ବାବୁଲଙ୍କୁ ଆକ୍ରମଣ ପରେ ତାତିଲା ବିଜେପି

କୋଲକାତା: ଯାଦବପୁର ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ ପରେ ବିଜେପି ପକ୍ଷରୁ ଆଜି କୋଲକାତାରେ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଛି। ବରିଷ୍ଠ ବିଜେପି ନେତା ସାୟନ୍ତନ ବସୁ ଏବଂ ରାଜୁ ବାନାର୍ଜୀ ଏହି ବିକ୍ଷୋଭ ନେତୃତ୍ୱ ନେଉଥିଲେ। ଏହି ଶୋଭାଯାତ୍ରା ବିଜେପିର ରାଜ୍ୟ ମୁଖ୍ୟାଳୟରୁ ବାହାରିଥିଲା। ଏହି ଆକ୍ରମଣକୁ ନିନ୍ଦା କରି କିଛି ପୋଷ୍ଟର ଏବଂ ପ୍ଲାକାର୍ଡ ସହିତ ବିଜେପି ନେତାମାନେ ଆଜି ଦାବି କରିଥିଲେ ଆକ୍ରମରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। […]

babul

babul

Subrat Kumar Nayak
  • Published: Friday, 20 September 2019
  • Updated: 20 September 2019, 04:21 PM IST

Sports

Latest News

କୋଲକାତା: ଯାଦବପୁର ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ ପରେ ବିଜେପି ପକ୍ଷରୁ ଆଜି କୋଲକାତାରେ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଛି। ବରିଷ୍ଠ ବିଜେପି ନେତା ସାୟନ୍ତନ ବସୁ ଏବଂ ରାଜୁ ବାନାର୍ଜୀ ଏହି ବିକ୍ଷୋଭ ନେତୃତ୍ୱ ନେଉଥିଲେ। ଏହି ଶୋଭାଯାତ୍ରା ବିଜେପିର ରାଜ୍ୟ ମୁଖ୍ୟାଳୟରୁ ବାହାରିଥିଲା।

ଏହି ଆକ୍ରମଣକୁ ନିନ୍ଦା କରି କିଛି ପୋଷ୍ଟର ଏବଂ ପ୍ଲାକାର୍ଡ ସହିତ ବିଜେପି ନେତାମାନେ ଆଜି ଦାବି କରିଥିଲେ ଆକ୍ରମରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ସାୟନ୍ତନ ବସୁ ଏହି ମାମଲାରେ କହିଥିଲେ, ଯାଦବପୁର ବିଶ୍ୱବିଦ୍ୟାଳୟର ଏହି ବାମପନ୍ଥୀମାନଙ୍କୁ ମାଡ଼ ଦରକାର। ଗତକାଲିର ଆକ୍ରମଣ ଟିଏମ୍‌ସି ଏବଂ ସିପିଆଇ (ଏମ୍‌)ର ମିଳିତ ଯୋଜନା।

ସେହିଭଳି, ପଶ୍ଚିମବଙ୍ଗ ବିଜେପି ଉପସଭାପତି ଜୟ ପ୍ରକାଶ ମଜୁମଦାର କହିଥିଲେ, ଏସ୍‌ଏଫ୍‌ଆଇର ଛାତ୍ର ଏବଂ ନକ୍ସଲ ବାବୁଲଙ୍କୁ ଟଣା ଓଟରା କରିବା ସହ ମାଡ଼ ମାରିଛନ୍ତି। ଏ ରାଜ୍ୟରେ ଆଇନ ବୋଲି କିଛି ନାହିଁ। ବିଜେପି କର୍ମୀମାନେ ବିକ୍ଷୋଭ ସମୟରେ ରାସ୍ତାରୋକ କରିବାର ମଧ୍ୟ ପ୍ରୟାସ କରିଥିଲେ। ଅନ୍ୟପକ୍ଷରେ ଏସ୍‌ଏଫ୍‌ଆଇ ପକ୍ଷରୁ ଏହି ଘଟଣାରେ ଥାନାରେ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ଜେଏନ୍‌ୟୁ ସମେତ ଅନ୍ୟ କିଛି ସ୍ଥାନରେ ବାମପନ୍ଥୀମାନେ ଏବିଭିପି ବିରୋଧରେ ବିକ୍ଷୋଭ କରିବା ସହ କୁଶ ପୁତ୍ତଳିକା ଦାହ ଆଦି କରିବା ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଗତକାଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ତାଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ ଚୁଟି ଟଣା ଓଟରା କରିଥିଲେ ଏବଂ ଶାର୍ଯ ମଧ୍ୟ ଚିରିଦେଇଥିଲେ। ଏନ୍‌ଆରସି ଲାଗୁ ହେବାକୁ ବିରୋଧ କରି କିଛି ଛାତ୍ର ,ଭଳି ଘଟାଇଥିଲେ। ଆଜି ଏବିଭିପି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବାବୁଲଙ୍କୁ କିଛି ଛାତ୍ର ଟଣାଓଟରା କରିବା ସହ ତାଙ୍କ ଶାର୍ଟ ଚିରିଦେଇଥିବା ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏଥିରେ ଏତେ ସଙ୍ଗିନ୍‌ ପରିସ୍ଥିତି ସତ୍ତ୍ୱେ ବାବୁଲ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଜବାବ ରଖୁଥିବା ଦେଖାଯାଇଥିଲା। ଏହି ଘଟଣାରେ ରାଜ୍ୟପାଳ ଜଗଦୀପ୍‌ ଧନକରଙ୍କ ହସ୍ତକ୍ଷେପ ପରେ ଯାଇ ବାବୁଲ ଏହି ଆକ୍ରମଣରୁ ବାହାରି ପାରିଥିଲେ।

ଦିନ ୨.୩୦ରୁ ଆରମ୍ଭ କରି ଦୀର୍ଘ ୫ ଘଣ୍ଟା ଯାଏ ଏଭଳି ସ୍ଥିତି ଜାରି ରହିଥିଲା। ବାମ ଦଳଙ୍କ ସହ ଜଡ଼ିତ କିଛି ଛାତ୍ର ସଂଗଠନ ଏଥିରେ ଜଡ଼ିତ ଥିବା କୁହାଯାଉଛି। ବିଶେଷ କରି ଆର୍ଟସ ଫ୍ୟାକଲ୍‌ଟି ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ ଏବଂ ଷ୍ଟୁଡେଣ୍ଟ ଫେଡରେସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ)ର କାର୍ଯ୍ୟକର୍ତ୍ତା ‘ବାବୁଲ ସୁପ୍ରିୟୋ ଗୋ ବ୍ୟାକ୍‌’ ସ୍ଲୋଗାନ୍‌ ଦେଇ ବାବୁଲଙ୍କୁ ଘେରିଯାଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ କିଛି ଅଣଛାତ୍ର ଥିବା ମଧ୍ୟ ଅଭିଯୋଗ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story