିଲେ। ଏହି ଟେଣ୍ଡର ପ୍ରକ୍ରିୟାରେ ବାଲାଜୀ ଇଞ୍ଜିକନ୍ସ ଲିମିଟେଡ୍ ଯୋଗ୍ୟ ବିବେଚିତ ହୋଇଛି। ଏହି ପ୍ରକଳ୍ପକୁ ୧୩୪.୮୫କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିବା ପାଇଁ ଶ୍ରୀବାଲାଜୀ ଇଞ୍ଜିକନ୍ସ ଲିମିଟେଡ୍ ଡାକିଥିବା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି କାର୍ଯ୍ୟ ୩୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
