କେନ୍ଦ୍ରର କଡ଼ା ନଜରରେ ଦେଶର ୧୧ ସହର

ନୂଆଦିଲ୍ଲୀ: ଦେଶର ୧୧ଟି ସହରରେ କରୋନା ସ୍ଥିତି ସଙ୍ଗୀନ ରହିଛି। ଯଦି ରାଜ୍ୟ ଗୁଡ଼ିକ ଗାଇଡ ଲାଇନକୁ ଠିକ୍ ଭାବରେ ପାଳନ ନକରିବେ ତା’ହେଲେ କେନ୍ଦ୍ର ସରକାର ସେହି ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇପାରନ୍ତି। ସୋମବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକଡାଉନ ନିୟମର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ୧୧ଟି ସହରରେ ଲକଡାଉନ୍ ଉଲ୍ଲଂଘନ ହୋଇଥିବା ଗୃହ ମନ୍ତ୍ରଣାଳୟ କହିଛି। ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ୱାଇ ଏବଂ […]

corona MAHARASTRA

Subhransu Sekhar
  • Published: Monday, 20 April 2020
  • , Updated: 20 April 2020, 06:54 PM IST

ନୂଆଦିଲ୍ଲୀ: ଦେଶର ୧୧ଟି ସହରରେ କରୋନା ସ୍ଥିତି ସଙ୍ଗୀନ ରହିଛି। ଯଦି ରାଜ୍ୟ ଗୁଡ଼ିକ ଗାଇଡ ଲାଇନକୁ ଠିକ୍ ଭାବରେ ପାଳନ ନକରିବେ ତା'ହେଲେ କେନ୍ଦ୍ର ସରକାର ସେହି ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇପାରନ୍ତି। ସୋମବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକଡାଉନ ନିୟମର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛି।

ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ୧୧ଟି ସହରରେ ଲକଡାଉନ୍ ଉଲ୍ଲଂଘନ ହୋଇଥିବା ଗୃହ ମନ୍ତ୍ରଣାଳୟ କହିଛି। ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ୱାଇ ଏବଂ ପୁଣେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗରେ କୋଲକାତା, ହାୱାଡା, ପୂର୍ବ ମେଦିନପୁର, ଉତ୍ତର ୨୪ ପ୍ରଙ୍ଗଣା, ଦାର୍ଜିଲିଂ, କାଲିମପୋଙ୍ଗ ଓ ଜଲପାଇଗୁଡ଼ିର ଲକଡାଉନ୍ ଉଲ୍ଲଂଘନ ହୋଇଛି।

ଏହି ସବୁ ଅଞ୍ଚଳ ମଧ୍ୟରୁ କିଛି ସହର ଏବଂ ଜିଲ୍ଲା କରୋନାର ହଟସ୍ପଟ ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି କେନ୍ଦ୍ର ସରକାର ୬ ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ ଗଠନ କରିଛନ୍ତି। ଏହି ଟିମ୍ ଲକଡାଉନ୍ ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ନଜର ରଖିବ। ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଅନୁଯାୟୀ ଏହି ଟିମ୍ ଗଠନ କରିଛନ୍ତି ସରକାର। ୬ ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ୍ ମଧ୍ୟରୁ ଦୁଇ ଜଣ ଲେଖାଏଁ ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ପାଇଁ। ଜଣେ ଲେଖାଏଁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପାଇଁ।

Related story