ବୁଲ୍‌ବୁଲ୍‌ ତାଣ୍ଡବରେ ୧୦ ମୃତ, ୨୧ ଲକ୍ଷ ସ୍ଥାନାନ୍ତରିତ

ଢାକା: ରବିବାର ବାଂଲାଦେଶରେ ତାଣ୍ଡବ ରଚାଇଥିବା ବାତ୍ୟା ‘ବୁଲ୍‌ବୁଲ୍‌’ର ତାଣ୍ଡବରେ ୧୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ତେବେ ସରକାରୀ ଭାବେ ୮ ଜଣଙ୍କ ମୃତ୍ୟୁ ବାବଦରେ କୁହାଯାଇଛି। ପବନର ବେଗ ଅଧିକ ରହିଥିବାରୁ ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ଧ୍ୱଂସଲୀଳା ରଚିଛି। ଏହାପରେ ‘ବୁଲ୍‌ବୁଲ୍‌’ ଦୁର୍ବଳ ହୋଇ ଭାରତର ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଦକ୍ଷିଣ ପଶ୍ଚିମରେ ଥିବା ଖୁଲନା ଜିଲ୍ଲା ଦେଇ ଅତିକ୍ରମ କରୁଛି। ବାତ୍ୟା ‘ବୁଲ୍‌ବୁଲ୍‌’ ଲ୍ୟାଣ୍ଡଫଲ୍‌ କରିବା ପରେ ଗଭୀର ଅବପାତର […]

bulbu;

Subrat Kumar Nayak
  • Published: Sunday, 10 November 2019
  • , Updated: 10 November 2019, 09:27 PM IST

ଢାକା: ରବିବାର ବାଂଲାଦେଶରେ ତାଣ୍ଡବ ରଚାଇଥିବା ବାତ୍ୟା ‘ବୁଲ୍‌ବୁଲ୍‌’ର ତାଣ୍ଡବରେ ୧୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ତେବେ ସରକାରୀ ଭାବେ ୮ ଜଣଙ୍କ ମୃତ୍ୟୁ ବାବଦରେ କୁହାଯାଇଛି। ପବନର ବେଗ ଅଧିକ ରହିଥିବାରୁ ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ଧ୍ୱଂସଲୀଳା ରଚିଛି। ଏହାପରେ ‘ବୁଲ୍‌ବୁଲ୍‌’ ଦୁର୍ବଳ ହୋଇ ଭାରତର ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଦକ୍ଷିଣ ପଶ୍ଚିମରେ ଥିବା ଖୁଲନା ଜିଲ୍ଲା ଦେଇ ଅତିକ୍ରମ କରୁଛି।

ବାତ୍ୟା ‘ବୁଲ୍‌ବୁଲ୍‌’ ଲ୍ୟାଣ୍ଡଫଲ୍‌ କରିବା ପରେ ଗଭୀର ଅବପାତର ରୂପ ନେବା ପୂର୍ବରୁ ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ରହିଥିଲା। ଫଳରେ କର୍ତ୍ତୃପକ୍ଷ ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ୨୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ଶହଶହ ଘର ଏହି ବାତ୍ୟାରେ ଭାଙ୍ଗିଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

ପ୍ରଥମେ ବିଡିନ୍ୟୁଜ୍‌୨୪ ନାମକ ଗଣମାଧ୍ୟମ ଦର୍ଶାଇଥିଲା ବାଂଲାଦେଶ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୯ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି।
ପାଣିପାଗ କାର୍ଯ୍ୟାଳୟର ଜଣେ ମୁଖପାତ୍ର କହିବା ଅନୁଯାୟୀ, ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳରେ ଧ୍ୱସଂଲୀଳା ରଚିବା ପରେ ଏହାର ତୀବ୍ରତା ହ୍ରାସ ପାଇବାରେ ଲାଗିଥିଲା। ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗର ସାଗର ଦ୍ୱୀପରେ ସ୍ଥଳଭାଗ ଛୁଇଁବାପରେ ବିଶ୍ୱର ସବୁଠାରୁ ବଡ଼ ହେନ୍ତାଳବନ ବାଂଲାଦେଶ-ଭାରତ ସୀମାବର୍ତ୍ତୀ ସୁନ୍ଦରବନ ଆଡ଼କୁ ମୁହାଁଇଥିଲା।

ଏହାପରେ ବାଂଲାଦେଶ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ବାତ୍ୟା ପ୍ରସ୍ତୁତି ପାଇଁ ସେନାର ସହାୟତା ଲୋଡ଼ିଥିଲେ। ଆମେରିକାର ଆକ୍ୟୁୱେଦର ସଂସ୍ଥା ପକ୍ଷରୁ କୁହାଯାଇଛି, ବୁଲ୍‌ବୁଲ୍‌ ଆଟଲାଣ୍ଟିକ୍‌ର କ୍ୟାଟାଗୋରୀ ୧ ବା ୨ ଝଡ଼ ସହ ସମାନ ପ୍ରଭାବ ପକାଇଛି।

ବାଂଲାଦେଶ ଲଗାତାର ବାତ୍ୟାର ସାମ୍ନା କରିଆସିଛି। ତେବେ ଗତ କିଛି ବର୍ଷ ହେଲା ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ସରକାର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିଛନ୍ତି। ଫଳରେ ଆଗୁଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇପାରୁଛି।

Related story