ଭାରତରେ ଅସହିଷ୍ଣୁତା ବଢୁଛି,ନାଗରିକଙ୍କୁ ସୁରକ୍ଷା ଦିଆଯାଉ: ଆମେରିକା

ୱାଶିଂଟନ: ଭାରତରେ ବଢୁଥିବା ଅସହିଷ୍ଣୁତା ଓ ହିଂସାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି ଆମେରିକା ସରକାର କହିଛନ୍ତି ଯେ ନାଗରିକଙ୍କ ସୁରକ୍ଷା ଏବଂ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ଭାରତ ସରକାର ସମସ୍ତ ପ୍ରକାରର ଉଦ୍ୟମ କରନ୍ତୁ। ଭାରତରେ ଗୋମାଂସ ସେବନ କରୁଥିବା ଲୋକଙ୍କ ବିରୋଧରେ କଥିତ ହିସାଂତ୍ମକ ଘଟଣା ଏବଂ ମଧ୍ୟପ୍ରଦେଶରେ ମଇଁଷି ମାଂସ ନେଇଯାଉଥିବା ଦୁଇ ଜଣ ମୁସଲମାନ ମହିଳାଙ୍କ ସହିତ ମାରପିଟ୍‌ ଘଟଣା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଆମେରିକା […]

america

america

Rakesh Mallick
  • Published: Saturday, 30 July 2016
  • Updated: 04 May 2017, 03:44 PM IST

ୱାଶିଂଟନ: ଭାରତରେ ବଢୁଥିବା ଅସହିଷ୍ଣୁତା ଓ ହିଂସାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି ଆମେରିକା ସରକାର କହିଛନ୍ତି ଯେ ନାଗରିକଙ୍କ ସୁରକ୍ଷା ଏବଂ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ଭାରତ ସରକାର ସମସ୍ତ ପ୍ରକାରର ଉଦ୍ୟମ କରନ୍ତୁ। ଭାରତରେ ଗୋମାଂସ ସେବନ କରୁଥିବା ଲୋକଙ୍କ ବିରୋଧରେ କଥିତ ହିସାଂତ୍ମକ ଘଟଣା ଏବଂ ମଧ୍ୟପ୍ରଦେଶରେ ମଇଁଷି ମାଂସ ନେଇଯାଉଥିବା ଦୁଇ ଜଣ ମୁସଲମାନ ମହିଳାଙ୍କ ସହିତ ମାରପିଟ୍‌ ଘଟଣା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଆମେରିକା ବିଦେଶ ବିଭାଗର ପ୍ରବକ୍ତା ଜନ୍‌ କିର୍ବୀ କହିଛନ୍ତି, “ସମସ୍ତ ପ୍ରକାରର ଅସହିଷ୍ଣୁତାର ମୁକାବିଲା କରିବା ଏବଂ ଧାର୍ମିକ ତଥା ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ଚେଷ୍ଟାରେ ଆମେ ଭାରତ ସରକାର ଓ ନାଗରିକଙ୍କ ସାଥିରେ ଅଛୁ।”

ସେ କହିଛନ୍ତି, “ହିଂସା ଏବଂ ଅସହିଷ୍ଣୁତା ଖବରକୁ ନେଇ ଆମେ ପ୍ରକୃତରେ ଚିନ୍ତିତ। ଏହିଭଳି ସମସ୍ୟାର ସାମ୍ନା କରୁଥିବା ବିଶ୍ୱର ବିଭିନ୍ନ ଦେଶର ସରକାରଙ୍କୁ ଆମେ ଜୋର ଦେଇ କହୁଛୁ ଯେ, ସେମାନେ ଅପରାଧୀମାନଙ୍କୁ ଦଣ୍ଡ ଦେବା ଏବଂ ନାଗରିକଙ୍କୁ ସୁରକ୍ଷା ଦେବା ଦିଗରେ ସବୁ ପ୍ରକାରର ଉଦ୍ୟମ କରନ୍ତୁ।”

କିର୍ବୀ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ନାଗରିକଙ୍କ ସହିଷ୍ଣୁ ବିଚାରଧାରାକୁ ସାକାର କରିବା ପାଇଁ ଆମେରିକା ଭାରତ ସହ ମିଶି କାମ କରିବା ପାଇଁ ପ୍ରସ୍ତୁତ ଅଛି, କାରଣ ଏହା ଭାରତ ଓ ଆମେରିକା ଦୁଇ ଦେଶ ପାଇଁ ହିତକର। ଏହି ସପ୍ତାହର ପ୍ରାରମ୍ଭରେ ମଧ୍ୟପ୍ରଦେଶର ମନ୍ଦସୌର ରେଳଷ୍ଟେସନରେ ଗୋସୁରକ୍ଷା ବାହିନୀର ସଦସ୍ୟମାନେ ଗୋମାଂସ ନେଇଯାଉଥିବା ସନ୍ଦେହରେ ଦୁଇଜଣ ମହିଳାଙ୍କୁ ପୋଲିସଙ୍କ ଉପସ୍ଥିତିରେ ମାଡ଼ ମାରିଥିଲେ। ସେମାନଙ୍କର ସନ୍ଦେହ ଥିଲା ଯେ ତାଙ୍କ ପାଖରେ ଯେଉଁ ମାଂସ ଥିଲା  ତାହା ଥିଲା ମଇଁଷି ମାଂସ। ପୋଲିସ ଏ ଦୁଇ ମହିଳାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଗୁଜୁରାଟରେ ମଧ୍ୟ ଏହି ଭଳି ଏକ ଘଟଣା ହୋଇଥିଲା। ଯେଉଁଥିରେ ଗୋରକ୍ଷକ ମାନେ ମୃତ ଗାଈର ଛାଲ ବାହାର କରୁଥିବା ଦଳିତ ଯୁବକଙ୍କ ପରେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story