ଏହି ସର୍ତ୍ତରେ ପ୍ଲାଟଫର୍ମ ଟିକେଟ ପାଇଁ ଦେବାକୁ ପଡ଼ିବନି କୌଣସି ଟଙ୍କା

ନୂଆଦିଲ୍ଲୀ: ସାରା ଭାରତକୁ ସ୍ୱଳ୍ପ ଟଙ୍କାରେ ଯୋଡ଼ିଥାଏ ଟ୍ରେନ୍। ଏବେର ନିୟମ ଅନୁଯାୟୀ ଟ୍ରେନ ପ୍ଲାଟଫର୍ମକୁ ଯିବା ପାଇଁ ହେଲେ ୧୦ ଟଙ୍କା ଦେଇ ଗୋଟିଏ ଟିକେଟ କାଟିବାକୁ ହେବ। ତା’ ପୁଣି ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ପ୍ଲାଟଫର୍ମ ଟିକେଟର ବୈଧତା ରହିବ। ହେଲେ ଏବେ ପ୍ଲାଟଫର୍ମ ଟିକେଟ୍ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବନି। ଦିଲ୍ଲୀ ଆନନ୍ଦବିହାର ରେଲଓ୍ୱେ ଷ୍ଟେସନରେ ଏକ ମେସିନ ରହିଛି। ଏହି ମେସିନ ଦ୍ୱାରା ଜଣେ ମାଗଣାରେ ପ୍ଲାଟଫର୍ମକୁ ଯାଇପାରିବ। […]

PLATFORM TICKET

Subhransu Sekhar
  • Published: Friday, 21 February 2020
  • , Updated: 21 February 2020, 05:11 PM IST

ନୂଆଦିଲ୍ଲୀ: ସାରା ଭାରତକୁ ସ୍ୱଳ୍ପ ଟଙ୍କାରେ ଯୋଡ଼ିଥାଏ ଟ୍ରେନ୍। ଏବେର ନିୟମ ଅନୁଯାୟୀ ଟ୍ରେନ ପ୍ଲାଟଫର୍ମକୁ ଯିବା ପାଇଁ ହେଲେ ୧୦ ଟଙ୍କା ଦେଇ ଗୋଟିଏ ଟିକେଟ କାଟିବାକୁ ହେବ। ତା’ ପୁଣି ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ପ୍ଲାଟଫର୍ମ ଟିକେଟର ବୈଧତା ରହିବ। ହେଲେ ଏବେ ପ୍ଲାଟଫର୍ମ ଟିକେଟ୍ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବନି।

ଦିଲ୍ଲୀ ଆନନ୍ଦବିହାର ରେଲଓ୍ୱେ ଷ୍ଟେସନରେ ଏକ ମେସିନ ରହିଛି। ଏହି ମେସିନ ଦ୍ୱାରା ଜଣେ ମାଗଣାରେ ପ୍ଲାଟଫର୍ମକୁ ଯାଇପାରିବ। ହେଲେ ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି। ମାଗଣା ପ୍ଲାଟଫର୍ମ ଟିକେଟ ପାଇବା ପାଇଁ କିନ୍ତୁ ମେସିନ ସାମ୍ନାରେ ଉଠ ବସ ହେବାକୁ ପଡ଼ିବ। ତା’ପୁଣି ୧୮୦ ସେକେଣ୍ଡରେ ୩୦ ଥର। ଯଦି ଜଣେ ବ୍ୟକ୍ତି ସର୍ତ୍ତ ଅନୁଯାୟୀ ଉଠ ବସ ହୋଇପାରିବ ତାହେଲେ ସେ ମାଗଣାରେ ଗୋଟିଏ ପ୍ଲାଟଫର୍ମ ଟିକେଟ ପାଇବେ।

https://twitter.com/PiyushGoyal/status/1230743572816617472

ଫିଟନେସ ବଢ଼ାଇବା ପାଇଁ ଭାରତୀୟ ରେଲଓ୍ୱେ ଏହି ପ୍ରୟାସ କରିଛି। ଏହାଦ୍ୱାରା ଜଣେ ଫିଟ୍ ରହିବା ସହିତ ନିଜର ପଇସା ମଧ୍ୟ ସେଭିଂସ କରିପାରିବ। ଏହି ମେସିନ ବାବଦରେ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଟୁଇଟ୍ କରି ସୂଚନା ଦେଇଛନ୍ତି। ଗୋଏଲ ଏହି ମେସିନ ସାମ୍ନାରେ ଜଣେ ବ୍ୟକ୍ତି ଉଠବସ ହେଉଥିବାର ଭିଡିଓ ମଧ୍ୟ ସେୟାର କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ରେଲଓ୍ୱେ ବିଭାଗ ରେଲଓ୍ୱେ ହେଲଥ ଏଟିଏମର ଶୁଭାରମ୍ଭ କରିଛି। ରେଲଓ୍ୱେ ଏଭଳି ଏଟିଏମ ବ୍ୟବସ୍ଥାର ଶୁଭାରମ୍ଭ କରିବା ପରେ ଅନେକ ଯାତ୍ରୀ ମାଗାଣରେ ପ୍ଲାଟଫର୍ମ ଟିକେଟ ପାଇବା ପାଇଁ ହେଲଥ ଏଟିଏମ ଆଗରେ ଉଠବସ ହେଉଥିବା ଦେଖିବାକୁ ମିଳିଛି।

Related story