ସଂସଦରେ ଲଳିତ ଝଡ: ଉଭୟ ଗୃହ ଦିନକ ପାଇଁ ମୁଲତବି

ନୂଆଦିଲ୍ଲୀ:  ମଙ୍ଗଳବାର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନର ଆରମ୍ଭ ଲଳିତ ଝଡରୁ ହୋଇଛି । ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଲଳିତ ମୋଦି ଓ ବ୍ୟାପମ ଦୁର୍ନୀତି ପ୍ରସଙ୍ଗକୁ ନେଇ ହୋହାଲ୍ଲା ଓ ନାରାବାଜି କରାଯାଇଥିଲା। ଫଳରେ ଦୁଇ ସଦନରେ ଗୃହ କାର୍ଯ୍ୟ ଚାଲିପାରି ନ ଥିଲା । ପ୍ରଥମେ ଲୋକସଭାକୁ ଦିନକ ପାଇଁ ମୁଲତବି କରି ଦିଆଯାଇଥିଲା । ସେପଟେ ରାଜ୍ୟସଭାରେ କଂଗ୍ରେସ ଲଳିତ ମୋଦି ପ୍ରସଙ୍ଗକୁ ଜୋରସୋରରେ ଉଠାଇଥିଲା । […]

parliament

parliament

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 11:42 AM IST

Sports

Latest News

ନୂଆଦିଲ୍ଲୀ:  ମଙ୍ଗଳବାର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନର ଆରମ୍ଭ ଲଳିତ ଝଡରୁ ହୋଇଛି । ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଲଳିତ ମୋଦି ଓ ବ୍ୟାପମ ଦୁର୍ନୀତି ପ୍ରସଙ୍ଗକୁ ନେଇ ହୋହାଲ୍ଲା ଓ ନାରାବାଜି କରାଯାଇଥିଲା। ଫଳରେ ଦୁଇ ସଦନରେ ଗୃହ କାର୍ଯ୍ୟ ଚାଲିପାରି ନ ଥିଲା । ପ୍ରଥମେ ଲୋକସଭାକୁ ଦିନକ ପାଇଁ ମୁଲତବି କରି ଦିଆଯାଇଥିଲା । ସେପଟେ ରାଜ୍ୟସଭାରେ କଂଗ୍ରେସ ଲଳିତ ମୋଦି ପ୍ରସଙ୍ଗକୁ ଜୋରସୋରରେ ଉଠାଇଥିଲା । ଫଳରେ ଗୃହକୁ ୩ ଥର ବନ୍ଦ ହୋଇଥିଲା । ଶେଷରେ ରାଜ୍ୟସଭାକୁ ମଧ୍ୟ ଗୋଟିଏ ଦିନ ପାଇଁ ମୁଲତବି କରିଦିଆଯାଇଥିଲା । ଏନଡିଏ ସରକାର ମୌସୁମୀ ଅଧିବେଶନରେ ୩୫ଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚୂଡାନ୍ତ କରିଛି । ସେଥିରେ ରାଜ୍ୟସଭାରେ ବାକି ଥିବା ୯ ଓ ଲୋକସଭାରେ ବାକି ଥିବା ୪ଟି ବିଲ୍ ମଧ୍ୟ ରହିଛି।

ରାଜ୍ୟସଭାରେ ଆରମ୍ଭରୁ କଂଗ୍ରେସ ନେତାଙ୍କ ବିରୋଧ ଦେଖିବାକୁ ମିଳିଥିଲା। କଂଗ୍ରେସ ନେତା ଆନନ୍ଦ ଶର୍ମା ଲଳିତ ମୋଦି ପ୍ରସଙ୍ଗ ଉଠାଇ ଥିଲେ । ସେ କହିଥିଲେ ଯେ, ମୋଦି ସରକାର ମାନବିକତା ଦୃଷ୍ଟିରୁ ଲଳିତଙ୍କୁ ସହାୟତା କରିଥିଲେ ବୋଲି କହୁଛନ୍ତି। ଲଳିତ ସବୁ କାଗଜପତ୍ର ସାଙ୍ଗରେ ନେଇ ମୌଜ ମଜଲିସ କଲେ । ମାତ୍ର ଯାଞ୍ଚରେ ଲଳିତ ମୋଦି ଓ ଏହି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀମାନଙ୍କୁ କାହିଁକି ସାମିଲ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହାସହ ଏହି ମାମଲାରେ ସରକାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ଲଲିତ ମୋଦି ପ୍ରସଙ୍ଗରେ ସବୁ ପ୍ରକାର ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲି କହିଥିଲେ । ମାତ୍ର ଏହାର ପ୍ରଭାବ ଦେଖିବାକୁ ମିଳି ନ ଥିଲା । ଅରୁଣ ଜେଟିଲ କହିଛନ୍ତି ଯେ, ଆମେ ଆଲୋଚନା ଲାଗି ପ୍ରସ୍ତୁତ ଅଛୁ । ସୁଷମା ସ୍ୱରାଜ ବି ଟୁଇଟ କରି ଏହି ପ୍ରସଙ୍ଗରେ ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି । ହେଲେ ଲାଗୁଛି ବିରୋଧୀ ଦଳ ଆଲୋଚନା କରିବାକୁ ପ୍ରସ୍ତୁତ ନାହାନ୍ତି । କେବଳ ହଟ୍ଟଗୋଳ କରି ଗୃହ ଚଳାଇ ନ ଦେବାକୁ ପ୍ରୟାସ କରାଯାଉଛି ବୋଲି ଜେଟଲି କହିଥିଲେ । ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ଆଚେରୀ କହିଛନ୍ତି ଯେ, ମୋଦି ଭ୍ରଷ୍ଟାଚାର ମୁକ୍ତ ସରକାର କରିବାକୁ କହିଛନ୍ତି । ଅଭିଯୋଗ ଆସିଛି, ଏହାର ଯାଞ୍ଚ ହେବା ଦରକାର । ଲଳିତ ମୋଦି ପ୍ରସଙ୍ଗରେ ଯେଉଁ ମନ୍ତ୍ରୀଙ୍କ ନାମ ଆସିଛି ସେମାନେ ଇସ୍ତଫା ଦିଅନ୍ତୁ, ଏହାଦ୍ୱାରା ଯାଞ୍ଚ ନୀରପେକ୍ଷ ହୋଇ ପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story