ଚାଷୀ ଆତ୍ମହତ୍ୟା ଘଟଣା: ଲୋକସଭାରେ ବିବୃତି ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆପ୍ ରାଲିରେ ଯୁବ ଚାଷୀ ଗଜେନ୍ଦ୍ର ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଲୋକସଭାରେ ଆଜି ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ, ଏହି ଘଟଣାରେ ସେ ଅନ୍ୟମାନଙ୍କ ଭଳି ମର୍ମାହତ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ବହୁ ପୁରୁଣା ଓ ବ୍ୟାପକ। ଦୀର୍ଘ ବର୍ଷ ହେଲା ଏହି ସମସ୍ୟା ସହିତ ଦେଶ ଲଢ଼ିଆସୁଛି। ଅତୀତରେ ଓ ବର୍ତ୍ତମାନ ନିଆଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ କେଉଁଠି ଭୁଲ୍ ରହିଯାଇଛି, ତାହାର ତର୍ଜମା କରିବାକୁ ପଡ଼ିବ। ଏହି ସମସ୍ୟାର ସମାଧାନ […]

modipm

modipm

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 09:09 AM IST

Sports

Latest News

ନୂଆଦିଲ୍ଲୀ: ଆପ୍ ରାଲିରେ ଯୁବ ଚାଷୀ ଗଜେନ୍ଦ୍ର ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଲୋକସଭାରେ ଆଜି ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ, ଏହି ଘଟଣାରେ ସେ ଅନ୍ୟମାନଙ୍କ ଭଳି ମର୍ମାହତ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ବହୁ ପୁରୁଣା ଓ ବ୍ୟାପକ। ଦୀର୍ଘ ବର୍ଷ ହେଲା ଏହି ସମସ୍ୟା ସହିତ ଦେଶ ଲଢ଼ିଆସୁଛି। ଅତୀତରେ ଓ ବର୍ତ୍ତମାନ ନିଆଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ କେଉଁଠି ଭୁଲ୍ ରହିଯାଇଛି, ତାହାର ତର୍ଜମା କରିବାକୁ ପଡ଼ିବ। ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଆମକୁ ସମାଧାନର ବାଟ ଖୋଜିବାକୁ ହେବ । ଜଣେ ଚାଷୀର ଜୀବନଠାରୁ ବଳି ଆଉ କିଛି ବଡ଼ ନୁହେଁ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଆତ୍ମହତ୍ୟା ଘଟଣା ରୋକିବାକୁ ତାଙ୍କ ସରକାର ସମସ୍ତ ଭଲ ପ୍ରସ୍ତାବ ଓ ପରାମର୍ଶକୁ ଗ୍ରହଣ କରିବେ।
ସେହିଭଳି ବିରୋଧୀଙ୍କ ଉଦେ୍ଧଶ୍ୟରେ ସେ କହିଥିଲେ ଯେ ଏହି ସମସ୍ୟାକୁ ଦୂର କରିବାକୁ ଆମେ ସମସ୍ତେ ଏକାଠି ହେବା ଉଚିତ। ଏଥିପାଇଁ ଆମ ସମସ୍ତଙ୍କୁ ପ୍ରତିଜ୍ଞା କରିବାକୁ ପଡ଼ିବ । ଦୀର୍ଘ ବର୍ଷ ପୁରୁଣା ଏହି ସମସ୍ୟାର ସମାଧାନର ବାଟ ଖୋଜିବାକୁ ହେବ। ଆମେ ଚାଷୀମାନଙ୍କୁ ଏମିତି ମରିବାକୁ ଛାଡ଼ି ଦେଇପାରିବା ନାହିଁ। ଗୃହକୁ ଏହି ଅନୁରୋଧ କରି ସେ କହିଥିଲେ ଯେ ଚାଷୀମାନଙ୍କୁ ଅସହାୟ ଭାବେ ଆମେ ଛାଡ଼ି ପାରିବା ନାହିଁ। ଆମକୁ ସମାଧାନର ବାଟ କାଢ଼ିବାକୁ ହେବ।

ପ୍ରଧାନମନ୍ତ୍ରୀ ବିବୃତ୍ତି ରଖିବା ପୂର୍ବରୁ ଲୋକସଭାରେ କଂଗ୍ରେସର ନେତା ମଲ୍ଲିକାର୍ଜ୍ଜୁନ ଖାଡଗେ କହିଥିଲେ ଯେ ଏହି ଘଟଣା ପାଇଁ ଦିଲ୍ଲୀ ପୁଲିସ ବି ଦାୟୀ। ତେଣୁ ଘଟଣାର ତଦନ୍ତଭାର ପୁଲିସକୁ ନଦେଇ ବିଚାରବିଭାଗୀୟ ତଦନ୍ତ କରାଯାଉ।
ଏହା ପୂର୍ବରୁ ଆଜି ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏ ପ୍ରସଙ୍ଗରେ ବିତର୍କ କରିବାକୁ ବିରୋଧୀ ଦଳଗୁଡ଼ିକ ଅଡ଼ି ବସିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ବିବୃତି ଦିଅନ୍ତୁ ବୋଲି ଦାବି କରିଥିଲେ। ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତିଙ୍କୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story