Advertisment

ବିକ୍ରୀ ହେବାକୁ ଯାଉଥିଲା କି ମହାପ୍ରଭୁଙ୍କ ଅର୍ପଣ ଚାଉଳ?

ବିଡ଼ମ୍ବନାରେ ବିଷୟ ହେଉଛି ଯେ ଅର୍ପଣ ଚଉଳକୁ ବିକ୍ରୀ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସୁଆରମହାସୁଆର ନିଯୋଗ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି।

Puri

Puri

Advertisment

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାରା ରାଜ୍ୟର ଲୋକମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ଚାଉଳ ଅର୍ପଣ କରିଥିଲେ। ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳ ଶ୍ରୀ ଗୁଣ୍ଡିଚା ମନ୍ଦିର ଭିତରେ ମହଜୁଦ ରଖାଯାଇଥିଲା। ସେହି ଚାଉଳ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କାନିକା, ଖେଚୁଡି ମହାପ୍ରସାଦ କରାଯାଇ ଭକ୍ତଙ୍କୁ ବି ଦିଆଯାଉଥିଲା।

Advertisment

କିନ୍ତୁ ବିଡ଼ମ୍ବନାରେ ବିଷୟ ହେଉଛି ଯେ ଅର୍ପଣ ଚଉଳକୁ ବିକ୍ରୀ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସୁଆରମହାସୁଆର ନିଯୋଗ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ, ଗୋଟିଏ ମିନି ଟ୍ରକରେ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ଅର୍ପଣ ଚାଉଳ ଗୋପାଳପୁରରେ ଥିବା ଚାଉଳ ମିଲକୁ ଯାଉଥିଲା। ତେବେ ଅଧ ବାଟରେ କିଛି ସାମାଜିକ କର୍ମୀ ଗାଡ଼ିକୁ ଅଟକ ରଖି ପଚରାଉଚରା କରିଥଲେ। ଏହି ସମୟରେ ସାମାଜିକ କର୍ମୀମାନେ ଚାଉଳକୁ ବିକ୍ରୀ କରିବାକୁ ନିଆଯାଉଥିବା ଜାଣିବାକୁ ପାଇଥିବା ଅଭିଯୋଗ କରିଛନ୍ତି।

Advertisment

ସେମାନଙ୍କ କହିବା କଥା ଯେ ମିଲକୁ ନିଆଯାଉଥିବା ଅର୍ପଣ ଚାଉଳ ଅଖାରେ ମୟୂରଭଞ୍ଜ ଜିଲାର ବଡ଼ ସାହି ବ୍ଳକ୍ ଲେଖାଯାଇଛି। ଏହାର ଅର୍ଥ ବଡ଼ ସାହି ପକ୍ଷରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଚାଉଳ ଅର୍ପଣ କରାଯାଇଥିଲା। ଲୋକଙ୍କ ଅର୍ପଣ ଚାଉଳକୁ କାହିଁକି ବିକ୍ରୀ କରିବାକୁ ନିଆଯାଉଥିଲା ବୋଲି ସାମାଜିକ କର୍ମୀମାନେ ପ୍ରଶ୍ନ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି। 

ତେବେ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଅର୍ପଣ ଚାଉଳକୁ ପଲିସ କରିବା ପାଇଁ ପଠା ଯାଉଥିଲା। ଚାଉଳକୁ ପଲିସ କରାଯିବା ସହ ଏଥିରୁ ପୋକ ବଛା ଯିବାକୁ ନିଆଯାଉଥିଲା। ପଲିସ୍‌ ପରେ ଏହାକୁ ପୁଣି ବ୍ୟବହାର କରାଯିବ।

ପଲିସ୍‌ ବେଳେ ଯଦି ଚାଉଳ ଅତି ଖରାପ ଥିବ, ତା’ହେଲେ ତାକୁ ଅଟା କରାଯାଇଥାନ୍ତା। ଶ୍ରୀଜଗନ୍ନାଥ ମନ୍ଦିରର ମହାଲକ୍ଷ୍ମୀ ଭଣ୍ଡାରରୁ ମଧ୍ୟ ୫ରୁ ୬ ମାସ ଷ୍ଟକ ରହିଥିବା ଚାଉଳକୁ ପଲିସ ପାଇଁ ନିଆଯାଏ।

ଆଗକୁ ଶ୍ରୀଗୁଣ୍ଡିଚା ଆସୁଥିବାରୁ ସେଠି କିଛି ଚାଉଳ ରହିଯାଇଥିଲା। ତାକୁ ଖାଲି କରିବା ଜରୁରୀ ଥିଲା। ତେଣୁ ପ୍ରାୟ ୨୫ କ୍ୱିଣ୍ଟାଲ ଚାଉଳକୁ ପଲିସ ପାଇଁ ନିଆଯାଉଥିଲା। ଆଗରୁ ମଧ୍ୟ ଏମତି ହୋଇଛି। ଏହା କିଛି ନୂଆ ନୁହେଁ ବୋଲି ନାରାୟଣ ମହାସୁଆର କହିଛନ୍ତି।

Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe