ମେ’ ଶେଷ ସୁଦ୍ଧା ଦେଶରେ ହେବ ଦୈନିକ ୧ ଲକ୍ଷ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଲକଡାଉନ ୩.୦ ଆରମ୍ଭ ହୋଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ତେବେ ସରକାର କରୋନା ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମେ’ ମାସ ଶେଷ ବେଳକୁ ଦେଶରେ ଦୈନିକ ୧ ଲକ୍ଷରୁ ଅଧିକ କରୋନା ଟେଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଉଭୟ ଆଣ୍ଟିବଡି ରାପିଡ ଓ ଆରଟି-ପିସିଆର ଦ୍ୱାରା ପ୍ରତିଦିନ ୧ ଲକ୍ଷ ଲେଖାଏ ଟେଷ୍ଟ କରାଯିବ […]

d

Hemant Lenka
  • Published: Monday, 04 May 2020
  • , Updated: 04 May 2020, 07:54 AM IST

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଲକଡାଉନ ୩.୦ ଆରମ୍ଭ ହୋଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ତେବେ ସରକାର କରୋନା ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ମେ’ ମାସ ଶେଷ ବେଳକୁ ଦେଶରେ ଦୈନିକ ୧ ଲକ୍ଷରୁ ଅଧିକ କରୋନା ଟେଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଉଭୟ ଆଣ୍ଟିବଡି ରାପିଡ ଓ ଆରଟି-ପିସିଆର ଦ୍ୱାରା ପ୍ରତିଦିନ ୧ ଲକ୍ଷ ଲେଖାଏ ଟେଷ୍ଟ କରାଯିବ ବୋଲି ସରକାର କହିଛନ୍ତି।

ସରକାରୀ ସୂତ୍ର ଅନୁସାରେ, ଚାଇନାରୁ ଅଣାଯାଇଥିବା ରାପିଡ ଟେଷ୍ଟ କିଟ୍‌ରେ ଆଉ କୌଣସି ପରୀକ୍ଷା ହେବନାହିଁ। ଏବେ ସରକାର ନୂଆ ଆଣ୍ଟିବଡି ରାପିଡ୍‌ ଟେଷ୍ଟ କିଟ୍‌ ଆଣିଛନ୍ତି। ଏହାଦ୍ୱାରା ପରୀକ୍ଷଣ ସଂଖ୍ୟାକୁ ଅଧିକ ତ୍ୱରାନ୍ୱିତ କରାଯିବ। ବିଶେଷ କରି କରୋନା ରେଡ୍‌ଜୋନରେ ଆକ୍ରାନ୍ତଙ୍କୁ ଯଥାଶୀଘ୍ର ଚିହ୍ନଟ କରି ସଂକ୍ରମଣକୁ ରୋକିବା ପାଇଁ ସରକାର ଏଭଳି ରଣନୀତି ଆପଣାଇଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ରବିବାର ରାତି ୯ଟା ସୁଦ୍ଧା ଦେଶରେ ଆରଟି-ପିସିଆର ଜରିଆରେ ୧୦,୪୬,୪୫୦ ନମୁନା ପରୀକ୍ଷା କରାଯାଇଛି। ଆମେ ଏବେ ସର୍ଭେଲାନ୍ସ ପାଇଁ ରାପିଡ ଆଣ୍ଟିବଡି ଟେଷ୍ଟ ଆରମ୍ଭ କରିବୁ। ରାପିଡ ଟେଷ୍ଟ କିଟ ପାଇଁ ଆମେ ୮ରୁ ୯ କମ୍ପାନୀଙ୍କ ସହ ଯୋଗାଯୋଗ କରିଛୁ। ସେମାନଙ୍କ ମଧ୍ୟରୁ କିଟ୍‌ ପାଇଁ ୨ ଜଣଙ୍କୁ ଅର୍ଡର ଦିଆଯାଇ ସାରିଛି।

ମାନସେରରେ ଗୋଟିଏ ଦକ୍ଷିଣ କୋରିଆ କମ୍ପାନୀ ଏହି କିଟ୍‌ର ଉତ୍ପାଦନ କରୁଛି। ଆମେ ଏହାବାଦ ଆଉ କିଛି କମ୍ପାନୀ ଠାରୁ ମଧ୍ୟ ଆଣ୍ଟିବଡି ଟେଷ୍ଟ କିଟ୍‌ ଆଣିବାକୁ ଯୋଜନା କରୁଛୁ। ଉଭୟ ଘରୋଇ ଓ ବିଦେଶ କମ୍ପାନୀଠାରୁ ଖୁବଶୀଘ୍ର ୧୦ ଲକ୍ଷ ଆଣ୍ଟିବଡି ରାପିଡ ଟେଷ୍ଟ କିଟ୍ ଆମ ପାଖରେ ପହଞ୍ଚିବ।

ସେହିପରି ଅତିରିକ୍ତ ୩ ଲକ୍ଷ କିଟ୍‌ ଦକ୍ଷିଣ କରୋନା କମ୍ପାନୀ ଆସନ୍ତା ସପ୍ତାହ ସୁଦ୍ଧା ଆମକୁ ଦେବ। ମେ’ ସୁଦ୍ଧା ଦୈନିକ ଏକ ଲକ୍ଷ ଆରିଟି-ପିସିଆର ଓ ଏକ ଲକ୍ଷ ରାପିଡ ଟେଷ୍ଟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।”

ବର୍ତ୍ତମାନ ଦୈନିକ ହାରାହାରି ୭୫ ହଜାର ଆରଟି-ପିସିଆର କରୋନା ପରୀକ୍ଷା କରାଯାଉଛି। ଏହି ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଉଛି। କିନ୍ତୁ ଆଣ୍ଟିବଡି ରାପିଡ ଟେଷ୍ଟ ପାଇଁ କରୋନା ସନ୍ଧିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ।

ଭାରତ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟ କରୁ ନଥିବାରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ରାଷ୍ଟ୍ର ତୁଳନାରେ କମ ରହିଥିବା କିଛି ରାଷ୍ଟ୍ର କହୁଛନ୍ତି। ତେଣୁ ସରକାର ନିଜର ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

Related story